ଋଣ ଦେବା ନାଁରେ ଠକେଇର ପର୍ଦ୍ଦାଫାଶ

୧୩୭ଟି ମୋଟରସାଇକେଲ, ୧୨୭ଟି ମୋବାଇଲ ଫୋନ୍ ଓ ନଗଦ ୩.୬୧ ଲକ୍ଷ ଟଙ୍କା ଜବତ, ଅଭିଯୁକ୍ତ ଗିରଫ ଗଜପତି: ଗଜପତି ଜିଲ୍ଲାର ଅଡବା ଥାନା ପୋଲିସ ଋଣ ପ୍ରଦାନ ନାମରେ ଦୀର୍ଘଦିନ ଧରି ସାଧାରଣ ଲୋକଙ୍କୁ ଠକେଇ କରୁଥିବା ଏକ ବଡ  ରାକେଟର ପର୍ଦ୍ଦାଫାଶ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କେ. ରବୀନ୍ଦ୍ର ରେଡ୍ଡୀଙ୍କୁ ପୋଲିସ ଗିରଫ କରିଥିବାବେଳେ ତାଙ୍କ ନିକଟରୁ ନଗଦ ୩,୬୧,୨୦୦ ଟଙ୍କା, ୧୩୭ଟି ମୋଟରସାଇକେଲ, ୧୨୭ଟି ମୋବାଇଲ ଫୋନ୍, ବିଭିନ୍ନ ଗାଡ଼ିର…

ରାଷ୍ଟ୍ରପତିଙ୍କ ଗସ୍ତକୁ ସମ୍ପୂର୍ଣ୍ଣ ସୁରକ୍ଷିତ, ଶୃଙ୍ଖଳିତ ଓ ସଫଳ କରିବା ପାଇଁ ସମସ୍ତ ଆବଶ୍ୟକୀୟ ସୁରକ୍ଷା ଓ ପ୍ରଶାସନିକ ପଦକ୍ଷେପ ଗ୍ରହଣ

ରାଇରଙ୍ଗପୁର : ଆସନ୍ତା ୧୯ ଓ ୨୦ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ସୁରକ୍ଷା ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ସୁରକ୍ଷା ଓ ଆଇନ-ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ତ୍ରୁଟି ନ ରହିବା ଉପରେ ଡିଜିପି…

ଜୁଆ ଆଡ୍ଡା ଉପରେ ଚଢ଼ାଉ: ନଗଦ ୨୮.୩୯ ଲକ୍ଷ ଟଙ୍କା ସମେତ ସୁନା, ରୂପା ଅଳଙ୍କାର, ଯାନବାହନ ଜବତ; ୨ ଅଭିଯୁକ୍ତ ଗିରଫ

ରାଉରକେଲା: ଅପରାଧ ଏବଂ ବେଆଇନ କାର୍ଯ୍ୟକଳାପ ବିରୋଧରେ ଚାଲିଥିବା ଓଡ଼ିଶା ପୋଲିସର ନିରନ୍ତର ଅଭିଯାନକୁ ଆଉ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ରାଉରକେଲା ପୋଲିସ ସେକ୍ଟର-୧୫ ଥାନା ଅନ୍ତର୍ଗତ ଓଡ଼ିଶା-ଝାଡଖଣ୍ଡ ସୀମାଞ୍ଚଳରେ ଥିବା  ଲୁଆକେରା ଗ୍ରାମରେ ଚଢ଼ାଉ କରି  ଏକ ଆନ୍ତଃରାଜ୍ୟ ଜୁଆ ଗ୍ୟାଙ୍ଗକୁ ଠାବ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ବହାନ କଂସାରୀ (୪୮) ଏବଂ  ଦିଲୀପ କଂସାରୀ (୫୯)ଙ୍କୁ ଗିରଫ କରିଛି।  ଉଭୟ ଅଭିଯୁକ୍ତ ରାଉରକେଲା ସେକ୍ଟର-୧୫ ଥାନା ଅନ୍ତର୍ଗତ ଲୁଆକେରା ଗ୍ରାମର…

ବ୍ୟାପକ ଅବକାରୀ ଚଢ଼ାଉ ସହ ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ବିଭାଗ ପକ୍ଷରୁ ନିୟମିତ ଚଢ଼ାଉ ଫଳରେ ବିଗତ ଦୁଇ ବର୍ଷ ମଧ୍ୟରେ ରେକର୍ଡ ପରିମାଣରେ ବେଆଇନ ନିଶାଦ୍ରବ୍ୟ ଓ ମାଦକ ସାମଗ୍ରୀ ଜବତ ହେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏଥିସହିତ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଯୁବପିଢ଼ିଙ୍କୁ ବେଆଇନ ମାଦକ ଦ୍ରବ୍ୟ ତଥା ନିଷିଦ୍ଧ ନିଶା ସେବନଠାରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି, ଯାହା ବିଭାଗ ପାଇଁ ଏକ ବଡ଼ ଉପଲବ୍ଧି। ତେବେ ଗୁଇନ୍ଦା ରିପୋର୍ଟକୁ ଆଧାର କରି ନିୟମିତ ଚଢ଼ାଉ…

