ସହରାଞ୍ଚଳର ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ପାଇଁ ଛାତ ଘର ସୁନିଶ୍ଚିତ କରିବା ସର୍ବୋଚ୍ଚ ପ୍ରାଥମିକତା

ବାରିପଦା / ଭୁବନେଶ୍ବର: ପ୍ରତ୍ୟେକ ଯୋଗ୍ୟ ପରିବାରକୁ ଏକ ସୁରକ୍ଷିତ ଏବଂ ସ୍ଥାୟୀ ( ପକା ) ଘର ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ବାରିପଦା ପୌରପାଳିକା ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) – PMAY-U 2.0 ଅଧୀନରେ ୬୧ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ  ବଣ୍ଟନ କରିଛନ୍ତି। ଏହି ଅବସରରେ ଉଦବୋଧନ…

ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା: ସ୍ବଛତା ଉପରେ ସର୍ବାଧିକ ଗୁରୁତ୍ୱ

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନଗର ଉନ୍ନୟନ ବିଭାଗ ପାଇଁ ଅନେକ ଆହ୍ୱାନ ରହିଥାଏ। ପୁରୀ ମହାନଗର ନିଗମ ବହୁ ପୂର୍ବରୁ ଚଳିତ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ସମସ୍ତଙ୍କ ସହଯୋଗ ଓ ସମ୍ମିଳିତ ଭାବେ କାର୍ଯ୍ୟ କରି,ଉନ୍ନତ ସେବା ଯୋଗାଇ ଶୃଙ୍ଖଳିତ ରଥଯାତ୍ରାକୁ ସଫଳ କରିବା ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ। ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ନଗର ଉନ୍ନୟନ…

ସହରାଞ୍ଚଳରେ ଲଗାଣ ବର୍ଷାଜନିତ ବନ୍ୟା ଓ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମିଳିବ ବିପର୍ଯ୍ୟୟ ପରିଚାଳନା ପାଣ୍ଠି

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବନ୍ୟା ତଥା ବର୍ଷାଜଳ ପରିଚାଳନା ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ଏହି ପରିପ୍ରେକ୍ଷୀରେ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାକୁ ସୁଦୃଢ଼ କରିବା ଦିଗରେ ଉନ୍ନତ ବୈଷୟିକ କାର୍ଯ୍ୟପ୍ରଣାଳୀ ଏବଂ ସମୁଦାୟଭିତ୍ତିକ ସଚେତନତା ମାଧ୍ୟମରେ ବିପର୍ଯ୍ୟୟ ପ୍ରଶମନ କ୍ଷମତା ବୃଦ୍ଧି ଦିଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିଛନ୍ତି l ବୈଠକରେ ସହରାଞ୍ଚଳରେ…

ରାଜ୍ୟ ସରକାରଙ୍କୁ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ ପକ୍ଷରୁ ୨୧.୨୮ କୋଟି ଟଙ୍କାର ଲାଭାଂଶ ପ୍ରଦାନ

ଭୁବନେଶ୍ୱର: ବିଭାଗ, ଓଡ଼ିଶା ସରକାର ଅଧୀନସ୍ଥ ରାଜ୍ୟ ସରକାରୀ ଉଦ୍ୟୋଗ, ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ (OPHWC) ପକ୍ଷରୁ ଆର୍ଥିକ ବର୍ଷ ୨୦୨୪–୨୫ ପାଇଁ ଓଡ଼ିଶା ସରକାରଙ୍କୁ ୨୧.୨୮ କୋଟି ଟଙ୍କା ଲାଭାଂଶ ପ୍ରଦାନ କରାଯାଇଛି ଯାହାକି ନିଗମର ଇତିହାସରେ ସର୍ବାଧିକ ଲାଭାଂଶ ପ୍ରଦାନ। ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମର ଅଧ୍ୟକ୍ଷ-ଏବଂ-ପରିଚାଳନା ନିର୍ଦ୍ଦେଶକ ସୌମ୍ୟେନ୍ଦ୍ର…

ଚଳିତ ବର୍ଷ OAIC ପକ୍ଷରୁ ୫୪,୦୦୦ ଟନ୍ ସାର, ୮,୪୦୦ ଟ୍ରାକ୍ଟର, ୧,୨୦୦ ପାୱାର୍ ଟିଲର୍ ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ୪ଟି ନିଗମ, ଓଡ଼ିଶା କୃଷି ଶିଳ୍ପ ନିଗମ (OAIC), ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜିଲଗାଣ ନିଗମ (APICOL), ଓଡ଼ିଶା ରାଜ୍ୟ ବିହନ ନିଗମ (OSSC) ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ (OSCDCL) ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ବିଭାଗ ସହ ସମନ୍ବୟ ରକ୍ଷା କରି…

