ସାର କଳାବଜାରୀ ବିରୁଦ୍ଧରେ ସରକାରଙ୍କ କଡ଼ା ଆଭିମୁଖ୍ୟ
ଭୁବନେଶ୍ୱର: ଝାରସୁଗୁଡା କିର୍ମିରାରେ ୟୁରିଆ ସାର କଳାବଜାରୀ ଅଭିଯୋଗ ପରେ, ବିଭାଗୀୟ ଟିମ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାତ୍ରିକାଳୀନ ଚଢ଼ାଉରେ ଏହି ବେଆଇନ କାରବାରକୁ ଠାବ କରାଯାଇ ସାର ଜବତ କରାଯାଇଛି ଏବଂ ଏଫ୍ଆଇଆର୍ ମଧ୍ଯ ଦାଏର୍ ହୋଇଛି। ଅଭିଯୋଗ ସ୍ଥାନୀୟ କୃଷକମାନେ ଜଣାଇବା ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସମେତ ବ୍ଲକ କୃଷି ଅଧିକାରୀ, ଫର୍ଟିଲାଇଜ଼ର ଇନ୍ସପେକ୍ଟର ସମ୍ପୃକ୍ତ ପାକ୍ସରେ ପହଞ୍ଚିଥିଲେ। କିର୍ମିରା ପାକ୍ସର ସୋସାଇଟି ସେକ୍ରେଟାରୀ ଏଥିରେ ଲିପ୍ତ ଥିବା…