ସ୍ଵଚ୍ଛ, ଦୁର୍ନୀତିମୁକ୍ତ ଏବଂ ମଧ୍ଯସ୍ଥିମୁକ୍ତ ହେବ ରାଜସ୍ୱ ପ୍ରଶାସନ ତଥା ଜମିଜମା ପଞ୍ଜୀକରଣ ବ୍ୟବସ୍ଥା

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆଇଜିଆର୍ ନିରୀକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ବୈଠକରେ ଓଡ଼ିଶାର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ଉନ୍ନତ ସିସିଟିଭି କ୍ୟାମେରା ମାଧ୍ୟମରେ ସ୍ମାର୍ଟ ନିରୀକ୍ଷଣ ବ୍ୟବସ୍ଥା, ଏହାର ସୁପରିଚାଳନା ଏବଂ ରକ୍ଷଣାବେକ୍ଷଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା l ସମନ୍ୱିତ ନିରୀକ୍ଷଣ ଏବଂ ମନିଟରିଂ ମାଧ୍ୟମରେ ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ସୁରକ୍ଷା ଭିତ୍ତିଭୂମିକୁ ସୁଦୃଢ଼…

ବକେୟା ଥିବା ଜମିଜମା ମାମଲା ସେପ୍ଟେମ୍ବର ସୁଦ୍ଧା ବନ୍ଦୋବସ୍ତ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର/ମାଲକାନଗିରି: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲାର ଜମିଜମା ସମ୍ବନ୍ଧୀୟ ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ବୈଠକରେ ରାଜ୍ୟ ସରକାରଙ୍କ ୧୦ ଦଫା ନିର୍ଦ୍ଦେଶାବଳୀର କାର୍ଯ୍ୟକାରିତା ଓ ବିଭିନ୍ନ ବିଭାଗ ଦ୍ୱାରା ଗ୍ରହୀତ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ସୂଚନଯୋଗ୍ୟ ଯେ, ରେଗୁଲେସନ-୨, ୧୯୫୬ ଅଧୀନରେ…

ଆସନ୍ତା ୩୦ ତାରିଖରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅପିଲ୍ କ୍ୟାମ୍ପ କୋର୍ଟ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସନ୍ତା ଶନିବାର, ୩୦ ତାରିଖ , ୨୦୨୬ ଅପରାହ୍ନ ୩:୦୦ ଟାରେ ଭୁବନେଶ୍ୱରସ୍ଥିତ ଉନ୍ନତି ଭବନଠାରେ ଏକ ସ୍ୱତନ୍ତ୍ର ଅପିଲ୍ କ୍ୟାମ୍ପ କୋର୍ଟ (Special Appellate Camp Court) ଆୟୋଜିତ ହେବାନେଇ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ  ଏବଂ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ବିରୁଦ୍ଧରେ ଆସିଥିବା ଅପିଲ୍ ମାମଲାଗୁଡ଼ିକର ଶୁଣାଣି ଏବଂ ସମାଧାନ…

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬ ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

କଟକ: ଆସନ୍ତା ଜୁଲାଇ ୧୬ ତାରିଖରେ ପୁରୀରେ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହି ଐତିହାସିକ ମହାପର୍ବକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ନିମନ୍ତେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଡିଜିପି ଶ୍ରୀ ଖୁରାନିଆ ରଥଯାତ୍ରା ସମୟରେ ସମସ୍ତ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ…

‘ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବାରେ ଯୋଗାଣ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ରାଜ୍ୟ ଯୋଗାଣ ନିଗମ ମିଳିତ ଆନୁକୂଲ୍ୟରେ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଲୋକସେବା ଭବନ କାନଭେନ ସେଣ୍ଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗାଣ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସା କରିଥିଲେ। ନିକଟରେ ରନ୍ଧନ ଗ୍ୟାସର କଳାବାଜରୀ ରୋକିବାରେ ସେମାନଙ୍କର…

ରାଜ୍ୟ ସଙ୍କଟ ପରିଚାଳନା ଗ୍ରୁପ୍ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ୍, ଡିଜେଲ, ରନ୍ଧନ ଗ୍ୟାସ (ଏଲପିଜି)  ସାମଗ୍ରୀର ଉପଲବ୍ଧତା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଆଜି ସ୍ଥିତି ସମୀକ୍ଷା କରିଛନ୍ତି। ଏଥିସହିତ ରାଜ୍ୟ ସଙ୍କଟ ପରିଚାଳନା ଗ୍ରୁପ୍ (ଷ୍ଟେଟ୍ କ୍ରାଇସିସ୍ ମ୍ୟାନେଜମେଣ୍ଟ ଗ୍ରୁପ) ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଯୋଗଦେଇ ସଂପ୍ରତି ପ୍ରତିକୂଳ ସ୍ଥିତିସତ୍ତ୍ୱେ  ରାଜ୍ୟରେ ପେଟ୍ରୋଲ, ଡିଜେଲ ଏଲପିଜି…