ଡାହାଣୀ ସନ୍ଦେହରେ ନିର୍ଯାତନା ଓ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର : ସାମାଜିକ ସମାନତା ହିଁ ବିକଶିତ ଓଡ଼ିଶାର ମୂଳପିଣ୍ଡ। ଉତ୍ତରପିଢିକୁ ଏକ କୁପ୍ରଥା ବିହୀନ ସୁସ୍ଥ ସମାଜ ପ୍ରଦାନ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତ  ପ୍ରକାଶ କରିଛନ୍ତି। ଭୁବନେଶ୍ଵରସ୍ଥିତ ରାଜ୍ୟ ସମ୍ମେଳନ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଡାହାଣୀ ସନ୍ଦେହରେ ନିର୍ଯାତନା ଓ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା…

ଇଣ୍ଡୋକ୍ରିପ୍ଟ ୨୦୨୫: କ୍ରିପ୍ଟୋଗ୍ରାଫି ଓ ସୂଚନା ସୁରକ୍ଷା ବିଷୟରେ ଚାରିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ

 ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଇଣ୍ଟରନ୍ୟାସନାଲ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି (ଆଇଆଇଆଇଟି)  ‘ଇଣ୍ଡୋକ୍ରିପ୍ଟ’୨୦୨୫ ଉଦଘାଟିତ ହୋଇଛି। ଏହି ଚାରିଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ କ୍ରିପ୍ଟୋଗ୍ରାଫି ଓ ସୂଚନା ସୁରକ୍ଷା ଉପରେ ଆଲୋଚନା ହେବ। ଏହି ସମ୍ମିଳନୀରେ ବିଶ୍ୱରୁ ଆସିଥିବା ପ୍ରମୁଖ ଗବେଷକ, ଶିକ୍ଷାବିଦ୍, ଶିଳ୍ପ ନିପୁଣ ଓ ନୀତିନିର୍ଦ୍ଦେଶକ ମାନେ ଯୋଗଦେବେ। ଏହି ସମ୍ମିଳନୀ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ  ଅଧ୍ୟକ୍ଷତା କରିଥିଲେ।…

ନୂଆ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍  ଭିଭିପ୍ରସ୍ତର ସ୍ଥାପିତ

ଭୁବନେଶ୍ୱର/କଟକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ ଯାଇ କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ସମେତ ନୂଆ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି। ସୂଚନାଯୋଗ୍ୟ ଯେ  ସ୍ପେଶାଲ ସର୍କିଟ୍ ହାଉସ୍‌ ବିଲ୍‌ଡିଙ୍ଗଟି ୫ ମହଲା ବିଶିଷ୍ଟ କରାଯିବ ଏବଂ ପ୍ରାୟ ୨୦,୧୭୫ ବର୍ଗ ମିଟର ଯାଗାରେ ଏହି ବିଲ୍‌ଡିଙ୍ଗ ପାଇଁ ୧୩ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।…

ସମସ୍ତ କୃଷି ଋଣ ସମବାୟ ସମିତି କାର୍ଯ୍ୟପ୍ରଣାଳୀରେ ସ୍ୱଚ୍ଛତା ବଢ଼ାଇବା ପାଇଁ ରାଜ୍ୟ ସମବାୟ ନିବନ୍ଧକଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ନିର୍ଦ୍ଦେଶାନୁସାରେ, ଓଡିଶା ସରକାରଙ୍କ ସମବାୟ ବିଭାଗ ରାଜ୍ୟର ସମସ୍ତ କୃଷି ଋଣ ସମବାୟ ସମିତି (PACS ଏବଂ LAMPCS) ମାନଙ୍କର କାର୍ଯ୍ୟପ୍ରଣାଳୀରେ ସ୍ୱଚ୍ଛତା ବଢ଼ାଇବା ଏବଂ ସଦସ୍ୟ ସହଭାଗୀତା ସୁଦୃଢ଼ କରିବା ପାଇଁ ରାଜ୍ୟ ସମବାୟ ନିବନ୍ଧକଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ କହିଛନ୍ତି। ଏହା ଅନୁଯାୟୀ, ରାଜ୍ୟ ସମବାୟ ନିବନ୍ଧକ  (RCS) ସମସ୍ତ ସମବାୟ ସମିତିକୁ ନିର୍ଦ୍ଦେଶ ଜାରି କରିଛନ୍ତି।…

ସାହାସ ଉତ୍ସବ: ଆମ ସ୍ୱର, ଆମ ଶକ୍ତି ଅଭିଯାନର ଉଦଯାପନୀ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ମାନବାଧିକାର ଦିବସ ଅବସରରେ ଓଡ଼ିଶା ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ, ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍‌ଏଫ୍‌ପିଏ)ର ମିଳିତ ସହଯୋଗରେ ୧୬ ଦିନିଆ ରାଜ୍ୟସ୍ତରୀୟ ଲିଙ୍ଗଭିତ୍ତିକ ହିଂସା ବିରୁଦ୍ଧରେ କାର୍ଯ୍ୟକଳାପ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି। ଭୁବନେଶ୍ୱରର ମେଫେୟାର କନଭେନସନରେ ‘ସାହସ ଉତ୍ସବ: ଆମ ସ୍ୱର ଆମ ଶକ୍ତି’ଶୀର୍ଷକ ଏହି କର୍ମଶାଳାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକମାନଙ୍କର ସମ୍ମାନ, ସୁରକ୍ଷା ଏବଂ ପୁନର୍ବାସ ପାଇଁ ଓଡ଼ିଶା ସରକାରଙ୍କ…

