ପର୍ଯ୍ୟଟନ ଭିତ୍ତିଭୂମି ପ୍ରକଳ୍ପ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ପ୍ରକୃତି, ସଂସ୍କୃତି ଓ ସାହସିକ ପର୍ଯ୍ୟଟନର ସମନ୍ୱୟରେ ହୀରାକୁଦକୁ ଏକ ସ୍ଥାୟୀ ଓ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ବିକଶିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ଭିତ୍ତିଭୂମି ପ୍ରକଳ୍ପ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ହୀରାକୁଦ ଅଞ୍ଚଳର ସମନ୍ୱିତ ବିକାଶ ଯୋଜନାରେ ପର୍ଯ୍ୟଟନ, ଯୋଗାଯୋଗ, ଐତିହ୍ୟ, ପରିବେଶ, ଜଳ ପର୍ଯ୍ୟଟନ ଓ ସ୍ଥାନୀୟ ଜୀବିକାକୁ ଏକାଠି କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଲୋକସେବା ଭବନରେ ହୀରାକୁଦ…

ଆମ ସାଥୀ ହ୍ୱାଟସଆପ୍ ଚାଟବଟରେ ରାଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥାର ଶୁଭ ଲୋକାର୍ପଣ

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ‘ଆମ ସାଥୀ ହ୍ୱାଟସଆପ୍ ଚାଟବଟ’ ମାଧ୍ୟମରେ ‘ରାଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥା’ର ଶୁଭ ଲୋକାର୍ପଣ କରିଛନ୍ତି l ଏହି ବ୍ୟବସ୍ଥା ଦ୍ଵାରା ରାଜସ୍ୱ ସେବା ଜନସାଧାରଣଙ୍କ ଆହୁରି ନିକଟତର ହେବା ସହ ସ୍ଵଚ୍ଛ, ପାରଦର୍ଶୀ ତଥା ଉତ୍ତରଦାୟୀ ରାଜସ୍ୱ ପ୍ରଶାସନ ସୁନିଶ୍ଚିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ମତପ୍ରକାଶ କରିଛନ୍ତି l ଏହି ନୂତନ ବ୍ୟବସ୍ଥାର ଲୋକାର୍ପଣ କରି ମନ୍ତ୍ରୀ…

କଟକ ବଡ ମେଡିକାଲରେ ଆଉ ଗୋଟିଏ ମେଡିସିନ୍ ବ୍ଲକ ନିର୍ମାଣ ହେବ

ଭୁବନେଶ୍ୱର: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତିକରଣ ଓ ଭିତ୍ତିଭୂମି ବିକାଶ ସହିତ ଏହାକୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ରୂପାନ୍ତରିତ କରିବା ପାଇଁ ଚାଲିଥିବା ମେଗା ପୁନଃବିକାଶ ପ୍ରକଳ୍ପ  ନିର୍ମାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ବୈଠକର ଆଲୋଚନାରୁ ଜଣାଯାଇଛି ଯେ, ଏସସିବି ମେଡିକାଲ ପରିସରରେ ୪ଟି ନୂତନ କ୍ଲିନିକାଲ୍ ଏବଂ ଗୋଟିଏ ଆବାସିକ ବ୍ଲକର ନିର୍ମାଣ କାର୍ଯ୍ୟ…

ବିଭାଗୱାରୀ ପ୍ରତ୍ୟେକ ସେବା ଏବଂ ସଂସ୍କାରରେ ରହିଥିବା ବିଭିନ୍ନ ଅଭାବଗୁଡ଼ିକର ସମୀକ୍ଷା

ଭୁବନେଶ୍ୱର : ମୁଖ୍ୟଶାସନ, ଓଡ଼ିଶା ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବ୍ୟବସାୟିକ ସଂସ୍କାର କାର୍ୟ୍ୟ ଯୋଜନା (ବିଆରଏପି) ୨୦୨୬ ଏବଂ ଜିଲ୍ଲା ବ୍ୟବସାୟିକ ସଂସ୍କାର କାର୍ୟ୍ୟ ଯୋଜନା (ଡିବିଆରଏପି) -୨୦୨୫-୨୬ ଅଧୀନରେ ସଂସ୍କାରଗୁଡ଼ିକର କାର୍ୟ୍ୟାନ୍ୱୟନ ସ୍ଥିତି ସଂପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ମାନଦଣ୍ଡ ପାଳନ ପାଇଁ ଆବଶ୍ୟକ ସୂଚନା ପ୍ରଯୁକ୍ତି ଭିତ୍ତିକ ପଦକ୍ଷେପଗୁଡ଼ିକୁ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା…

ଗୁଜରାଟର ସେମିକଣ୍ଡକ୍ଟର ଫ୍ୟାସିଲିଟି କେନ୍ଦ୍ର ପରିଦର୍ଶନ କଲେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଏକ ସୁଦୃଢ଼, ସ୍ଥାୟୀ ଓ ଆତ୍ମନିର୍ଭର ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌ ଗଠନ ଲକ୍ଷ୍ୟରେ ଗୁଜରାଟର ସାନନ୍ଦସ୍ଥିତ ସିଜି ସେମି ସେମିକଣ୍ଡକ୍ଟର ଫ୍ୟାସିଲିଟି ପରିଦର୍ଶନ କରିଛନ୍ତି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ  ଡ଼ ମୁକେଶ ମହାଲିଙ୍ଗ। ମନ୍ତ୍ରୀ ଏହି ଅବସରରେ ଫ୍ୟାସିଲିଟିର ବିଭିନ୍ନ ବ୍ୟବସ୍ଥା ଓ କାର୍ଯ୍ୟପ୍ରଣାଳୀକୁ ନିକଟରୁ ଅନୁଧ୍ୟାନ କରିବା ସହ ସିଜି ସେମିର ଫ୍ୟାସିଲିଟିର  ନେତୃବୃନ୍ଦ ଓ ବିଶେଷଜ୍ଞମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଆବଶ୍ୟକ ଆନୁଷଙ୍ଗିକ ଶିଳ୍ପ, ମାନବ…

