‘ପର୍ଯ୍ୟଟନ ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି ଓ ଉଦ୍ୟମିତାର ଏକ ପ୍ରମୁଖ ମାଧ୍ୟମ’

ଭୁବନେଶ୍ୱର: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ସହ ରାଜ୍ୟର ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଧିକ ପରିଚିତ କରାଇବାକୁ ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମ ଆହ୍ୱାନ ଜଣାଇଛନ୍ତି। ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ, ନୂଆ ନିବେଶର ସୁଯୋଗ ସୃଷ୍ଟି ଏବଂ ଦୂରଦୂରାନ୍ତ ଅଞ୍ଚଳର ଲୋକଙ୍କୁ ଏହାର ସୁଫଳ ପହଞ୍ଚାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଶୁକ୍ରବାର ଦିନ ଭୁବନେଶ୍ୱରଠାରେ ଆୟୋଜିତ ସପ୍ତମ ଓଡ଼ିଶା ପର୍ଯ୍ୟଟନ ସମ୍ମିଳନୀର ଉଦ୍‌ଯାପନୀ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଥିଲେ ଯେ, ଓଡ଼ିଶାର…

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନସ୍ଥିତ ଏସଇଓସି (SEOC) କନଫରେନ୍ସ ହଲରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ…

ଓଡ଼ିଶାର ପାରମ୍ପରିକ ଚାଉଳକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ପ୍ରୟାସ

ନୂଆଦିଲ୍ଲୀ: ଓଡ଼ିଶାର ପାରମ୍ପରିକ ଚାଉଳର ବିବିଧତା ଓ ସମୃଦ୍ଧ କୃଷି ଐତିହ୍ୟକୁ ବିଶ୍ୱସ୍ତରରେ ପରିଚିତ କରାଇବା ଲକ୍ଷ୍ୟରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ (BIRC) ୨୦୨୬ରେ ଓଡ଼ିଶାର ୮ଟି ଜିଲ୍ଲାର ୧୫ ପ୍ରକାର ଧାନ ଓ ଚାଉଳ ଉତ୍ପାଦ ପ୍ରଦର୍ଶିତ ହେଉଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ଓରମାସ୍‌) ପକ୍ଷରୁ ଏହି…

ଅକ୍ଟୋବର ୨୨ ଓ ୨୩ ଦୁଇ ଦିନ ଧରି ମୁମ୍ବାଇରେ ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ମୁମ୍ବାଇଠାରେ ଅକ୍ଟୋବର ୨୨ରୁ ହେଉଥିବା  ‘ଇଣ୍ଡିଆ କେମ୍ ୨୦୨୬’ (India Chem 2026) ସମ୍ମିଳନୀରେ ଓଡ଼ିଶା ନିଜର ଶିଳ୍ପ ଦକ୍ଷତା, ବିଶାଳ ଭିତ୍ତିଭୂମି, ପ୍ରଗତିଶୀଳ ନୀତି ଏବଂ ନିବେଶ ସମ୍ଭାବନାକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ। ଏହି ଦୁଇଦିନିଆ ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଇଣ୍ଡିଆ କେମ୍ ୨୦୨୬’ର ଉଦ୍‌ଘାଟନୀ ସମାରୋହ ଏବଂ ହାଇ-ପ୍ରୋଫାଇଲ୍ ‘ସିଇଓ ରାଉଣ୍ଡଟେବୁଲ୍’ ବୈଠକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତ କରି ୨୨ ଓ ୨୩ ତାରିଖ ଦୁଇ…

ଖୋର୍ଦ୍ଧା ନିକଟସ୍ଥ ଆର୍ବିଆଇର ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର ଓ ପ୍ରଶିକ୍ଷଣ ସଂସ୍ଥା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଅକ୍ଟୋବର ୨୮ ଓ ୨୯ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୫ ତାରିଖରେ ଖୋର୍ଦ୍ଧା ନିକଟସ୍ଥ ଭାରତୀୟ ରିଜର୍ଭ ବ୍ୟାଙ୍କର ଡାଟା ସେଣ୍ଟର ଓ ପ୍ରଶିକ୍ଷଣ ସଂସ୍ଥା ଉଦ୍ଘାଟନ  କରି ପ୍ରତ୍ୟାବର୍ତ୍ତନ କରିବେ। ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା…

ପୁରୁଷ ଓ ମହିଳା ହକି ଟିମ୍‌କୁ ଓଡ଼ିଶା ସରକାରଙ୍କ ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ଜାପାନରେ ଅନୁଷ୍ଠିତ ଏସୀଆନ୍ ଗେମ୍‌ସ ୨୦୨୬ରେ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରି ଆଗାମୀ ୨୦୨୮ ଲସ୍ ଏଞ୍ଜେଲ୍‌ସ ଅଲମ୍ପିକ୍‌ସ ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସ୍ୱର୍ଣ୍ଣ ପଦକ ବିଜେତା ପୁରୁଷ ଓ ମହିଳା ଖେଳାଳୀମାନଙ୍କୁ ଆମ ଯୁବବର୍ଗର ପ୍ରକୃତ ଆଇକନ୍ (ICON) ଭାବେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଏହି ସମ୍ବର୍ଦ୍ଧନା ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ…

