ତୃଣମୂଳ ସ୍ତରରେ ପହଂଚିବ ରାଜସ୍ୱ ସେବା; ତହସିଲ୍ ପକ୍ଷରୁ ପଂଚାୟତ ସ୍ତରରେ ହେବ କ୍ୟାମ୍ପ୍ କୋର୍ଟ

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛିl ବିଗତ ଦୁଇ ବର୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଭିନ୍ନ ସଫଳତା ଏବଂ ଉପଲବ୍ଧି ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରି ପ୍ରତିଟି ଲୋକ ପାଖେ ରାଜସ୍ୱ ସେବା ପହଞ୍ଚାଇବା ସୁନିଶ୍ଚିତ କରିବା ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ବୈଠକରେ ମନ୍ତ୍ରୀ କହିଛନ୍ତି ଯେ, “ଯାହା ଆମେ ଉପଲବ୍ଧି କରୁଛେ, ତାହା…

 ମହିଳା ସୁବାହକ ଭାନୁପ୍ରିୟା ବେହେରାଙ୍କୁ କାର୍ ଚାବି ହସ୍ତାନ୍ତର

ଭୁବନେଶ୍ୱର: ଓଡ଼ିଶାର ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ସହ ପରିବହନ କ୍ଷେତ୍ରରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ‘ଆତ୍ମନିର୍ଭର ମହିଳା ସୁବାହକ’ (ଆମ ସୁବାହକ) ଯୋଜନା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଆଉ ଜଣେ ହିତାଧିକାରୀ ଭାନୁପ୍ରିୟା ବେହେରାଙ୍କୁ ନୂତନ ଗାଡ଼ିର ଚାବି ହସ୍ତାନ୍ତର କରାଯାଇଛି। ଭାନୁପ୍ରିୟା ୨୦୧୯ରେ ଛତିଆ ସ୍ଥିତ ‘ଯାନ ଚାଳନା ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ’(IDTR)ରୁ ପ୍ରଶିକ୍ଷଣ ଗ୍ରହଣ…

ଗ୍ରାମୀଣ ସଂଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ଓଡ଼ିଶା ସମ୍ମାନିତ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ)ର ସଫଳ କାର୍ଯ୍ୟାନ୍ୱୟନ ଏବଂ ଗ୍ରାମୀଣ ସଂଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ଓଡ଼ିଶାକୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି। ମଧ୍ୟପ୍ରଦେଶର ସିହୋରଠାରେ ମେ ୧୦ ତାରିଖରେ ଆୟୋଜିତ ପିଏମଜିଏସୱାଇ ର ୨୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ମଧ୍ୟପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ଡ….

ଚାରି ଲେନ୍‌ବିଶିଷ୍ଟ ହେବ ଭବାନୀପାଟଣା-ଖରିଆର ରୋଡ୍‌ : ନିର୍ମାଣ ହେବ ୫ଟି ମୁଖ୍ୟ ସେତୁ ସହ ୧୫ଟି ଛୋଟ ସେତୁ

ଭୁବନେଶ୍ୱର : ଭବାନୀପାଟଣାବାସୀଙ୍କ ଦୀର୍ଘଦିନର ଦାବି ସାକାର ରୂପ ନେବାକୁ ଯାଉଛି।  ଭବାନୀପାଟଣାବାସୀଙ୍କ ଆବେଗକୁ ଗୁରୁତ୍ୱ ଦେଇ ପୂର୍ତ୍ତ ବିଭାଗ ଭବାନୀପାଟଣା-ଖରିଆର ରାସ୍ତାକୁ ଦୁଇ ଲେନ୍‌ରୁ ଚାରି ଲେନ୍‌ ବିଶିଷ୍ଟ କରିବାକୁ ଯାଉଛି। ଏହି ରାସ୍ତା ନିର୍ମାଣ ଦ୍ୱାରା ସ୍ଥାନୀୟ ଲୋକଙ୍କ ଗମନାଗମନରେ ସୁବିଧା ହେବା ସହ କ୍ଷୁଦ୍ର ଚାଷୀ ଓ ବ୍ୟବସାୟୀ ବିଶେଷ ଭାବେ ଉପକୃତ ହେବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ନୂତନ…

