ବନାଞ୍ଚଳ ଉନ୍ନୟନ ସମିତି (OFSDP) ର ୩୭ତମ ପରିଚାଳନା ବୈଠକ

ଭୁବନେଶ୍ୱର: ଓଡିଶା ବନାଞ୍ଚଳ ଉନ୍ନୟନ ସମିତିର ୩୭ତମ ପରିଚାଳନା ବୈଠକ ଗୃହ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବନାଞ୍ଚଳ ଉନ୍ନୟନ ସମିତିର ସମସ୍ତ କାର୍ଯ୍ୟାଧାରା ଉପରେ ଆଲୋଚନା ହୋଇଥିଲା। ପ୍ରାରମ୍ଭରେ ପୂର୍ବ ସମସ୍ତ ବୈଠକର ନିଷ୍ପତ୍ତି ଗୁଡିକୁ ସମୀକ୍ଷା ପୂର୍ବକ ଏହାର ପ୍ରଗତି ଓ ଅନୁପାଳନ ନିଶ୍ଚିତ କରାଯାଇଥିଲା। ସ୍ଥାୟୀ ଜଙ୍ଗଲ…

‘ଆମ ବସ୍’ ରେ ପ୍ରମୁଖ ସଚିବ ଉଷା ପାଢୀ

ଭୁବନେଶ୍ୱର: ନାଗରିକମାନଙ୍କ ପ୍ରତି ସହାନୁଭୂତି ଓ ସମ୍ପର୍କର ସଙ୍କେତ ସ୍ୱରୂପ ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ସହରର ଆଧୁନିକ ସାର୍ବଜନିକ ପରିବହନ ବ୍ୟବସ୍ଥାର ଆରାମ, ନିରାପତ୍ତା ଏବଂ ଅନ୍ତର୍ଭୁକ୍ତିକୁ ଅନୁଭବ କରିବା ପାଇଁ ଆଜି ସଂଧ୍ୟାରେ ଭୁବନେଶ୍ୱରରେ ‘ଆମ ବସ’ ରେ ଯାତ୍ରା କରିଥିଲେ। ଯାତ୍ରୀମାନଙ୍କ ସହିତ କଥାବାର୍ତ୍ତା-ବିଶେଷକରି ମହିଳା ଏବଂ ବରିଷ୍ଠ ନାଗରିକ- ସେମାନଙ୍କର ଯାତ୍ରା ଅଭିଜ୍ଞତା ଉପରେ ମତାମତ ସଂଗ୍ରହ କରିଥିଲେ ଏବଂ ମହିଳାଙ୍କ…

ରାଜ୍ୟପାଳଙ୍କୁ ବିଭିନ୍ନ ଯୋଜନାର ଅଗ୍ରଗତିର ସୂଚନା ଦେଲେ କେନ୍ଦ୍ର ପ୍ରଭାରୀ ଅଧିକାରୀ ଓ ଜିଲ୍ଲାପାଳ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦୧୮ ଓ ୨୦୨୩ ମସିହାରେ ଯଥାକ୍ରମେ ଆରମ୍ଭ ହୋଇଥିବା ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜ୍ୟର ଆକାଂକ୍ଷୀ ଜିଲ୍ଲାମାନଙ୍କରେ ସମସ୍ତ ସରକାରୀ ଯୋଜନାର ସଠିକ କାର୍ଯ୍ୟାନ୍ୱୟନ ନିଶ୍ଚିତ କରିବା ପାଇଁ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି। ଚଳିତ ନଭେମ୍ବର ୪ ତାରିଖ ମଙ୍ଗଳବାର ଦିନ ରାଜଭବନର ନ୍ୟୁ ଅଭିଷେକ ହଲଠାରେ ରାଜ୍ୟପାଳ ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲା ଓ ୪୦ଟି ଆକାଂକ୍ଷୀ…

୨୦୨୫-୨୬ ଅକ୍ଟୋବର ମାସ ସୁଦ୍ଧା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଆଲୋଚନା

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ  ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅର୍ଥ ବିଭାଗ ତରଫରୁ ୨୦୨୫–୨୬ ଆର୍ଥିକ ବର୍ଷରେ ଗତ ଅକ୍ଟୋବର ୨୦୨୫ ସୁଦ୍ଧା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଉପସ୍ଥାପନ କରାଯାଇ ଆଲୋଚନା କରାଯାଇଥିଲା। ଅନ୍ୟ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରି ମୁଖ୍ୟ ଶାସନ ସଚିବ ସଚିବମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର…

ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କ ଲାଭାଂଶ ପ୍ରଦାନ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ଓଡ଼ିଶା ରାଜ୍ୟ ସରକାରଙ୍କୁ ଲାଭାଂଶ (ଡିଭିଡେଣ୍ଡ୍) ଅର୍ଥ ପ୍ରଦାନ କରାଯାଇଛି। ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଜରିଆରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୩ କୋଟି ୪୦ ଲକ୍ଷ ୬୪ ହଜାର ୧୦୫ ଟଙ୍କା ରାଜ୍ୟ ସରକାରଙ୍କ ଲାଭାଂଶ ବାବଦକୁ ପ୍ରଦାନକରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ସମବାୟ ବିଭାଗ କମିଶନର-ତଥା-ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ଏବଂ ରାଜ୍ୟ ପଣ୍ୟାଗାର ନିଗମର…

