ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ସମବାୟ ବିଭାଗ,ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ, ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସର ଉଦ୍‌ଘାଟନୀ ଉତ୍ସବ ଭୁବନେଶ୍ୱରସ୍ଥିତ  ସମବାୟ ଭବନ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଦ୍ୱାରା ନୂତନ ଭାବରେ ପ୍ରତିଷ୍ଠିତ ସମବାୟ ମନ୍ତ୍ରଣାଳୟର ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ଜନସାଧାରଣଙ୍କୁ ସମବାୟ ଆନ୍ଦୋଳନ ସହ ଯୋଡ଼ିବା ପାଇଁ  ତା୨୯/୦୬/୨୦୨୬ ରିଖ ଠାରୁ ୦୬/୦୭/୨୦୨୬ରିଖ ପର୍ଯ୍ୟନ୍ତ ଭାରତ ସରକାର ସମବାୟ ବିଭାଗର ସୁଫଳକୁ ଦେଶର…

ଆନ୍ତର୍ଜାତୀୟ ବିଶ୍ୱ ଏମଏସଏମଇ ଦିବସ ଅବସରରେ ସେମିନାର

ବାରିପଦା:  ଆନ୍ତର୍ଜାତୀୟ ବିଶ୍ୱ ଏମଏସଏମଇ ଦିବସ ଅବସରରେ, ବାରିପଦାସ୍ଥିତ ଐତିହାସିକ ଶ୍ରୀରାମ ଚନ୍ଦ୍ର ପାଠାଗାରଠାରେ ମୟୂରଭଞ୍ଜ ଜିଲ୍ଲା ଶିଳ୍ପ କେନ୍ଦ୍ର  ପକ୍ଷରୁ ‘ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ’ ଅଧୀନରେ  ଏକ ସ୍ୱତନ୍ତ୍ର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ‘ଉଦ୍ୟୋଗୀ ସଚେତନତା ଏବଂ ଋଣ ସୁବିଧା’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସେମିନାରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ଆଶାୟୀ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ଏହି ଅଞ୍ଚଳରେ ଥିବା ସୂକ୍ଷ୍ମ ଉଦ୍ୟୋଗଗୁଡ଼ିକର ବିକାଶ କରିବା। ଏହି…

ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଲୋକସଭା ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ନି ନିରାପତ୍ତା ବୈଠକରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସଭାପତିତ୍ୱ କରି ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ବର୍ତ୍ତମାନ ସ୍ଥିତି ଓ ଆବଶ୍ୟକତା, ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶ କେତେ ଅନୁପାଳନ ହୋଇଛି ସେ ବିଷୟରେ ମଧ୍ୟ ସମୀକ୍ଷା କରାଯାଇଥିଲା। ରୋଗୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ…

ପୁରୀରେ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ନିର୍ମାଣ ହେବ

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର। ପୁରୀକୁ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଏବଂ ବୃହତ ଜନସମାବେଶ ପାଇଁ ଏକ ପ୍ରମୁଖ ସ୍ଥଳ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ସେଠାରେ ୧୦୦୦ ଆସନ ବିଶିଷ୍ଟ ଏକ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ। ବିଭାଗ ପକ୍ଷରୁ “ବିକଶିତ ଓଡ଼ିଶା ପାଇଁ ଜନ ଭାଗିଦାରୀ: ସଶକ୍ତ ନାଗରିକ…

କେନ୍ଦ୍ରୀୟ ସଚିବଙ୍କ ଓଡ଼ିଶା ଗସ୍ତ; ଜଳ ଜୀବନ ମିଶନରେ ରାଜ୍ୟର ଅଗ୍ରଗତିର ପ୍ରଶଂସା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ଅଶୋକ କେ. କେ. ମୀନା ଓଡ଼ିଶା ଗସ୍ତରେ ଆସି ରାଜ୍ୟରେ ଜଳ ଜୀବନ ମିଶନ ଓ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)ର କାର୍ଯ୍ୟାନ୍ୱୟନର ଅଗ୍ରଗତି ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ଶ୍ରୀ ମୀନା ଜଳ ଜୀବନ ମିଶନରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଗତିର ପ୍ରଶଂସା କରିଥିଲେ। ଜାତୀୟ ଜଳ ଜୀବନ ମିଶନର ଉଦ୍ଦେଶ୍ୟ ଓ ପ୍ରାଥମିକତା ଅନୁରୂପ ରାଜ୍ୟ ସରକାର…

କଟକ ଏବଂ ଭୁବନେଶ୍ୱରରେ ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା ବ୍ୟବସ୍ଥା ଏବଂ ୯ଟି ସ୍ଥାନରେ ସ୍ୱୟଂଚାଳିତ ଯାନ ପରୀକ୍ଷଣ କେନ୍ଦ୍ର ଆରମ୍ଭ

ମୟୂରଭଞ୍ଜ/ଭୁବନେଶ୍ୱର/କଟକ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଓଡ଼ିଶାର ବିକାଶ ପାଇଁ  ₹୪୭,୬୦୦ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହୋଇଛି। ସେଥିରୁ ବାଣିଜ୍ୟ ଓ ପରିବହନ ବିଭାଗର ମଧ୍ୟ ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପ ଲୋକାର୍ପିତ ହୋଇଛି। ଏହା ମଧ୍ୟରେ କଳାହାଣ୍ଡି ଓ ଗିରିଶୋଳା (ଗଞ୍ଜାମ)ରେ ୨ଟି ଟ୍ରକ୍ ଟର୍ମିନାଲ୍, କଟକ ଓ ଭୁବନେଶ୍ୱରରେ ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା…