ପାରାଦୀପ ଓ ଗୋପାଳପୁରରେ ହେବ ୩ଟି ପ୍ରକଳ୍ପ, ନିବେଶ- ୬୭,୦୦୦ କୋଟି ଟଙ୍କା, ନିଯୁକ୍ତି-୭,୬୦୦

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ଏବେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି (ଗ୍ରୀନ୍ ଇକୋନୋମି) ଦ୍ୱାରା ପରିଚାଳିତ ହେବ ବୋଲି ଆଜି ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ, ଜାପାନୀ ଶିଳ୍ପ  ବ୍ୟବସାୟିକ ପ୍ରତିନିଧି ମଣ୍ଡଳଙ୍କ ସହିତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ କହିଛନ୍ତି ଯେ, ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗରେ ଓଡିଶାକୁ ଏକ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ରେ ପରିଣତ କରାଯିବ। ଲୋକସେବା ଭବନର କନଭେନସନ୍‌…

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିବେଶକମାନଙ୍କ ନିକଟରେ ଓଡିଶାର ଆକର୍ଷଣ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି

ଭୁବନେଶ୍ୱର: ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ଅର୍ଥନୀତିରେ ପରିଣତ କରିବା ଏବଂ ବିଶ୍ୱସ୍ତରୀୟ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଦିଗରେ ରାଜ୍ୟ ଶିଳ୍ପ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ, ଓଡ଼ିଶା ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ…

 ‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ଉନ୍ନତ ସୁରକ୍ଷା ମଡ୍ୟୁଲ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ୍ ପ୍ରୟାସ ମାଧ୍ୟମରେ ନାଗରିକ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ଏକ ଉନ୍ନତ ସୁରକ୍ଷା ମଡ୍ୟୁଲ୍ ସାମିଲ କରାଯାଇ ଏହାକୁ ଦେଶର ପ୍ରଥମ ସରକାରୀ ସମନ୍ୱିତ ସୁରକ୍ଷା ଓ ଗମନାଗମନ ପ୍ଲାଟଫର୍ମ ଭାବେ ରୂପାନ୍ତରିତ କରାଯାଇଛି। ସୁରକ୍ଷିତ, ସ୍ମାର୍ଟ ଏବଂ ସଂଯୁକ୍ତ ଓଡ଼ିଶା ଗଠନ ସହ ଜନସାଧାରଣଙ୍କ ସେବାକୁ ଏକକ ନିର୍ଭରଯୋଗ୍ୟ ପ୍ଲାଟଫର୍ମକୁ ଆଣିବା ପାଇଁ…

୮ଟି ଡିଜିଟାଲ୍ ଆପ୍ଲିକେସନ୍ ଓ ୯ଟି ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନ ପ୍ରକାଶନ ଲୋକାର୍ପିତ

ଭୁବନେଶ୍ୱର: ଯୋଜନା ଓ ସଂଯୋଜନ ବିଭାଗ ଅଧୀନସ୍ଥ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ (ଡିଇଏଣ୍ଡଏସ୍) ପକ୍ଷରୁ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ଅବସରରେ “ଦକ୍ଷ ଜନସେବା ପ୍ରଦାନ ପାଇଁ ପ୍ରଶାସନିକ ତଥ୍ୟର ସଦୁପଯୋଗ” (Harnessing Administrative Data for Efficient Public Service Delivery) ଶୀର୍ଷକ ଏକ ଦୁଇଦିନିଆ କର୍ମଶାଳା ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଆରମ୍ଭ ହୋଇଛି। କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ (MoSPI)ର ପ୍ରଶାସନିକ ତଥ୍ୟର ସମ୍ଭାବନାକୁ ଉନ୍ମୋଚନ କରିବା…

ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ସମବାୟ ବିଭାଗ,ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ, ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସର ଉଦ୍‌ଘାଟନୀ ଉତ୍ସବ ଭୁବନେଶ୍ୱରସ୍ଥିତ  ସମବାୟ ଭବନ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଦ୍ୱାରା ନୂତନ ଭାବରେ ପ୍ରତିଷ୍ଠିତ ସମବାୟ ମନ୍ତ୍ରଣାଳୟର ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ଜନସାଧାରଣଙ୍କୁ ସମବାୟ ଆନ୍ଦୋଳନ ସହ ଯୋଡ଼ିବା ପାଇଁ  ତା୨୯/୦୬/୨୦୨୬ ରିଖ ଠାରୁ ୦୬/୦୭/୨୦୨୬ରିଖ ପର୍ଯ୍ୟନ୍ତ ଭାରତ ସରକାର ସମବାୟ ବିଭାଗର ସୁଫଳକୁ ଦେଶର…