ଭାରତର ଶକ୍ତି ଏହାର ବିବିଧତାରେ ନିହିତ – ରାଜ୍ୟପାଳ

 ଭୁବନେଶ୍ୱର: ଭାରତର ପ୍ରକୃତ ଶକ୍ତି ଏହାର ବିଶାଳ ବିବିଧତାରେ ନିହିତ ରହିଛି ବୋଲି ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। ୨୦୨୫ ନଭେମ୍ବର ୧ ତାରିଖ ଦିନ ରାଜଭବନର ନ୍ୟୁ ଅଭିଷେକ ହଲରେ ଭାରତର ୧୫ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ଯଥା- ଜାମ୍ମୁ ଓ କାଶ୍ମୀର, ଲେହ-ଲଦାଖ, ଆନ୍ଧ୍ର ପ୍ରଦେଶ, ଆଣ୍ଡାମାନ ଓ ନିକୋବର, ଚଣ୍ଡୀଗଡ଼, ଛତିଶଗଡ଼, ଦିଲ୍ଲୀ, ହରିୟାଣା, କର୍ଣ୍ଣାଟକ, କେରଳ, ଲାକ୍ଷାଦ୍ୱୀପ, ମଧ୍ୟପ୍ରଦେଶ, ପୁଡୁଚେରୀ, ପଞ୍ଜାବ ଏବଂ ତାମିଲନାଡୁର ପ୍ରତିଷ୍ଠା ଦିବସ ପାଳନ…

ଯୋଜନା ସମ୍ବନ୍ଧୀୟ ଦକ୍ଷତା ବିକାଶ କର୍ମଶାଳା

ଭୁବନେଶ୍ୱର: ରପ୍ତାନି ଉନ୍ନୟନ ଓ ବାଣିଜ୍ୟ  ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଥାନୀୟ ଗୋଠପାଟଣାସ୍ଥିତ ରାଜସ୍ଵ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ (ରୋଟି)ଠାରେ ଏକ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରପ୍ତାନି ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ, ପ୍ରଶିକ୍ଷଣ ନେଉଥିବା ରାଜସ୍ଵ ଅଧିକାରୀଙ୍କୁ ଅବଗତ କରାଇ କହିଥିଲେ ଯେ, ସରକାର ଏମଏସଏମଇ କ୍ଷେତ୍ରକୁ ଅଧିକ ସଶକ୍ତ କରିବାପାଇଁ ଏମଏସଏମଇ ଉତ୍ପାଦଗୁଡ଼ିକୁ କ୍ରୟ…

ନିର୍ମାଣ କାର୍ଯ୍ୟ ତ୍ୱରିତ ବେଗରେ ଆଗେଇ ନେବାକୁ ମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ୧୬ଟି ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ ଅଗ୍ରଗତି ନେଇ ସ୍ଥିତି ସମୀକ୍ଷା କରିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ I ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ଟିକିନିକ ସ୍ଥିତି ଯାଞ୍ଚ କରିବା ସହ କାର୍ଯ୍ୟକୁ ତ୍ୱରିତ ବେଗରେ ଆଗେଇ ନେବା ନେଇ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ I ପ୍ରକଳ୍ପ ଗୁଡ଼ିକ…

ଭୁବନେଶ୍ୱରର ଇନ୍‌ଫୋଭ୍ୟାଲି ଠାରେ ସିକ୍‌ସେମ୍‌ (SiCSem) ପ୍ରାଇଭେଟ୍ ଲିମିଟେଡର ଭୂମି ପୂଜନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିଛି। ଭୁବନେଶ୍ୱରର ଇନ୍‌ଫୋଭ୍ୟାଲିଠାରେ SiCSem ପ୍ରାଇଭେଟ୍ ଲିମିଟେଡର ଭୂମି ପୂଜନ ସମାରୋହରେ ଯୋଗଦେଇଛନ୍ତି। ସୂଚନାଯୋଗ୍ୟ ଯେ ସମୁଦାୟ ୨୦୦୦ କୋଟି ଟଙ୍କାର ପୁଞ୍ଜିନିବେଶରେ ଏହି ମ୍ୟାନୁଫାକ୍ଚରିଂ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।  ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାଦ୍ୱାରା ପ୍ରାୟ ୧୦୦୦ ପ୍ରଫେସନାଲ ମାନଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି…

‘ରାଜ୍ୟ ଓ ଜିଲ୍ଲାସ୍ତରରେ ପ୍ରଦୂଷଣ ନିୟନ୍ତ୍ରଣ କାର୍ୟ୍ୟକ୍ରମ ତଦାରଖ ବ୍ୟବସ୍ଥାକୁ ଅଧିକ ପ୍ରଭାବୀ କର’

ଭୁବନେଶ୍ୱର: ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ସଂପର୍କିତ ୬ଷ୍ଠ ପରିଚାଳନା କମିଟି ବୈଠକ ଶୁକ୍ରବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ତରଫରୁ ଆହୂତ ଏହି ବୈଠକରେ ରାଜ୍ୟ ସ୍ତରରେ ଏବଂ ଜିଲ୍ଲାସ୍ତରରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ  ନିଆଯାଉଥିବା ବିଭିନ୍ନ ପଦକ୍ଷେପର ତଦାରଖ ବ୍ୟବସ୍ଥାକୁ ଅଧିକ ପ୍ରଭାବୀ କରିବାକୁ ମୁଖ୍ୟ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଛନ୍ତି।  ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ…