ଓଡ଼ିଶା ଲୋକସେବା ଅଧିକାର ଆଇନ ଏବଂ ‘ଆମ ସାଥୀ’ ଏକୀକୃତ ହ୍ୱାଟ୍ସଆପ୍ ବଟ୍  ସମ୍ପର୍କିତ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବେନେଶ୍ୱର: ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ (ସିଏମଜିଆଇ) ପକ୍ଷରୁ ଓଡ଼ିଶା ଲୋକସେବା ଅଧିକାର ଆଇନ ଏବଂ ‘ଆମ ସାଥୀ’ଏକୀକୃତ ହ୍ୱାଟ୍ସଆପ୍ ବଟ୍  ସମ୍ପର୍କିତ  ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଲୋକ ସେବା ଭବନ ସ୍ଥିତ କନଭେନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛିl ଇଣ୍ଡିଆନ ଚାମ୍ବର ଅଫ କମର୍ସ ଭାରତୀୟ ମହିଳା ଉଦ୍ୟମୀ ପରିଷଦ ( ଆଇଏନଡବ୍ଲୁଇସି )ର ସଦସ୍ୟାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେl  ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସିଏମଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା ଯୋଗଦେଇ…

ସ୍ୱତନ୍ତ୍ର ସଘନ ସଂଶୋଧନ ବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ ତ୍ରୁଟିଶୂନ୍ୟ କରିବା ଲକ୍ଷ୍ୟରେ ଆଲୋଚନା ଚକ୍ର

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. ଗୋପାଳନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ ବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (ଏସ ଆଇ ଆର) ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ଏବଂ ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ ତଥା ତ୍ରୁଟିଶୂନ୍ୟ କରିବା ଲକ୍ଷ୍ୟରେ ଏହି ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟର ସମସ୍ତ ୭ଟି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ବରିଷ୍ଠ ପ୍ରତିନିଧିମାନେ ଯୋଗ ଦେଇଥିଲେ । ବୈଠକରେ…

୭ଟି ମହିଳା ଫାଷ୍ଟଟ୍ରାକ୍‌ ଏବଂ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପ୍ରତିଷ୍ଠା ହେବ

ଭୁବନେଶ୍ୱର:  ଦେଶ ତଥା ବିଶ୍ୱ ଦୃଷ୍ଟିକୋଣରୁ ଅବଲୋକନ କଲେ ଜନସଂଖ୍ୟା ସହ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଘଟୁଛି। ବର୍ତ୍ତମାନ ଜନସଂଖ୍ୟା ଦୃଷ୍ଟିରୁ ରାଜ୍ୟ ତଥା ଦେଶରେ ଯୁବପିଢ଼ିଙ୍କ ସଂଖ୍ୟା ସମୁଦାୟ ଲୋକସଂଖ୍ୟାର ୫୦ ଭାଗରୁ ଅଧିକ ରହିଛି। ତେବେ ଆଗାମୀ ଦିନରେ ଏହି ସଂଖ୍ୟାରେ ପରିବର୍ତ୍ତନ ସହ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଯାଉଛି। ଏଣୁ ଆମକୁ ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ଆଇନ,…

ଜୁଭେଣ୍ଟିକା- ୫୫୫ ପୋଲିସ ଥାନାରେ ଅଂଶଗ୍ରହଣ କଲେ ୧୫,୦୦୦ରୁ ଅଧିକ  କିଶୋର-କିଶୋରୀ

ଭୁବନେଶ୍ଵର: ଭୁବନେଶ୍ୱରସ୍ଥିତ ପୋଲିସ ସେବା ଭବନଠାରେ ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫର ମିଳିତ ସହଯୋଗରେ ପ୍ରୟାସରେ “ଜୁଭେଣ୍ଟିକା- କିଶୋର କିଶୋରୀମାନଙ୍କ ସହ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ”ଅନୁଷ୍ଠିତ ହୋଇଛି। ଏହି ଅବସରରେ  ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ  “JUVENTICA” ମାଧ୍ୟମରେ ଓଡ଼ିଶା ପୋଲିସ ଶିଶୁ ଓ କିଶୋର-କିଶୋରୀମାନଙ୍କ ପାଇଁ ପୋଲିସ ବ୍ୟବସ୍ଥାକୁ ଅଧିକ…

