ସହର ବିକାଶ ପାଇଁ ଓଡ଼ିଶା ଆରମ୍ଭ କଲା “ଅଙ୍କୁର”

ଭୁବନେଶ୍ୱର : ଓଡ଼ିଶାରେ ସହର ବିକାଶର ଭବିଷ୍ୟତକୁ ପୁନଃପରିଭାଷିତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଗୃହ ଏବଂ ନଗର ଉନ୍ନୟନ ବିଭାଗ ଆଜି ଅଙ୍କୁର – ଅଟଳ ନେଟୱାର୍କ ଫର ନଲେଜ୍, ସହରୀକରଣ ଏବଂ ସଂସ୍କାର ଆରମ୍ଭ କରିଛି l  ଏହା ରାଜ୍ୟ ସାରା ଅନ୍ତର୍ଭୁକ୍ତ, ସ୍ଥାୟୀ ଏବଂ ଅଭିନବ ସହର ବିକାଶକୁ ଗଢି ତୋଳିବା ପାଇଁ ଏକ ରଣନୈତିକ ପଦକ୍ଷେପ। ଗୃହ ଓ ନଗର ଉନ୍ନୟନ ବିଭାଗ ବିଭାଗ ଏବଂ ସହର ବିକାଶ…

” ସାଇବର ଅପରାଧର ତଦନ୍ତ ଏବଂ ସାଇବର ବୁଦ୍ଧିମତ୍ତା” ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସାଇବର କମ୍ପ୍ଲେକ୍ସ ଠାରେ ରାଜ୍ୟ କ୍ରାଇମବ୍ରାଞ୍ଚ ଆନୁକୂଲ୍ୟରେ  ” ସାଇବର ଅପରାଧର ତଦନ୍ତ ଏବଂ ସାଇବର ବୁଦ୍ଧିମତ୍ତା” ସମ୍ପର୍କିତ ଏକ କର୍ମଶାଳା ଉଦଘାଟିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କର୍ମଶାଳାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।  ଆଗାମୀ ଦିନରେ ସାଇବର ଅପରାଧକୁ ରୋକିବାକୁ  ରାଜ୍ୟର ସମସ୍ତ ରେଞ୍ଜ ଏବଂ ଜିଲ୍ଲା ସ୍ତରରେ “ସାଇବର ଅପରାଧ ତଦନ୍ତ” ସମ୍ପର୍କିତ କର୍ମଶାଳାର ଆୟୋଜନ କରାଯିବ…

ଭାରତୀୟ ସାଂସ୍କୃତିକ ଐତିହ୍ୟ ଉପରେ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର : ଅତୀତ କେବଳ ଇତିହାସ ନୁହେଁ, ବରଂ ଆଧୁନିକ ବିଶ୍ୱ ସମସ୍ୟାର ମୁକାବିଲା ପାଇଁ ପ୍ରେରଣା ଦିଏ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି । ଚଳିତ ମଇ ୨୫ ତାରିଖ ଦିନ ଭୁବନେଶ୍ୱର ଠାରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଅଫ୍ ମିଡ଼ିଆ ଷ୍ଟଡ଼ିଜର ମିଳିତ ଆନୁକୂଲ୍ୟରେ “କଳିଙ୍ଗ ଏବଂ ଦକ୍ଷିଣ-ପୂର୍ବ ଏସିଆ – ସଭ୍ୟତା ସଂଯୋଗ” ଶୀର୍ଷକ ସମ୍ପର୍କିତ ଭାରତୀୟ…

ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର: ଉତ୍କଳମାତାର ସୁଯୋଗ୍ୟ ସନ୍ତାନ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଥିଲେ ଏକାଧାରରେ ଆଦର୍ଶ ସୁଶାସକ, ପ୍ରଜାବତ୍ସଳ ଓ ଦୂରଦ୍ରଷ୍ଟା ରାଜା, ବିଚକ୍ଷଣ ରାଜନୀତିଜ୍ଞ, ଦେଶଭକ୍ତ, ଶିକ୍ଷାନୁରାଗୀ ଏବଂ ସାହିତ୍ୟାନୁରାଗୀ । ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଭୂମିକା ଥିଲା ଅତୁଳନୀୟ । ସେ ଥିଲେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ପ୍ରଧାନମନ୍ତ୍ରୀତ୍ୱ କାଳରେ ସେ ଓଡ଼ିଶାରେ ଅନେକ ଜନହିତକର ଏବଂ ଉନ୍ନୟନମୂଳକ…

