ରାଜ୍ୟରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ

ଭୁବନେଶ୍ୱର : ରାଜ୍ୟରେ ବୈଜ୍ଞାନିକ ଗବେଷଣା ଓ ଏ ସଂକ୍ରାନ୍ତୀୟ ବିଭିନ୍ନ ପ୍ରକଳ୍ପ ଉପରେ ରାଜ୍ୟ ସରକାର ଯଥେଷ୍ଟ ଧ୍ୟାନ ଦେବା ସହ ଯୁବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନଭିତ୍ତିକ ଅନିସନ୍ଧିଚ୍ଛୁ ଜାଗ୍ରତ କରିବା ଉପରେ କାର୍ଯ୍ୟ କରୁଛନ୍ତି। ରାଜ୍ୟରୁ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ଦେଶର ହିତରେ ଯେଭଳି ଲାଗିବ, ସେଥି ପ୍ରତି ସରକାର ଯତ୍ନବାନ ଅଛନ୍ତି ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ରରେ…

ପୌରସଂସ୍ଥାଗୁଡ଼ିକର ସମୀକ୍ଷା; ଭିତ୍ତିଭୂମି ବିକାଶ, ସମୃଦ୍ଧ ସହରର ଯୋଜନା ଓ କାର୍ଯ୍ୟଦକ୍ଷତା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ସୁଶାସନ, ଯୋଜନାବଦ୍ଧ ବିକାଶ ଓ ଉନ୍ନତ ନାଗରିକ ସେବାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ  ଭୁବନେଶ୍ୱର ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଅଡିଟୋରିୟମୀରେ ‘ଓଡ଼ିଶା ଅର୍ବାନ୍ କନକ୍ଲେଭ-୨୦୨୬’ ଅନୁଷ୍ଠିତ ହୋଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏହି ସମୀକ୍ଷା ଓ ଦିଗଦର୍ଶନ କାର୍ଯ୍ୟକ୍ରମରେ ରାଜ୍ୟର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା  ଗୁଡ଼ିକର କାର୍ଯ୍ୟଧାରା ସମୀକ୍ଷା କରାଯିବା ସହ ଆଗାମୀ ଦିନର ପ୍ରାଥମିକତା ନେଇ ବିସ୍ତୃତ ଆଲୋଚନା ହୋଇଛି| ଗୃହ ନିର୍ମାଣ…

ପର୍ଯ୍ୟଟନର ଭୂମିକା ଉପରେ ଆଲୋକପାତ କଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ବାରାଣାସୀ / ଭୁବନେଶ୍ୱର : ଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବାରାଣାସୀଠାରେ ଆୟୋଜିତ FHRAI ର ୫୬ତମ ବାର୍ଷିକ ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଯୋଗଦେଇଛନ୍ତି। “ଅନନ୍ତ କାଶୀ: ଆଧ୍ୟାତ୍ମିକତା, ସଂସ୍କୃତି, ବ୍ୟଞ୍ଜନ ଏବଂ କଳା ମାଧ୍ୟମରେ ପର୍ଯ୍ୟଟନର ଭବିଷ୍ୟତ” ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖି, ଉପମୁଖ୍ୟମନ୍ତ୍ରୀ ଓଡ଼ିଶା ଦୃଷ୍ଟିକୋଣରୁ ପର୍ଯ୍ୟଟନ, ହୋଟେଲ ଶିଳ୍ପ, ଗ୍ରାମୀଣ ଅର୍ଥନୀତି ଏବଂ ବିକାଶ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଆଲୋଚନା…

ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଖରିଫ ଧାନ ବିକ୍ରୟ ପାଇଁ ପଞ୍ଜିକରଣ

ଭୁବନେଶ୍ବର: ଖରିଫ ଧାନ ସଂଗ୍ରହ ବିପଣନ ଋତୁ ୨୦୨୬-୨୭ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ ଲକ୍ଷ ୧୮ ହଜାରରୁ ଅଧିକ ଚାଷୀ ନାମ ପଞ୍ଜିକରଣ କରିସାରିଲେଣି। ବିଶେଷ କରି ଗୋଟିଏ ଦିନରେ ୧ ଲକ୍ଷରୁ ଅଧିକ ଚାଷୀ ନିଜ ନାମ ପଞ୍ଜିକରଣ କରିଛନ୍ତି| ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ପ୍ରକ୍ରିୟା ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରାଥମିକ କୃଷି ସମବାୟ ସମିିତି(ପ୍ୟାକ୍ସ), ବୃହତ୍‌ ଆଦିବାସୀ…

ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ଵ

ଭୁବନେଶ୍ୱର: ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସ୍ଥିତିର ନିରନ୍ତର ତଦାରଖ ଓ ଆବଶ୍ୟକ ସହାୟତା ସୁନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବନ୍ୟାପ୍ରଭାବିତ ଜିଲ୍ଲାରେ ନିୟୋଜିତ କରାଯାଇଛି। ନିୟୋଜିତ ଅଧିକାରୀମାନେ ନିଜ ନିଜ ଦାୟିତ୍ୱପ୍ରାପ୍ତ ଜିଲ୍ଲା ଅଭିମୁଖେ ଯାତ୍ରା କରି ସେଠାରେ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିବା ଆରମ୍ଭ କରିଛନ୍ତି। ଏଥିସହିତ, ବରିଷ୍ଠ ଅଧିକାରୀମାନେ ଜିଲ୍ଲା ପ୍ରଶାସନ ଓ…

ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱ ବିଦ୍ୟାଳୟର କୁଳପତି, ରେଜିଷ୍ଟାର, ପିଜି କାଉନସିଲ ଅଧ୍ୟକ୍ଷମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ସମସ୍ତ ବିଶ୍ୱ ବିଦ୍ୟାଳୟର କାର୍ଯ୍ୟାବଳୀ ସମ୍ବନ୍ଧରେ ସମୀକ୍ଷା କରିଛନ୍ତି। ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପଦବୀଗୁଡ଼ିକୁ ଖୁବଶୀଘ୍ର ପୂରଣ କରାଯିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ…

ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସମାପ୍ତି ଉପରେ ପ୍ରମୁଖ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର: ସହାୟତାରେ ରାଜ୍ୟରେ ଚାଲିଥିବା ଆର୍‌.ଆଇ.ଡି.ଏଫ୍‌ (Rural Infrastructure Development Fund) ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଏକ ସମୀକ୍ଷା ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋଟ ୬୮ଟି ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା। ଅନୁମୋଦିତ ହୋଇଥିବା ମୋଟ ୧୯୨ଟି ଆର୍‌.ଆଇ.ଡି.ଏଫ୍‌ ପ୍ରକଳ୍ପ ମଧ୍ୟରୁ ୧୨୪ଟି ପ୍ରକଳ୍ପ ସମାପ୍ତି ହୋଇଥିବାବେଳେ ବାକିଥିବା ୬୮ଟି ପ୍ରକଳ୍ପର ସ୍ଥିତି ଓ…

ପର୍ଯ୍ୟଟନ ଭିତ୍ତିଭୂମି ପ୍ରକଳ୍ପ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ପ୍ରକୃତି, ସଂସ୍କୃତି ଓ ସାହସିକ ପର୍ଯ୍ୟଟନର ସମନ୍ୱୟରେ ହୀରାକୁଦକୁ ଏକ ସ୍ଥାୟୀ ଓ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ବିକଶିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ଭିତ୍ତିଭୂମି ପ୍ରକଳ୍ପ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ହୀରାକୁଦ ଅଞ୍ଚଳର ସମନ୍ୱିତ ବିକାଶ ଯୋଜନାରେ ପର୍ଯ୍ୟଟନ, ଯୋଗାଯୋଗ, ଐତିହ୍ୟ, ପରିବେଶ, ଜଳ ପର୍ଯ୍ୟଟନ ଓ ସ୍ଥାନୀୟ ଜୀବିକାକୁ ଏକାଠି କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଲୋକସେବା ଭବନରେ ହୀରାକୁଦ…

ଆମ ସାଥୀ ହ୍ୱାଟସଆପ୍ ଚାଟବଟରେ ରାଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥାର ଶୁଭ ଲୋକାର୍ପଣ

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ‘ଆମ ସାଥୀ ହ୍ୱାଟସଆପ୍ ଚାଟବଟ’ ମାଧ୍ୟମରେ ‘ରାଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥା’ର ଶୁଭ ଲୋକାର୍ପଣ କରିଛନ୍ତି l ଏହି ବ୍ୟବସ୍ଥା ଦ୍ଵାରା ରାଜସ୍ୱ ସେବା ଜନସାଧାରଣଙ୍କ ଆହୁରି ନିକଟତର ହେବା ସହ ସ୍ଵଚ୍ଛ, ପାରଦର୍ଶୀ ତଥା ଉତ୍ତରଦାୟୀ ରାଜସ୍ୱ ପ୍ରଶାସନ ସୁନିଶ୍ଚିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ମତପ୍ରକାଶ କରିଛନ୍ତି l ଏହି ନୂତନ ବ୍ୟବସ୍ଥାର ଲୋକାର୍ପଣ କରି ମନ୍ତ୍ରୀ…

କଟକ ବଡ ମେଡିକାଲରେ ଆଉ ଗୋଟିଏ ମେଡିସିନ୍ ବ୍ଲକ ନିର୍ମାଣ ହେବ

ଭୁବନେଶ୍ୱର: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତିକରଣ ଓ ଭିତ୍ତିଭୂମି ବିକାଶ ସହିତ ଏହାକୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ରୂପାନ୍ତରିତ କରିବା ପାଇଁ ଚାଲିଥିବା ମେଗା ପୁନଃବିକାଶ ପ୍ରକଳ୍ପ  ନିର୍ମାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ବୈଠକର ଆଲୋଚନାରୁ ଜଣାଯାଇଛି ଯେ, ଏସସିବି ମେଡିକାଲ ପରିସରରେ ୪ଟି ନୂତନ କ୍ଲିନିକାଲ୍ ଏବଂ ଗୋଟିଏ ଆବାସିକ ବ୍ଲକର ନିର୍ମାଣ କାର୍ଯ୍ୟ…