ସାମାଜିକ କଲ୍ୟାଣ ପାଇଁ କ୍ଷେତ୍ର ପରିଦର୍ଶନ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଲୋକ ସେବା ଭବନଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଚାଲିଥିବା ବିଭିନ୍ନ ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନାର ଅଗ୍ରଗତି ପରଖିବା ପାଇଁ ଏହି ବୈଠକ ଆୟୋଜନ କରାଯାଇଥିଲା। ବୈଠକର ମୁଖ୍ୟ ଆଲୋଚନାରେ ହିତାଧିକାରୀଙ୍କୁ ସଠିକ୍ ଭାବେ ଚିହ୍ନଟ କରିବା, ସମୟ ଅନୁସାରେ ସହାୟତା ପ୍ରଦାନ କରିବା ଏବଂ ଅଭିଯୋଗର ତୁରନ୍ତ ସମାଧାନ…

ଗଜପତିରେ ୨୧  ମେଟ୍ରିକ ଟନ, ବରଗଡ଼ରେ ୧୯୧୪ କେଜି ଓ ସୁବର୍ଣ୍ଣପୁରରେ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

କଟକ: ସାରା ରାଜ୍ୟରେ ମାଦକ ଦ୍ରବ୍ୟ ଚୋରା ଚାଲାଣ ଓ ନିଶାଦ୍ରବ୍ୟ କାରବାର ବିରୋଧରେ ଓଡ଼ିଶା ପୋଲିସ ପକ୍ଷରୁ ଚାଲିଥିବା “ନିଶା ମୁକ୍ତ ଓଡ଼ିଶା” ଅଭିଯାନରେ ବିଗତ କିଛି ଦିନ ମଧ୍ୟରେ ବଡ଼ ସଫଳତା ମିଳିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୋଲିସ ପକ୍ଷରୁ ଚାଲିଥିବା ଗୁଇନ୍ଦା ଭିତ୍ତିକ ସ୍ୱତନ୍ତ୍ର ଚଢ଼ାଉରେ ବିପୁଳ ପରିମାଣର ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜବତ କରାଯାଇଛି। ବିଶେଷକରି ଗଜପତି, ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲାରେ ପୋଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି।…

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ୫ ଲକ୍ଷରୁ ଅଧିକ ପଞ୍ଜିକରଣ; ୫୪୧ କୋଟି ଟଙ୍କାର ସହାୟତା ବଣ୍ଟନ

ଭୁବନେଶ୍ୱର: ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଭୁବନେଶ୍ୱର, ଓୟୁଏଟି କୃଷି ଶିକ୍ଷା ସଦନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଶ୍ରମିକ ସମାଜର ଅକ୍ଳାନ୍ତ ପରିଶ୍ରମ ଓ ତ୍ୟାଗକୁ ଗଭୀର ସମ୍ମାନ ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶ୍ରମିକମାନେ ମାନବ ସଭ୍ୟତାର ପ୍ରକୃତ ନିର୍ମାତା ଏବଂ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ତ୍ୟାଗ ଆମ ଦେଶ ତଥା ରାଜ୍ୟକୁ ଆଗକୁ ବଢ଼ିବାରେ ସହାୟକ ହେଉଛି। ତେଣୁ ସେମାନଙ୍କୁ ଉଚିତ…

ରାଜସ୍ବ ପର୍ଷଦ ଅନ୍ତର୍ଗତ ସମସ୍ତ ରିଭିଜନାଲ କୋର୍ଟରେ ୭୬,୦୦୦ ବିଚାରାଧୀନ ମାମଲାର ତ୍ବରିତ ଶୁଣାଣି ଉପରେ ନିର୍ଦ୍ଦେଶ

