ଜନଗଣନାକାରୀ ଏବଂ ସାଧାରଣଲୋକଙ୍କ ସୁରକ୍ଷା ଆମର ପ୍ରାଥମିକତା – ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ଜନଗଣନା ପରିପ୍ରେକ୍ଷୀରେ ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଶ୍ରୀ ପୂଜାରୀ ଜନଗଣନା କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ସମ୍ପ୍ରତି ରାଜ୍ୟରେ ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ୧୬ ଏପ୍ରିଲ ୨୦୨୬ରୁ…

ପୁରୀରେ ହେବ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ

ଭୁବନେଶ୍ୱର: ୨୧ ତାରିଖ ଦିନ ପୁରୀଠାରେ ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବାଚସ୍ପତିଙ୍କ ଭୂମିକା ସମ୍ପର୍କିତ କମିଟି ସମ୍ମିଳନୀ ଅନୁଷ୍ଠିତ ହେବ। ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ସୁରେଶ ନରେୱକରଙ୍କ ଅଧ୍ୟକ୍ଷତା ଓ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଓ ଓଡ଼ିଶା ସମେତ କର୍ଣ୍ଣାଟକ, ନାଗାଲାଣ୍ଡ ବିଧାନସଭାର ବାଚସ୍ପତି ଯୋଗଦେଇ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ଦଳବଦଳ ନିରୋଧ ଆଇନର ପ୍ରାସଙ୍ଗିକତା ଓ…

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ରୋକିବାକୁ ୨୧୩୬ଟି ସ୍ଥାନରେ ଯାଞ୍ଚ

ଭୁବନେଶ୍ୱର: ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ଥିତି ସ୍ୱାଭାବିକ ରହିଛି। ମାତ୍ର କୌଣସି କାରଣ ନଥାଇ କିଛି  ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି। ଏହାକୁ ଭିତ୍ତିକରି ଯୋଗାଣ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।  ବିଭିନ୍ନ ଜିଲ୍ଲାରେ ଯୋଗାଣ ବିଭାଗ ଅଧିକାରୀ ମାନେ ଟିମ ମାନ ଗଠନ କରି ଏ ସମ୍ପର୍କିତ ଖବର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଯାଞ୍ଚ କରୁଛନ୍ତି। ଏହି…

ମହିଳାମାନଙ୍କ ସୁରକ୍ଷା ଓ ନିରାପତ୍ତା ନେଇ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ପ୍ରଶଂସା

ଭୁବନେଶ୍ୱର: ଭୁବନେଶ୍ୱର ଲୋକ ସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ  ଜାତୀୟ ମହିଳା ଆୟୋଗ କମିଶନରର ଅଧ୍ୟକ୍ଷା ବିଜୟା ରହାଟକରଙ୍କ ଉପସ୍ଥିତିରେ  ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନାରୀ ସୁରକ୍ଷା,ସେମାନଙ୍କ ନିରାପତ୍ତା  ଓ ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ  ଆଗାମୀ ପଦକ୍ଷେପ ସଂପର୍କରେ ସମୀକ୍ଷା କରାଯାଇଥିଲା। ଏହି ବୈଠକରେ  ମୁଖ୍ୟ ଶାସନ ସଚିବ, ଓଡ଼ିଶା  ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ  ସଚିବ ଗୃହ, ଶିଳ୍ପ…

୨୮୮ଟି ଅଦରକାରୀ ଆଇନ ପ୍ରତ୍ୟାହାର ସହ ୮ଟି ପ୍ରମୁଖ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ

ଭୁବନେଶ୍ୱର : ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଓ ଅଭିମୁଖ୍ୟ ନେଇ ଓଡ଼ିଶା ରାଜ୍ୟ ଆଇନ ଆୟୋଗ ଗଠନ ପରିକଳ୍ପନା କରିଥିଲେ, ତାହାର ଏକ ବର୍ଷ ପୂର୍ତ୍ତି ସହ ରାଜ୍ୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇ ରହିବ। ଆଇନ ଆୟୋଗ ଗଠନର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ ଦେଶ ସ୍ୱାଧୀନତାକୁ ଅନେକ ବର୍ଷ ବିତିଥିଲେ ମଧ୍ୟ…