ଲିଙ୍ଗରାଜ ମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି  ନେଇ ପ୍ରସ୍ତାବ

ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ସତ୍ତ୍ୱଲିପି କମିଟି ପକ୍ଷରୁ ତୃତୀୟ ଅନ୍ତରୀଣ ରିପୋର୍ଟ ଆଇନ୍‌, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଦାନ କରାଯାଇଛି। ଜଷ୍ଟିସ୍‌ ଡ. ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସଦସ୍ୟ ଥାଇ ଗଠିତ ଦୁଇଜଣିଆ କମିଟି ମନ୍ଦିରର ସେବା ପୂଜା, ଶୃଙ୍ଖଳିତ ନୀତିକାନ୍ତି, ମନ୍ଦିର ଗର୍ଭଗୃହ ମରାମତି ସହ ବିଭିନ୍ନ ବିଷୟରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ସହ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିସହିତ ପୂର୍ବ କାଳରେ ହେଉଥିବା…

ଚାରୋଟି ପ୍ରମୁଖ ବିଷୟବସ୍ତୁକୁ ନେଇ ଶୀଘ୍ର ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ରାଜ୍ୟର ଲକ୍ଷ୍ୟ ନିର୍ଦ୍ଧାରଣ ଓ ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବିଭାଗୀୟ ଆକ୍ସନ୍ ପ୍ଲାନ୍ ସମ୍ପର୍କରେ ବିସ୍ତୃତ ଆଲେଚନା କରାଯାଇଛି। ଉଦ୍ଦିଷ୍ଟ ଲକ୍ଷ୍ୟଗୁଡ଼ିକର ସଫଳ ରୂପାୟନ, ଆନ୍ତଃ-ବିଭାଗୀୟ ସମନ୍ୱୟ ବୃଦ୍ଧି ଏବଂ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ପାଇଁ ଖୁବ୍‌ଶୀଘ୍ର ୪ଟି ପ୍ରମୁଖ…

ଓଡ଼ିଶାରେ ୪୫୦ କୋଟି ଟଙ୍କାର ବ୍ୟୟବରାଦରେ ୪ ଲକ୍ଷ ୨୦ ହଜାର ଯୁବକ-ଯୁବତୀଙ୍କୁ ଉତ୍କୃଷ୍ଟ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାର ଯୁବକଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ ରାଜ୍ୟରେ ଶିଳ୍ପଭିତ୍ତିକ ଦକ୍ଷତା ବିକାଶର ପଥକୁ ଅଧିକ ପ୍ରଶସ୍ତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପିଏମ୍‌ ସେତୁ ଯୋଜନା ଅଧୀନରେ ଓଡ଼ିଶାର କଟକ ଆଇଟିଆଇ କ୍ଲଷ୍ଟରର ଉନ୍ନତିକରଣ ପାଇଁ ଭାରତ ସରକାରଙ୍କ ଜାତୀୟ ଷ୍ଟିୟରିଂ କମିଟି (ଏନ୍‌ଏସ୍‌ସି), ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ୨୪୦.୫୦ କୋଟି ଟଙ୍କାର ନିବେଶକୁ ଅନୁମୋଦନ କରାଯାଇଛି।ଏହି କ୍ଲଷ୍ଟରର ରଣନୀତିକ ନିବେଶ ଯୋଜନା (ଏସ୍‌ଆଇପି) ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ର…

ପ୍ରାୟ ସମସ୍ତ ଜିଲ୍ଲାରେ ଚଳିତ ବର୍ଷ ବନ୍ୟା କ୍ଷୟକ୍ଷତିର କ୍ଷତିପୂରଣ ବଣ୍ଟନ ଶେଷ ପର୍ଯ୍ୟାୟରେ

ଭୁବନେଶ୍ୱର: ରାଜୀବ ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଚଳିତ ବର୍ଷର ବନ୍ୟା କ୍ଷୟକ୍ଷତିର ଚୂଡାନ୍ତ ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ବିଭିନ୍ନ ବିଭାଗୀୟ ଅଧିକାରୀବୃନ୍ଦ ଏବଂ ଜିଲ୍ଲାପାଳମାନଙ୍କ ସହ ବିସ୍ତୃତ ସମୀକ୍ଷା କରିଛନ୍ତିl ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି, ଚଳିତବର୍ଷ ରାଜ୍ୟରେ ୧୨ଟି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ  ୬ଟି ଅବପାତର ରୂପ ନେଇଥିଲାl ଏହା ପ୍ରଭାବରେ ରାଜ୍ୟର ପ୍ରାୟ ୨୮ଟି ଜିଲ୍ଲାରେ ବ୍ୟାପକ ଭାବେ କ୍ଷୟକ୍ଷତି…