୨୦୨୬-୨୭ରେ ଜଳ ଓ ସ୍ୱେରେଜ୍ ଭିତ୍ତିଭୂମି ପାଇଁ ବୃହତ୍ ପୁଞ୍ଜିନିବେଶ

ଭୁବନେଶ୍ୱର: ଓଡ଼ିଶା ଜଳ ନିଗମ (WATCO) ସହରାଞ୍ଚଳ ନାଗରିକ ସେବା କ୍ଷେତ୍ରରେ ଏକ ଐତିହାସିକ ମାଇଲଷ୍ଟୋନ୍ ଅର୍ଜନ କରିଛି। ନିଗମ ନିଜ ଅଧୀନରେ ଥିବା ସମସ୍ତ ୨୯ଟି ସହରାଞ୍ଚଳରେ ଶତପ୍ରତିଶତ ଘରୋଇ ପାଇପ୍ ଜଳ ସଂଯୋଗ ସୁନିଶ୍ଚିତ କରି ସାର୍ବଜନୀନ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିଛି। ଏହି ସଫଳତା ସହ ରାଜ୍ୟର ସହରାଞ୍ଚଳ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ସୁଦୃଢ଼ କରିଛି। ନିକଟରେ ମାନ୍ୟବର ଗୃହ ନିର୍ମାଣ ଓ…

ଗ୍ରାମୀଣ ରାସ୍ତାର ଗୁଣବତ୍ତା ଏବଂ ପ୍ରକଳ୍ପ ସମୟସୀମା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା (ପିଏମଜିଏସୱାଇ) ଉପରେ ଦୁଇ ଦିନିଆ ଆଞ୍ଚଳିକ ସମୀକ୍ଷା ବୈଠକ ଭୁବନେଶ୍ୱରସ୍ଥିତ ୱେଲକମ୍ ହୋଟେଲରେ  ଆରମ୍ଭ ହୋଇଯାଇଛି। ଗ୍ରାମୀଣ ରାସ୍ତା ବିକାଶର ପ୍ରଗତି ସମୀକ୍ଷା, ସମସ୍ୟା ଚିହ୍ନଟ ଏବଂ ଭବିଷ୍ୟତ ଯୋଜନା ପାଇଁ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଏହି ବୈଠକ ଆୟୋଜନ କରାଯାଉଛି, ଯେଉଁଥିରେ ଓଡ଼ିଶା ଆୟୋଜକ ରାଜ୍ୟ ଭାବେ ଭୂମିକା ନିର୍ବାହ କରୁଛି। ଓଡ଼ିଶା ସହିତ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ,…

ଓଡ଼ିଶାର ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ଜଳଯୋଗାଣ ମଡେଲ୍ ଅନୁଧ୍ୟାନ କଲେ ଇନ୍ଦୋର ମ୍ୟୁନିସିପାଲ୍ ପ୍ରତିନିଧି ଦଳ

ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳ ଜଳ ସଂସ୍କାରର ସଫଳତା ଅନୁଧ୍ୟାନ କରିବା ପାଇଁ ଇନ୍ଦୋର ମ୍ୟୁନିସିପାଲ୍ କର୍ପୋରେସନ୍ (IMC)ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରିଛନ୍ତି। ଇନ୍ଦୋର ମ୍ୟୁନିସିପାଲ୍ କମିଶନର କ୍ଷିତିଜ ସିଙ୍ଗଲଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧି ଦଳ ଉନ୍ନତି ଭବନଠାରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ସହ ଏକ ରଣନୈତିକ ପରାମର୍ଶ ବୈଠକରେ ଆଲୋଚନା କରିଥିଲେ। ଏହି ବୈଠକରେ ମୁଖ୍ୟତଃ ‘ଡ୍ରିଙ୍କ୍ ଫ୍ରମ୍…

ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର : ରାଜ୍ୟର ଗ୍ରାମାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ (PMGSY-IV) ର ଶୁଭାରମ୍ଭ ହୋଇଯାଇଛି। ରାୟଗଡ଼ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି।  ପିଏମ୍‌ଜିଏସ୍‌ୱାଇ-୪ରେ ଓଡ଼ିଶାର ୮ଟି ଜିଲ୍ଲା ପାଇଁ ପ୍ରାୟ ୧୭୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ…