ରାଜ୍ୟର ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ବୃଦ୍ଧି ବ୍ୟବସ୍ଥା ଆଗକୁ ବଢ଼ାଇବା ପାଇଁ ଏକ ମିଳିତ ପ୍ରତିବଦ୍ଧତା ପ୍ରସଙ୍ଗରେ ଆଲୋଚନା

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରାଜ୍ୟରେ ଥିବା କେନ୍ଦ୍ର ସରକାରଙ୍କ ପ୍ରମୁଖ ଅନୁଷ୍ଠାନ ଗୁଡିକର ମୁଖ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଆଲୋଚନାରେ ନାଇଜର, ଆଇଏଲଏସ, ଆଇଆଇଟି,ଆଇଏମଏମଟି, ଆରଏମଆରସି  ଭଳି ପ୍ରତିଷ୍ଠିତ ସଂସ୍ଥାର ଅଧିକାରୀ ମାନେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଅନୁଷ୍ଠାନ ମୁଖ୍ୟମାନେ ନିଜ ନିଜ ଅନୁଷ୍ଠାନର ପ୍ରମୁଖ…

ଯାତ୍ରୀଙ୍କୁ ପ୍ରତି ୫୦ କିଲୋମିଟରରେ ମିଳିବ ସମସ୍ତ ସୁବିଧା

ଭୁବନେଶ୍ୱର: ରାଜ୍ୟର ସଡ଼କ ନେଟ୍‌ୱାର୍କ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଦୁର୍ଘଟଣାମୁକ୍ତ କରିବା ଦିଗରେ ଅନେକ ଯୋଜନା ପ୍ରସ୍ତୁତ ହେଉଛି। ତେବେ ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଏକ୍ସପ୍ରେସ୍‌ ୱେ କିମ୍ବା ଜିଲ୍ଲା ମୁଖ୍ୟ ସଡ଼କରେ ଦୀର୍ଘ ଯାତ୍ରା କରୁଥିବା ଗାଡ଼ିଚାଳକ ତଥା ପର୍ଯ୍ୟଟକଙ୍କୁ ରାସ୍ତାକଡ଼ରେ ସର୍ବନିମ୍ନ ସୁବିଧା ପ୍ରଦାନ କରିବା ଜରୁରୀ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ରାସ୍ତାକଡ଼ରେ ୱେ-ସାଇଡ୍‌ ଆମିନିଟିସ୍‌ ସେଣ୍ଟର (ସଡ଼କ ପାର୍ଶ୍ଵ ସୁବିଧା କେନ୍ଦ୍ର) ପ୍ରତିଷ୍ଠା ନେଇ ଆଇନ, ପୂର୍ତ୍ତ…

ଓଡ଼ିଶାର ସ୍ୱଚ୍ଛ ଶକ୍ତିରେ ଅଗ୍ରଗତି ବିଷୟରେ ବଖାଣିଲେ ଉପ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ହୋଟେଲ ଲି ମେରିଡିଏନଠାରେ ଆୟୋଜିତ ୭ମ ସିଆଇଆଇ ଅନ୍ତର୍ଜାତୀୟ ଶକ୍ତି ସମ୍ମିଳନୀ ୨୦୨୬ରେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଯୋଗଦେଇ ରାଜ୍ୟର ସ୍ୱଚ୍ଛ ଶକ୍ତି ଓ ସବୁଜ ଉତ୍ପାଦନ କ୍ଷେତ୍ରର ଅଗ୍ରଗତି ବିଷୟରେ ଆଲୋକପାତ କରିଛନ୍ତି। କେନ୍ଦ୍ର ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଭୁଟାନ ଶକ୍ତି ମନ୍ତ୍ରୀ ଲିୟନପୋ ଜେମ୍ ସେରିଙ୍ଗ ଓ ଶ୍ରୀଲଙ୍କାର ଶକ୍ତି ମନ୍ତ୍ରୀ ଅନୁରା କରୁଣାଥିଲାକେଙ୍କ ଉପସ୍ଥିତିରେ ଆୟୋଜିତ ଏହି ସମ୍ମିଳନୀରେ ଭାରତର ଶକ୍ତି…

ସଚିବସ୍ତରୀୟ ବୈଠକ: ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର, ଘାଇ ମରାମତି ଓ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।…

“ସ୍ୱାସ୍ଥ୍ୟ ସେବା,ଗବେଷଣା ଓ ଭିତ୍ତିଭୂମିରେ ଉନ୍ନତି ଆସିବ”

ଭୁବନେଶ୍ୱର: ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ଗୁଜୁରାଟର ଆଇ-ହବ, ଅନ୍ତରା ଫାଉଣ୍ଡେସନ, ସର୍ବଭାରତୀୟ ଆୟୁର୍ବେଦ ସଂସ୍ଥାନ, ଅଦାନୀ ଗ୍ରୁପର ସେବାଦାନ ଆରୋଗ୍ୟ ଫାଉଣ୍ଡେସନ, ହେଲଥ ସିଷ୍ଟମ ଟ୍ରାଂସଫରମେସନ ପ୍ଲାଟଫର୍ମ, ଏମ୍ସ ଦିଲ୍ଲୀର ସେଣ୍ଟର ଫର ଏମେରଜେନ୍ସି ଏବଂ ଟ୍ରମା କେୟାର, କୋଚିର ଅମ୍ରିତା ହସ୍ପିଟାଲର ପେଡିଆଟ୍ରିକ କାର୍ଡିଆକ କେୟାର, କ୍ୟୁ।ଲିଟି କଣ୍ଟ୍ରୋଲ ଅଫ ଇଣ୍ଡିଆର ଏନଏବିଏଲ ମାନ୍ୟତା ପ୍ରାପ୍ତ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ/ଜିଲ୍ଲା ମୁଖ୍ୟ ହସ୍ପିଟାଲ ଲ୍ୟାବ,…

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ ପ୍ରକଳ୍ପ ମନିଟରିଂ କମିଟିର ଅନୁମୋଦନ

ଭୁବନେଶ୍ୱର: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ (ବିକେପିପିଇଆର୍) ବିକାଶ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ପ୍ରକଳ୍ପ ପ୍ରସ୍ତାବ ରିପୋର୍ଟ (ପିପିଆର୍)କୁ ରାଜ୍ୟସ୍ତରୀୟ ପ୍ରକଳ୍ପ ମନିଟରିଂ କମିଟି (ଏସ୍ଏଲପିଏମସି)ରେ ଅନୁମୋଦନ କରାଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାହ୍ୟ ସହାୟତାପ୍ରାପ୍ତ ପ୍ରକଳ୍ପ (ଇଏପି) ଅଧୀନରେ ଏହି ପ୍ରକଳ୍ପକୁ ଆଗକୁ ନେବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। କେନ୍ଦ୍ର ସରକାରଙ୍କ ସିଟି ଇକୋନୋମିକ୍ ରିଜିଅନ୍ (ସିଇଆର) ଯୋଜନାର ପ୍ରଥମ ପର୍ଯ୍ୟାୟରେ ଦେଶର ଚାରିଟି ପାଇଲଟ୍ ଅର୍ଥନୈତିକ…

ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଏବଂ ଭିତ୍ତିଭୂମି ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଓଡ୍ରାଫକୁ ରାଜ୍ୟର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ /ଷ୍ଟେଟ୍ ଡିଜାଷ୍ଟର୍ ରେସପନ୍ସ୍ ଫୋର୍ସ୍ (SDRF) ଭାବେ ଉନ୍ନୀତ କରାଯିବ ଏବଂ ଏହାକୁ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ସମ୍ପୂର୍ଣ୍ଣ ସମର୍ପିତ ବାହିନୀରେ ପରିଣତ କରିବା ଦିଗରେ ପର୍ଯ୍ୟାୟକ୍ରମେ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି, ଓଡ୍ରାଫ ପାଇଁ ସ୍ୱତନ୍ତ୍ର ବାଟାଲିଅନ୍ ଗଠନ ସହିତ ଏହାର ନେତୃତ୍ୱ ଓ ପରିଚାଳନା ପାଇଁ ଜଣେ ସ୍ଵତନ୍ତ୍ର ଅଧିକାରୀ ନିଯୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ନିଆଯିବ। ଲୋକସେବା ଭବନଠାରେ ରାଜସ୍ୱ ଓ…

ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ

ଭୁବନେଶ୍ୱର: ବନ୍ୟା ପରିସ୍ଥିତି ପରେ ରାଜ୍ୟରେ ଜଳ ବନ୍ଧ ସଂରଚନାର ସୁରକ୍ଷା ଓ କ୍ଷତିଗ୍ରସ୍ତ ସ୍ଥାନଗୁଡ଼ିକର ଶୀଘ୍ର ପୁନରୁଦ୍ଧାର ପାଇଁ ଜଳ ସମ୍ପଦ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛି। ବିଭାଗର ବରିଷ୍ଠ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରୁଥିବାବେଳେ, ଆବଶ୍ୟକ ସ୍ଥାନରେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଯାଜପୁର ଜିଲ୍ଲାର କାଣି ଡାହାଣ ପାର୍ଶ୍ୱ ବନ୍ଧର ବ୍ରହ୍ମଚାରୀପାଟଣା ଏବଂ ବ୍ରାହ୍ମଣୀ ନଦୀର କିମିରିଆପାଲ ନିକଟରେ ହୋଇଥିବା ଅସ୍ଥାୟୀ ଘାଇର ମରାମତି…

ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଶେଷ

ଭୁବନେଶ୍ୱର: ବିହାର ସରକାରଙ୍କ କ୍ରୀଡ଼ା ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରେୟସୀ ସିଂହଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଭୁବନେଶ୍ୱରରେ ଅବସ୍ଥିତ କଳିଙ୍ଗ ଷ୍ଟାଡିୟମରେ  ଶେଷ ହୋଇଛି। ଗସ୍ତର ଶେଷ ଦିନରେ ସେ ଓଡ଼ିଶାର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ। ଦୁଇ ରାଜ୍ୟ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗ, ଖେଳାଳିଙ୍କ ଆଦାନପ୍ରଦାନ, କ୍ରୀଡ଼ା ବିଜ୍ଞାନର ବ୍ୟବହାର ଏବଂ ତୃଣମୂଳ ସ୍ତରରୁ ନୂଆ ପ୍ରତିଭା ଖୋଜିବା ଉପରେ ଏହି ବୈଠକରେ…

ବ୍ରିକ୍ସ-ଭାରତ ଅଧ୍ୟକ୍ଷତାର ଶିକ୍ଷା କ୍ଷେତ୍ର ବୈଠକମାଳାରେ ୧୧ଟି ବ୍ରିକ୍ସ ସଦସ୍ୟ ଦେଶର ୮ ଶିକ୍ଷାମନ୍ତ୍ରୀଙ୍କ ସହ  ୪୦ ଜଣ ବରିଷ୍ଠ ପଦାଧିକାରୀ ଅଂଶଗ୍ରହଣ କରିବେ

ଭୁବନେଶ୍ୱର: ଅଗଷ୍ଟ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବ୍ରିକ୍ସ-ଭାରତ ଅଧ୍ୟକ୍ଷତାର ଶିକ୍ଷାକ୍ଷେତ୍ର ବୈଠକମାଳା ( ବ୍ରିକ୍ସ ଇଣ୍ଡିଆ ଚେୟାରସିପ୍ ଏଜୁକେସନ ଟ୍ରାକ୍ ମିଟିଙ୍ଗ୍ସ) ଅନୁଷ୍ଠିତ ହେବ। ଏହି ଆନ୍ତର୍ଜାତୀୟସ୍ତରୀୟ ବୈଠକର ସୁପରିଚାଳନା ଓ ସଫଳ ଆୟୋଜନ ନେଇମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ହୋଟେଲ ମେ ଫେୟାର ଲାଗୁନ୍‌ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି  କାର୍ଯ୍ୟକ୍ରମରେ ୧୧ଟି ବ୍ରିକ୍ସ ସଦସ୍ୟ…