ଆପାର୍ଟମେଣ୍ଟ ପଞ୍ଜୀକରଣ ନିମନ୍ତେ ମାନକ କାର୍ଯ୍ୟପ୍ରଣାଳୀ

ଭୁବନେଶ୍ୱର: ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମନ୍ଵିତ କରିବା ଉଦ୍ଦେଶ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ଆପାର୍ଟମେଣ୍ଟ ପଞ୍ଜୀକରଣ ନିମନ୍ତେ ଏକ ମାନକ କାର୍ଯ୍ୟପ୍ରଣାଳୀ (Standard Operating Procedure – SOP) ଜାରି କରିଛନ୍ତି। ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଆଇନ, ୨୦୨୩, ରିଅଲ୍ ଇଷ୍ଟେଟ୍ (ନିୟନ୍ତ୍ରଣ ଓ ବିକାଶ) ଆଇନ, ୨୦୧୬ ଏବଂ ପଞ୍ଜୀକରଣ ଆଇନ,…

ନାଇଜେରିଆର ଲାଗୋସ ରାଜ୍ୟକୁ ମାର୍ଗଦର୍ଶନ ଦେବ ଓ ଡବ୍ଲ୍ୟୁ ଏସ୍ ଏସ୍ ବି

ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳ ପରିମଳ କ୍ଷେତ୍ର ପାଇଁ ଏକ ଗୌରବମୟ ସଫଳତା ଏବଂ ‘ସାଉଥ୍-ସାଉଥ୍ କୋଅପରେସନ୍’ (ଦକ୍ଷିଣ-ଦକ୍ଷିଣ ସହଯୋଗ) କ୍ଷେତ୍ରରେ ଏକ ଗର୍ବର ମୁହୂର୍ତ୍ତ ସ୍ୱରୂପ, ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ  ଜାତିସଂଘ-ହାବିଟାଟ୍ ଦ୍ୱାରା ସମର୍ଥିତ ଏକ ପ୍ରତିଷ୍ଠିତ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଅଧୀନରେ ନାଇଜେରିଆର ‘ଲାଗୋସ ଷ୍ଟେଟ୍ ୱେଷ୍ଟୱାଟର ମ୍ୟାନେଜମେଣ୍ଟ ଅଫିସ’ (LSWMO) କୁ ମାର୍ଗଦର୍ଶନ (ମେଣ୍ଟରସିପ୍) ପ୍ରଦାନ କରିବା ପାଇଁ ମନୋନୀତ ହୋଇଛି। ‘ଗ୍ଲୋବାଲ ୱାଟର ଅପରେଟର୍ସ ପାର୍ଟନରସିପ୍ ଆଲାଇନ୍ସ’ (GWOPA) ମାଧ୍ୟମରେ…

କ୍ରୁଟ୍ ସାର୍ବଜନୀନ ପରିବହନ ନେଟୱର୍କକୁ ସମ୍ପ୍ରସାରିତ କରିଛି

ଭୁବନେଶ୍ୱର: କମ୍ପ୍ରିହେନ୍‌ସିଭ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ଏକ ସ୍ଥାୟୀ ଏବଂ ନାଗରିକ-କେନ୍ଦ୍ରିକ ସାର୍ବଜନୀନ ପରିବହନ ବ୍ୟବସ୍ଥା ଭାବେ ଜାତୀୟ ସ୍ତରରେ ଏକ ମାପଦଣ୍ଡ ସାଜିଛି। ବୈଦ୍ୟୁତିକ ଗତିଶୀଳତାର ଦ୍ରୁତ ସମ୍ପ୍ରସାରଣ, ପ୍ରଯୁକ୍ତିବିଦ୍ୟା-ଆଧାରିତ ଯାତ୍ରୀ ସେବା, ଉନ୍ନତ ସୁରକ୍ଷା ବ୍ୟବସ୍ଥା ଏବଂ ଅନ୍ତର୍ଭୁକ୍ତୀକରଣ କର୍ମଚାରୀ ବିକାଶ ମାଧ୍ୟମରେ ଏହା ସମଗ୍ର ଓଡ଼ିଶାରେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି। ୨୦୨୪ରୁ ଏପ୍ରିଲ ୨୦୨୬ ମଧ୍ୟରେ  କ୍ରୁଟ୍  ନିଜର ସାର୍ବଜନୀନ ପରିବହନ ନେଟୱର୍କକୁ ଯଥେଷ୍ଟ ସମ୍ପ୍ରସାରିତ କରିଛି,…

“ଲୋକଙ୍କ ସରକାର, ଲୋକଙ୍କ ସାଥେ  ରାଜସ୍ୱ ସେବା, ଏବେ ସବୁରି ହାତେ”

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ କରକମଳରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଦୁଇ ବର୍ଷର ସଫଳତା ପୁସ୍ତିକା ଏବଂ ଭିଡ଼ିଓର ଉନ୍ମୋଚନ ତଥା ଲୋକାର୍ପଣ ହୋଇଯାଇଛି l ଏହି ଅବସରରେ ପୁସ୍ତିକା ଉନ୍ମୋଚନ କରି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ତହସିଲରୁ ନେଇ ରାଜ୍ୟ ପର୍ଯ୍ୟନ୍ତ ବିଭାଗର ପ୍ରତ୍ୟେକ ଅଧିକାରୀ ଏବଂ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ତଥା ନିରବଚ୍ଛିନ୍ନ ପ୍ରୟାସକୁ ସାଧୁବାଦ ଜଣାଇବା ସହ ବିଗତ ଦୁଇ…