କଟକ: ରାଜସ୍ଵ ପର୍ଷଦର ସଦସ୍ୟ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ୪୧ ଗୋଟି ରିଭିଜନାଲ୍ କୋର୍ଟର କାର୍ଯ୍ୟ ସମ୍ପାଦନ ପ୍ରକ୍ରିୟାକୁ ତ୍ୱରାନିତ୍ଵ କରିବା ନିମନ୍ତେ ଏକ ସମୀକ୍ଷା ବୈଠକ ସମସ୍ତ ପ୍ରିଜାଇଡିଂ ଅଫିସରମାନଙ୍କ ସହ ଅନୁଷ୍ଠିତ ହୋଇଛି। ଏହି ସମୀକ୍ଷା ବୈଠକରେ କଟକ ଓ ଭୁବନେଶ୍ଵରରେ ଥିବା କୋର୍ଟ ଗୁଡିକର ପ୍ରିଜାଇଡିଂ ଅଫିସରମାନେ ଯୋଗ ଦେଇଥିଲେ ଏବଂ ରାଜସ୍ୱ ବିଭାଗ ତରଫରୁ ଅତିରିକ୍ତ ସଚିବ, ଶ୍ରୀ ଜଗନ୍ନାଥ ମହାପ୍ରଭୁ ଓ ଲିଙ୍ଗରାଜ ମହାପ୍ରଭୁ ପ୍ରଶାସନର ରାଜସ୍ଵ ଅଧିକାରୀ, ରାଜସ୍ୱ…

ଶିଶୁମାନଙ୍କୁ ଅନଲାଇନ ବିପଦରୁ ସୁରକ୍ଷା ଦେବାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ କର୍ମଶାଳା

ଭୁବନେଶ୍ୱର : “ଶିଶୁମାନଙ୍କ ପାଇଁ ଅନଲାଇନ ସୁରକ୍ଷା”ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ଏବଂ ଚାଇଲ୍ଡଫଣ୍ଡ ଇଣ୍ଡିଆଙ୍କ ସହଯୋଗରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ OSCPCR, ଓସେପା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଚାଇଲ୍ଡଫଣ୍ଡ ଇଣ୍ଡିଆର କର୍ମକର୍ତ୍ତାମାନଙ୍କ ସମେତ ମୋଟ ୮୦ ଜଣ ଅଂଶଗ୍ରହଣ କରିଥିଲେ। ଉଦଘାଟନୀ ଉତ୍ସବରେ OSCPCR ର ଅଧ୍ୟକ୍ଷା…

ସମ୍ବିଧାନର ୧୦ମ ଅନୁସୂଚୀ ଅନୁଯାୟୀ ବାଚସ୍ପତିଙ୍କ ଭୂମିକା ଉପରେ ବିଚାର ବିମର୍ଷ

ଭୁବନେଶ୍ୱର: ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବିଧାନସଭା ଅଧ୍ୟକ୍ଷଙ୍କ କ୍ଷମତା ଓ ଦାୟିତ୍ୱର ସମୀକ୍ଷା ପାଇଁ ପୁରୀଠାରେ “ବାଚସ୍ପତି କମିଟି ସମ୍ମିଳନୀ”ଅନୁଷ୍ଠିତ ହୋଇଯାଇଛି। ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ସୁରେଶ ନରୱେକରଙ୍କ ଅଧ୍ୟକ୍ଷତାରେ ଏବଂ ଓଡ଼ିଶାର ବାଚସ୍ପତି ସୁରମା ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ବୈଠକରେ କର୍ଣ୍ଣାଟକର ବାଚସ୍ପତି ୟୁ.ଟି. ଖାଦିର ଫରିଦ୍‌, ନାଗାଲାଣ୍ଡର ବାଚସ୍ପତି ସାରିଙ୍ଗେନ୍‌ ଲଙ୍ଗକୁମେର ଯୋଗ ଦେଇଥିଲେ। ଏହି ଅବସରରେ ଅଧ୍ୟକ୍ଷତା କରି ବାଚସ୍ପତି ନରୱେକର ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ…