ସରକାରୀ କ୍ୱାର୍ଟର୍ସରେ ଚାଲିଥିଲା ହୋଟେଲ ଓ ମଣ୍ଡପ: ଉଚ୍ଛେଦ ଆରମ୍ଭ

ଭୁବନେଶ୍ୱର: ସରକାରୀ କ୍ୱାର୍ଟର୍ସଗୁଡିକୁ ଜବର ଦଖଲ କରାଯାଇ ସେଠାରେ ହୋଟେଲ, କଲ୍ୟାଣ ମଣ୍ଡ ଏବଂ ଗୋଦାମ ଆଦି ଚାଲିଥିଲା । ଗୋଟିଏ ଦୁଇଟି ନୁହେଁ, ପ୍ରାୟେ ୧୦୦ଟି କ୍ୱାର୍ଟର୍ସ ଏହିଭଳି ବ୍ୟବହାର କରାଯାଉଥିଲା । ଭୁବନେଶ୍ୱର ମହାନଗରର ୟୁନିଟ ୨ ଅଞ୍ଚଳରେ ସରକାରୀ କ୍ୱାର୍ଟର୍ସ ଏହିଭଳି ଜବରଦଖଲ କରାଯାଇ ବ୍ୟବସାୟିକ ଉଦେ୍ଦଶ୍ୟରେ ବ୍ୟବହାର କରାଯାଉଥିଲେ ମଧ୍ୟ ତାହା କିଭଳି କାହା ନଜରରେ ପଡୁନଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନାଯୋଗ୍ୟ ଯେ ରାଜଧାନୀ ପୁନଃବିକାଶ ପ୍ରକଳ୍ପ…

ଏସିଡ ଆକ୍ରମଣ ଉଦ୍ୟମ ପଣ୍ଡ: ଅପରାଧୀକୁ ମାଡିବସିଲେ ସ୍ଥାନୀୟ ଲୋକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏସିଡ ଆକ୍ରମଣରୁ ଜଣେ ଯୁବତୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ସ୍ଥାନୀୟ ଜନସାଧାରଣଙ୍କ ସଜାଗ ଦୃଷ୍ଟି ଯୋଗୁଁ ଏସିଡ ଆକ୍ରମଣରୁ ଯୁବତୀ ବର୍ତ୍ତିଯାଇଥିବାବେଳେ ଲୋକମାନେ ଏସିଡ ପକାଇବାକୁ ଆସିଥିବା ଅପରାଧୀକୁ ଧରି ପୋଲିସ ଜିମା ଦେଇଛନ୍ତି । ଘଟଣା ଘଟିଛି ସହିଦ ନଗର ଅଞ୍ଚଳରେ । ଅଭିଯୁକ୍ତ ଜଣକ ନିଜର ଦୁଇ ସାଥୀଙ୍କ ସହିତ ଉକ୍ତ ଯୁବତୀଙ୍କ ଉପରେ ଏସିଡ ପକାଇବାକୁ ଯାଉଥିବା ଦେଖି ସେଠାରେ ଥିବା ଲୋକମାନେ ତୁରନ୍ତ ତାକୁ କାବୁ…

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ଦଶମ ଅଭିଯୋଗ ଶୁଣାଣି ରାଜଧାନୀ ଭୁବନେଶ୍ୱରରେ କରିଛନ୍ତି । ଏହି ଅବସରରେ ବାକି ରହିଥିବା ଅଭିଯୋଗଗୁଡିକର ତ୍ୱରିତ ସମାଧାନ ନିମନ୍ତେ ମୁଖ୍ୟମନ୍ତୀ ପ୍ରତିଶ୍ରୁତି ଦେଇଛନ୍ତି । ସୋମବାର ଦିନ ରାଜଧାନୀର କ୍ୟାପିଟାଲ ନର୍ସରୀ ନିକଟ ଏକ ନୂତନ ପ୍ରକୋଷ୍ଠରେ ଏହି ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ସୂଚନାଯୋଗ୍ୟ ଯେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତକରି ଜନସାଧାରଣଙ୍କର ଅଭିଯୋଗଗୁଡିକ ସେମାନଙ୍କ ନିକଟତମ ସ୍ଥାନରେ ଶୁଣାଣି…

ଶତ୍ରୁର ପ୍ରତ୍ୟେକ ଆହ୍ବାନର ଉଚିତ୍ ଜବାବ ଦେବା ପାଇଁ ଆମ ସେନାବାହିନୀ ସଂପୂର୍ଣ୍ଣ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆତଙ୍କବାଦ ବିରୋଧୀ ଅଭିଯାନ, ଅପରେସନ୍ ସିନ୍ଦୁରର ସଫଳତା ପରେ ବୁଧବାର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଠାରେ ଏକ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ବାଇକ୍ ଯାତ୍ରାକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଏହି ଯାତ୍ରା, ସକାଳ ୮ଟାରେ କଳିଙ୍ଗ ଷ୍ଟାଡିଅମ ଠାରୁ ଆରମ୍ଭ ହୋଇ ରାଜଭବନ ପର୍ୟ୍ୟନ୍ତ ଯାଇଥିବା ବେଳେ, ପୋଲିସ ବାହିନୀ, ସୁରକ୍ଷା ବାହିନୀ, ଲୋକପ୍ରତିନିଧି ଏବଂ ସାଧାରଣ…

ଉତ୍କଳିକାର ୬୭ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ଵର: ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା)ର ୬୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ମୁଖ୍ୟ କାର୍ୟ୍ୟାଳୟଠାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଓଡ଼ିଶାର ଉତ୍କୃଷ୍ଟ ହସ୍ତଶିଳ୍ପକୁ ଆଗେଇ ନେବାରେ ଉତ୍କଳିକାର ଭୂମିକା ଅତୁଳନୀୟ ବୋଲି ସେ କହିଥିଲେ । ଉତ୍କଳିକା ସଭାପତି ଦେବସ୍ମିତା…

ନାର୍କୋ କୋର୍ଡିନେସନ ସେଣ୍ଟରର ୫ମ ରାଜ୍ୟସ୍ତରୀୟ ବୈଠକ

ଭୁବନେଶ୍ୱର: ନିଷେଧ ନିଶା ଦ୍ରବ୍ୟର ବେଆଇନ୍ ଚୋରା ଚାଲାଣକୁ ରୋକିବା ସଂପର୍କରେ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧିନସ୍ଥ ନାର୍କୋ କୋର୍ଡିନେସନ ସେଣ୍ଟର ତରଫରୁ ୫ମ ରାଜ୍ୟସ୍ତରୀୟ ବୈଠକ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜ୍ୟ ପୁଲିସ୍ ମହା ନିର୍ଦ୍ଦେଶକ ଓ୍ୱାଇ.ବି ଖୁରାନିଆ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଉପ-ମହାନିର୍ଦ୍ଦେଶକ ହିତେଶ…