ଅଧିକାର ସୁରକ୍ଷିତ ହେଲେ ସମାଜ ସମୃଦ୍ଧ ହୁଏ: ରାଜ୍ୟପାଳ

ଭୁବନେଶ୍ୱର :  ଅଧିକାର ସୁରକ୍ଷିତ ହେଲେ ସାମାଜ ସୁଦୃଢ଼ ହୁଏ ବୋଲି ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି କହିଛନ୍ତି। ବୁଧବାର ଦିନ ଓଡ଼ିଶା ମାନବିକ ଅଧିକାର ଆୟୋଗ ଆନୁକୂଲ୍ୟରେ ସମ୍ବଲପୁରଠାରେ ଆୟୋଜିତ ବିଶ୍ଵ ମାନବାଧିକାର ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଲ ଏହା କହିବା ସହିତ ମାନବାଧିକାରକୁ ବଜାୟ ରଖିବା ପାଇଁ ସାମୂହିକ ପ୍ରତିବଦ୍ଧତା ପାଇଁ ଆହ୍ୱାନ ଜଣାଇଛନ୍ତି। ଏହି  ସମାରୋହରେ ଉଦବୋଧନ  ଦେଇ ଅଧିକାରଗୁଡ଼ିକ କେବଳ ଆଇନ ମାଧ୍ୟମରେ ନୁହେଁ…

କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା ପାଇଁ ଓଡିଶା ପୋଲିସର କଠୋର ପଦକ୍ଷେପ

ଭୁବନେଶ୍ୱର :  ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା ପାଇଁ ଓଡିଶା ପୋଲିସ କଠୋର ପଦକ୍ଷେପ ଗ୍ରହଣ କରୁଛି। ବିଗତ କିଛି ଦିନ ମଧ୍ୟରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ କରାଯାଇ ବିପୁଳ ପରିମାଣର କଫ୍‌ ସିରପ ଜବତ  ସହିତ ଚୋରା ଚାଲାଣରେ ସମ୍ପୃକ୍ତ  ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ମୋଟ ୬୧ଟି ମାମଲା ରୁଜୁ କରାଯିବା ସହ ମୋଟ ୭୩,୧୮୧ ବୋତଲ ନିଶାଦ୍ରବ୍ୟ ମିଶ୍ରିତ କଫ ସିରପ ଜବତ କରାଯାଇଛି।…

କ୍ରିକେଟ ମ୍ୟାଚ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

କଟକ : ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ କ୍ରିକେଟ ମ୍ୟାଚ ଅନୁଷ୍ଠିତ  ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ଖେଳାଳି, ଭିଆଇପି ଓ ଦର୍ଶକଙ୍କ ସୁରକ୍ଷା ତଥା ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି।  ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାରେ ୯ ଜଣ ଅତିରିକ୍ତ ଏସପି,…

ରାଜ୍ୟରେ ଚୋରା ମାଦକ ଦ୍ରବ୍ୟ ବିରୋଧୀ ଲଢ଼େଇକୁ ଅଧିକ ତ୍ଵରାନ୍ଵିତ କରାଯାଉଛି

ଭୁବନେଶ୍ୱର : ବେଆଇନ ଗଞ୍ଜେଇ ଚାଷ ରୋକିବାରେ ଓଡ଼ିଶା ପୋଲିସ  ନିରନ୍ତର ଉଦ୍ୟମ କରିବା ସହିତ  ଚଢାଉ ଅଭିଯାନ ଜାରି ରଖିଛି।  ସ୍ଵତନ୍ତ୍ର ଯୋଜନା, ନୂତନ କୌଶଳ, ଡ୍ରୋନ ଏବଂ ସାଟେଲାଇଟ ଦ୍ଵାରା ଗଞ୍ଜେଇ ଚାଷ ଜମି ଠାବ କରିବା ସହ  ଗୁଇନ୍ଦା ତଥ୍ୟ ଆଧାରରେ ବିଭିନ୍ନ ଜିଲ୍ଲାରେ ହଜାର ହଜାର ଏକର ଗଞ୍ଜେଇ ଚାଷ ସମୂଳେ ଧ୍ଵଂସ କରିବାରେ ପୋଲିସ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ରାଜ୍ୟବାସୀଙ୍କ ସୁରକ୍ଷା ଓ ଯୁବପୀଢିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା…

ଶିଶୁ ଅଧିକାରକୁ ନେଇ ଏକ ଜାତୀୟ ସମ୍ମିଳନୀ ଆୟୋଜିତ

ଭୁବନେଶ୍ବର: ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (NCPCR) ଏବଂ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ରାଜସ୍ୱ ଅଧିକାରୀ ତାଲିମ ପ୍ରତିଷ୍ଠାନ (ROTI) ଠାରେ ଶିଶୁ ଅଧିକାର ସମସ୍ୟା ଉପରେ ଏକ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯଦୁମଣି ମାହାଲ, ଅତିରିକ୍ତ ଶାସନ ସଚିବ, ବବିତା ପାତ୍ର, ଅଧ୍ୟକ୍ଷ OSCPCR, ସଙ୍ଗୀତା ବେହେରା, ଏଡିଜି, ଓସେପା, ଡକ୍ଟର ମଧୁଲିକା ଶର୍ମା, ପ୍ରମୁଖ ଗବେଷଣା ଏବଂ ବୈଷୟିକ ବିଶେଷଜ୍ଞ, NCPCR,…