ଓଡ଼ିଶାର କ୍ରୀଡ଼ାବିତଙ୍କୁ ବିଶ୍ୱସ୍ତରରେ ପହଂଚାଇବା ଆମର ଲକ୍ଷ୍ୟ : କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାର କ୍ରୀଡ଼ାବିତଙ୍କୁ ବିଶ୍ୱସ୍ତରରେ ପହଂଚାଇବା ଏବଂ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିକୁ ଓଡ଼ିଶାର ପ୍ରତିଟି ବ୍ଲକରେ ଉପଲବ୍ଧ କରାଇବା ନିମନ୍ତେ ଆମେ କାର୍ଯ୍ୟ କରୁଛୁ। ସୁଦୃଢ଼ କ୍ରୀଡ଼ା  ଭିତ୍ତିଭୂମି, ଉପଯୁକ୍ତ ପ୍ରଶିକ୍ଷଣ ଏବଂ କ୍ରୀଡ଼ା ପ୍ରତିଭା ଚୟନ ଓ ବିକାଶ ଆଦି କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ଏକାନ୍ତ ଆବଶ୍ୟକ ଏବଂ ଏଥି ନିମନ୍ତେ ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟ କରାଯାଉଛି। ଓଡ଼ିଶାର ୩୧୪ଟି ବ୍ଲକରେ ସମୁଦାୟ ୪୧୨୪ କୋଟି ଟଙ୍କାର ବ୍ୟୟ…

” କଳିଙ୍ଗ ଓ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରର ସାଂସ୍କୃତିକ ସାମଞ୍ଜସ୍ୟ ହେଉଛି ଆମ ସମୃଦ୍ଧ ଇତିହାସର ଏକ  ଗୌରବମୟ ଅଧ୍ୟାୟ “

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଇନଷ୍ଟିଚ୍ଯୁଟ୍ ଅଫ୍ ମିଡ଼ିଆ ଷ୍ଟଡ଼ିଜ, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଭାରତ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ଓଡ଼ିଶା ଏବଂ ଦକ୍ଷିଣ-ପୂର୍ବ ଏସିଆର ରାଷ୍ଟ୍ରମାନଙ୍କ ମଧ୍ୟରେ ରହିଥିବା ସାମାଜିକ, ସାହିତ୍ୟିକ, ସାଂସ୍କୃତିକ ଓ ସଭ୍ୟତାଗତ ସାମଞ୍ଜସ୍ୟକୁ ନେଇ ଏକ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରାଯାଇଛି। “କଳିଙ୍ଗ ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରର ସଭ୍ୟତାଗତ  ସଂଯୋଗ” ଶୀର୍ଷକ ଉପରେ ଏହି ସମ୍ମିଳନୀ ଆୟୋଜିତ ହେଉଛି।…

ବାଂଲାଦେଶୀ ବିବାଦ: ଭୁବନେଶ୍ୱର ମେୟରଙ୍କ ବିରୋଧରେ ବିକ୍ଷୋଭ ଜାରି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ବାଂଲାଦେଶୀଙ୍କୁ ସମର୍ଥନ କରି ମନ୍ତବ୍ୟ ଦେବା ପ୍ରତିବାଦରେ ତାଙ୍କ ବିରୋଧରେ ବିକ୍ଷୋଭ ଜାରି ରହିଛି । ମେୟର ଶୁକ୍ରବାର ନୟାପଲ୍ଲୀସ୍ଥିତ ୱାର୍ଡ ନମ୍ବର ୩୯ର ଏକ ନୂଆ କାର୍ଯ୍ୟାଳୟ କୋଠା ଉଦଘାଟନ କରିବାକୁ ପହଞ୍ଚିବା ସମୟରେ ତାଙ୍କୁ ଜନସାଧାରଣଙ୍କ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯିବା ସହିତ ତାଙ୍କ ବିରୋଧରେ ଲେଖାଥିବା ପ୍ଲା କାର୍ଡ ଧରି ବିକ୍ଷୋଭ କରାଯାଇଥିଲା । ସୂଚନଯୋଗ୍ୟ ଯେ ନିକଟରେ ମେୟର ଶ୍ରୀମତୀ ଦାସ…