‘ରଘୁରାଜପୁର ଆମ ରାଜ୍ୟର କଳା ଓ ସଂସ୍କୃତିର ପ୍ରାଣକେନ୍ଦ୍ର’

ପୁରୀ I ଭୁବନେଶ୍ୱର: ଐତିହ୍ୟଗ୍ରାମ ରଘୁରାଜପୁରର ସମନ୍ୱିତ ପର୍ଯ୍ୟଟନ ବିକାଶ ନିମନ୍ତେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ସ୍ୱତନ୍ତ୍ର ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, “ରଘୁରାଜପୁର ହେଉଛି ଆମ ରାଜ୍ୟର କଳା ଓ ସଂସ୍କୃତିର ପ୍ରାଣକେନ୍ଦ୍ର। ଏହି ପ୍ରକଳ୍ପ ରଘୁରାଜପୁରର ପର୍ଯ୍ୟଟନ ବିକାଶରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିବ। ଆମର ଲକ୍ଷ୍ୟ ହେଉଛି ଏଠାକାର ପ୍ରସିଦ୍ଧ ପଟ୍ଟଚିତ୍ର, ଗୋଟିପୁଅ ନୃତ୍ୟ ଏବଂ…

କର୍ପୋରେଟ ସଂସ୍ଥାଗୁଡିକ ସିଏସଆରକୁ ଅଧିକ ପ୍ରଭାବଶାଳୀ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: କେବଳ ଆଇନ ଗତ ଅନୁପାଳନ ମଧ୍ୟରେ ସୀମିତ ନ ରହି କର୍ପୋରେଟ ସଂସ୍ଥାଗୁଡିକ ଓଡ଼ିଶାର ବିକାଶରେ ଦାୟିତ୍ୱବାନ ସହଯୋଗୀ ଭାବେ କାର୍ଯ୍ୟ କରିବା ସହ ସିଏସଆରକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତିI ମଙ୍ଗଳବାର ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ସାଧାରଣ ଉଦ୍ୟୋଗ (ପବ୍ଲିକ ଏଣ୍ଟରପ୍ରାଇଜେସ) ବିଭାଗ ସହଯୋଗରେ ଏବଂ ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ ଓ ଫ୍ରିଡମ ଏଡୁର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ବ୍ରିଜ ଭାରତ ସମ୍ମିଳନୀ…

ବନ୍ୟା ପ୍ରଭାବିତଙ୍କ ପାଇଁ ୧୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ପ୍ୟାକେଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବା ପରେ ରାଜ୍ୟର ବନ୍ୟା ପ୍ରଭାବିତଙ୍କ ପାଇଁ ୧୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ୟାକେଜ୍ ପ୍ରାରମ୍ଭିକ ଆକଳନ ଅନୁଯାୟୀ ଘୋଷଣା କରାଯାଇଛି। ଚୂଡାନ୍ତ ଆକଳନ ପରେ ଏହି ସହାୟତା ପରିମାଣ ବୃଦ୍ଧି କରାଯାଇପାରେ। ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି ଓ ରିଲିଫ୍ ସହାୟତା ସମ୍ପର୍କରେ…

ଓଡ଼ିଶା ଦେଶର ପ୍ରମୁଖ ସ୍କିଲିଂ ହବ୍ ଭାବେ ଉଭା ହେଉଛି : ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଦ୍ରୁତ ଗତିରେ ଦେଶର ଏକ ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ର  ଭାବେ ଉଭା ହେଉଛି। କୋଲକାତାରେ ଆୟୋଜିତ ଆଞ୍ଚଳିକ କୌଶଳ ମନ୍ତ୍ରୀ ସମ୍ମିଳନୀ ‘କୌଶଳ ମନ୍ଥନ’ରେ ଯୋଗଦେଇ ଏହା କହିଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ। କେନ୍ଦ୍ର କୌଶଳ ବିକାଶ ଓ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟବର ମନ୍ତ୍ରୀଗଣ ଏବଂ ବରିଷ୍ଠ…

ଲଘୁଚାପ କ୍ଷେତ୍ର: ତ୍ୱରିତ, ସମନ୍ୱିତ ଓ ଜନକୈନ୍ଦ୍ରିକ ପଦକ୍ଷେପ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପରିପ୍ରେକ୍ଷୀରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ ସମସ୍ତ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ଉଚ୍ଚସ୍ତରୀୟ ସତର୍କତା ଅବଲମ୍ବନ କରିବା ସହ ଯେକୌଣସି ପରିସ୍ଥିତିରେ ତ୍ୱରିତ, ସମନ୍ୱିତ ଓ ଜନକୈନ୍ଦ୍ରିକ ପଦକ୍ଷେପ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ କର୍ମଚାରୀ, ଯନ୍ତ୍ରପାତି ଓ ଆବଶ୍ୟକ ସାଜସଜ୍ଜାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ସଜାଗ ରଖିବା ସହ ରାପିଡ୍…