ବର୍ଷାଋତୁକାଳୀନ ରୋଗ ନିୟନ୍ତ୍ରଣ ନିମନ୍ତେ ପ୍ରସ୍ତୁତି

ଭୁବନେଶ୍ୱର: ଚଳିତ ବର୍ଷ ବର୍ଷାଋତୁକାଳୀନ ରୋଗ ପ୍ରତିରୋଧ ଓ ନିୟନ୍ତ୍ରଣ ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପ୍ରାକ-ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହି ପରିପ୍ରେକ୍ଷୀରେ ବିଭାଗୀୟ ସମ୍ମିଳନୀ କକ୍ଷଠାରେ କମିଶନର-ତଥା-ଶାସନ ସଚିବ ଅଶ୍ୱତୀ ଏସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗ ଅଧିନସ୍ଥ ବିଭିନ୍ନ ନିର୍ଦ୍ଦେଶାଳୟ ଦ୍ଵାରା ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ବିଭିନ୍ନ ପ୍ରସ୍ତୁତିର ସେ ସମୀକ୍ଷା କରି ତୃଣମୂଳ ସ୍ତରରେ ସଚେତନତା କାର୍ଯ୍ୟକ୍ରମକୁ ସଘନ କରିବା ସହ…

 ‘ସମାଜରୁ ଋତୁସ୍ରାବ ଜନିତ ନୀରବତା ଭାଙ୍ଗିବାକୁ ପଡିବ’

ଭୁବନେଶ୍ୱର: ସମାଜରୁ ଋତୁସ୍ରାବ ଜନିତ ନୀରବତା ଭାଙ୍ଗିବାକୁ ପଡିବ ବୋଲି ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆୟୋଜିତ ବିଶ୍ଵ ଋତୁସ୍ରାବ ସ୍ଵଚ୍ଛତା ଦିବସ ପାଳନ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତବ୍ୟକ୍ତ କରିଛନ୍ତି। ଆଇନା ଏନଜିଓ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ସହଭାଗିତାରେ ବିଶ୍ଵ ଋତୁସ୍ରାବ ସ୍ଵଚ୍ଛତା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଋତୁସ୍ରାବ, ମହିଳାମାନଙ୍କୁ ଈଶ୍ବରଙ୍କ…

ମାସିକ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତା ଉପରେ ୨୮ରେ ଆଇଆଇଟି ଭୁବନେଶ୍ୱରରେ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : ଆଇଆଇଟି ଭୁବନେଶ୍ୱର ୨୮ ମଇ ୨୦୨୫ରେ ଏହାର ଅରଗୁଳ କ୍ୟାମ୍ପସ ଅଡିଟୋରିୟମରେ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ଏକ ଅଗ୍ରଣୀ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ୟୁନିସେଫ୍, ଆୟୁରାରୋଗ୍ୟ ସୌଖ୍ୟମ ଫାଉଣ୍ଡେସନ, ଆକ୍ସନ ଲ୍ୟାବ ୨୦୫୦ ଫାଉଣ୍ଡେସନ ଏବଂ ଓଡ଼ିଶା ମାସିକ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ଆଲାଏନ୍ସର ସହଯୋଗରେ ଆଇଆଇଟି ଭୁବନେଶ୍ୱର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରିନିୟରସିପ୍ ପାର୍କ ଦ୍ୱାରା “ପ୍ରୋଜେକ୍ଟ ପିରିୟଡ୍: ସାନିଟେସନ୍, ହେଲ୍ଥ ଆଣ୍ଡ୍ ହାଇଜିନ୍, ଆଣ୍ଡ୍…

କେରଳରେ ବଢୁଛି କୋଭିଡ ସଂକ୍ରମଣ: ୧୮୨ ଚିହ୍ନଟ

ତିରୁଅନନ୍ତପୁରମ: ଦେଶର ବିଭିନ୍ନ ସ୍ଥାନରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିପାଉଥିବାବେଳେ କେରଳରେ ଅଧିକ ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି । ମେ ମାସରେ ଏପର୍ଯ୍ୟନ୍ତ ରାଜ୍ୟରେ ୧୮୨ଜଣ କୋଭିଡ ସଂକ୍ରମିତ ହୋଇଥିବା ଜଣାଯାଇଛି । ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଜନସାଧାରଣ ସତର୍କ ଓ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି । ଗଣମାଧ୍ୟମ ନିକଟରେ ପ୍ରକାଶ କରି ସେ କହିଛନ୍ତି ଯେ ରାଜ୍ୟ ସରକାର କୋଭିଡ ସଂକ୍ରମଣ ଜନିତ ପରିସ୍ଥିତିର…

ଭୁବନେଶ୍ୱରରେ କୋଭିଡ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାର ଭୁବନେଶ୍ୱରରେ ଜଣେ ବ୍ୟକ୍ତି କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହାକୁ ନେଇ ଆତଙ୍କିତ ହେବାର କୋ÷ଣସି କାରଣ ନାହିଁ । ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଜନସାଧାରଣ ଶାନ୍ତ ରହିବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅସ୍ୱଥି ଏସ୍‌ ଜନସାଧାରଣଙ୍କୁ ଭରସା ଦେଇ କହିଛନ୍ତି…