ଜ୍ୟୋତିଙ୍କ ସହିତ ସମ୍ପର୍କ ରଖି ଅଡୁଆରେ ପ୍ରିୟଙ୍କା

ପୁରୀ: ପାକିସ୍ତାନ ପକ୍ଷରୁ ଗୁପ୍ତଚର ବୃତ୍ତିରେ ଲିପ୍ତ ଥିବା ସନେ୍ଦହରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କର ପୁରୀର ଜଣେ ଯୁବତୀ ପ୍ରିୟଙ୍କା ସେନାପତିଙ୍କର ସମ୍ପର୍କ ରହିଥିବା ଏବଂ ସେ ମଧ୍ୟ ସୀମାପାର ଗୁପ୍ତଚର ବୃତ୍ତିରେ ସଂପୃକ୍ତ ଥିବା ସନେ୍ଦହରେ ତଦନ୍ତକୁ ବ୍ୟାପକ କରାଯାଇଛି । ଇତିମଧ୍ୟରେ ପ୍ରିୟଙ୍କାଙ୍କ ବ୍ୟାକ ଆକାଉଣ୍ଟ ଏବଂ ମାଲହୋତ୍ରାଙ୍କ ସହିତ ତାଙ୍କର ସମ୍ପର୍କ ବିଷୟରେ ତଦନ୍ତ କରାଯାଉଛି । ସୂଚନାଯୋଗ୍ୟ ଯେ ଟ୍ରାଭେଲ ବ୍ଲଗର ଜ୍ୟୋତି ମାଲହୋତ୍ରା ଏବଂ ସେ ୟୁଟୁ୍ୟବରେ ବନ୍ଧୁ…

ଭୁବନେଶ୍ୱରରେ କୋଭିଡ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାର ଭୁବନେଶ୍ୱରରେ ଜଣେ ବ୍ୟକ୍ତି କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହାକୁ ନେଇ ଆତଙ୍କିତ ହେବାର କୋ÷ଣସି କାରଣ ନାହିଁ । ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଜନସାଧାରଣ ଶାନ୍ତ ରହିବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅସ୍ୱଥି ଏସ୍‌ ଜନସାଧାରଣଙ୍କୁ ଭରସା ଦେଇ କହିଛନ୍ତି…

ଛତିଶଗଡରେ ଏନକାଉଣ୍ଟର: ୩୦ ନକ୍ସଲ ନିହତ

ଋାୟପୁର: ଛତିଶଗଡରେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ୩୦ ଜଣ ନକ୍ସଲଙ୍କର ମୃତୁ୍ୟ ଘଟିଛି । ସେମାନଙ୍କ ମଧ୍ୟରେ ଜଣେ ତୁଙ୍ଗ ନକ୍ସଲ ନେତା ବାସବରାଜ ରହିଥିବା ଜଣାଯାଇଛି । ନାମ୍ବଲା କେଶବ ରାଓ ଓରଫ ବାସବରାଜଙ୍କ ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେ ମଧ୍ୟ ବେଆଇନ ଘୋଷିତ କମୁ୍ୟନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାଓଇଷ୍ଟ)ର ସାଧାରଣ ସମ୍ପାଦକ ରହିଥିଲେ । ସୂଚନାଯୋଗ୍ୟ ଯେ ଏହି ତୁଙ୍ଗ ନକ୍ସଲନେତା ୧୯୭୦…