ଓଡ଼ିଶାକୁ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ପୋଲିସ ସଂକଳ୍ପବଦ୍ଧ

କଟକ: ଓଡ଼ିଶା ପୋଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”। ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଆମର ପରିଚୟ। ଆଗାମୀ ଦିନରେ ଓଡ଼ିଶାକୁ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶା ପୋଲିସ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। କଟକର ବକ୍ସିବଜାରସ୍ଥିତ ରିଜର୍ଭ ପୋଲିସ ପଡିଆରେ ଆୟୋଜିତ ଓଡ଼ିଶା ପୋଲିସର ୯୧ତମ ପ୍ରତିଷ୍ଠା ଦିବସ ଅବସରରେ…

ମାନ୍ୟବର ବିଚାରପତି ଶତ୍ରୁଘନ ପୂଜାହାରୀ ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ

ଭୁବନେଶ୍ୱର: ମାନ୍ୟବର ବିଚାରପତି ଶତ୍ରୁଘନ ପୂଜାହାରୀ ଓଡ଼ିଶା ମାନବ ଅଧିକାର ଆୟୋଗ (ଓ.ଏଚ.ଆର.ସି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ତାଙ୍କର ଦ୍ୱିତୀୟ ଦାୟିତ୍ୱକାଳ ହୋଇଥିବାରୁ ତାଙ୍କର ନେତୃତ୍ୱ ଓ ମାନବ ଅଧିକାର ସୁରକ୍ଷା ପ୍ରତି ଅତୁଟ ସମର୍ପଣ ଉପରେ ପୁନର୍ବାର ଆସ୍ଥା ପ୍ରକାଶ ପାଇଛି। ବିଚାରପତି ପୂଜାହାରୀ ଜଣେ ପ୍ରତିଷ୍ଠିତ ନ୍ୟାୟିକ ବ୍ୟକ୍ତିତ୍ୱ ଯିଏ ଉଚ୍ଚ ନ୍ୟାୟାଳୟ ଓ ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ଅର୍ଜନ କରିଛନ୍ତି। ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି…

ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୁଲ୍ୟରେ ସାଇବର ଅପରାଧରୁ ମହିଳାମାନଙ୍କ ସୁରକ୍ଷା ସମ୍ପର୍କିତ କର୍ମଶାଳା

ଭୁବନେଶ୍ଵର: ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ମହିଳା ଓ ଶିଶୁ ପ୍ରତିଷ୍ଠାନ ସମ୍ମିଳିନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୁଲ୍ୟରେ ସାଇବର ଅପରାଧରୁ ମହିଳା ମାନଙ୍କ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ମଶାଳାକୁ ଅତିଥିମାନେ ପ୍ରଦୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରିଥିଲେ। ଏହି କର୍ମଶାଳାରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ସ୍ଵୟଂପ୍ରଭା ମହାନ୍ତି,…

ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ଉପଭୋକ୍ତାମାନେ ଜାଗ୍ରତ ହେବାକୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ-୨୦୨୬ର ରାଜ୍ୟସ୍ତରୀୟ ଉତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ  ଅନୁଷ୍ଠିତ ହୋଇଯାଇଛି। ​ଏହି ଉତ୍ସବରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ବିଶିକେଶନ ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ, ୨୦୨୬ ପାଳନ କରିବାର ଆଭିମୁଖ୍ୟ ସହ ପରିବର୍ତ୍ତନଶୀଳ ଡିଜିଟାଲ ଦୁନିଆରେ ଉପଭୋକ୍ତା ସଚେତନତାର ଆବଶ୍ୟକତା ଉପରେ…

ନୂତନ ନ୍ୟାୟ ବ୍ୟବସ୍ଥାର କେନ୍ଦ୍ର ବିନ୍ଦୁ ହେଲା ଭୁବନେଶ୍ୱର

ଭୁବନେଶ୍ୱର: ଓଡ଼ିଶା ପୋଲିସ ଦ୍ୱାରା ଆୟୋଜିତ ସପ୍ତାହବ୍ୟାପୀ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ସଫଳତାର ସହ  ଉଦଯାପିତ ହୋଇଛି। ଭୁବନେଶ୍ୱରର Unit–III ର ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ପ୍ରଦର୍ଶନୀରେ ୧ ଲକ୍ଷରୁ ଅଧିକ ଲୋକ ଯୋଡ଼ି ହୋଇଥିଲେ l ଏହି ସମ୍ମିଳନୀ ବୃହତ୍ତର ଭାବେ ସାଧାରଣ ଲୋକଙ୍କ ମଧ୍ୟରେ ଆଇନ ସଚେତନତା ଓ କମ୍ୟୁନିଟି ପୋଲିସିଂରେ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନା କରିସାରିଛି l ପ୍ରଦର୍ଶନୀର ଶେଷ ଦିନରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା…