କୃଷି ଶାସନ ବ୍ୟବସ୍ଥାରେ ଲିଙ୍ଗଗତ ସମାନତାକୁ ବ୍ୟବସ୍ଥିତ କରିବା ପାଇଁ ଏହା ଏକ ଅନନ୍ୟ ପଦକ୍ଷେପ: ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

ଭୁବନେଶ୍ୱର: ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା କୃଷି ଭବନରେ ମିଳିତ ଭାବରେ ଲିଙ୍ଗଗତ ଦାୟିତ୍ୱବୋଧ କକ୍ଷ (GRC) ଉଦଘାଟନ କରିଛନ୍ତି। ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (IFPRI) ସହିତ ମିଳିତ ଭାବରେ ଉଦଘାଟନ ହୋଇଥିବା ଏହି କକ୍ଷ ରାଜ୍ୟର କୃଷି ଶାସନ ବ୍ୟବସ୍ଥାରେ ଲିଙ୍ଗଗତ ସମାନତାକୁ ବ୍ୟବସ୍ଥିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗୁରୁତ୍ୱାରୋପ କରିଥିଲେ ଯେ GRC…

ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ 41.17 କୋଟି ଟଙ୍କାର ପ୍ୟାକେଜ୍ ପ୍ରଦାନ

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳି, ବାଇଣ୍ଡର୍ ଏବଂ ଋତୁକାଳୀନ କର୍ମଚାରୀଙ୍କ ସମ୍ମାନିତ ଜୀବିକାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏକ ଦୃଢ଼ ମାନବିକ ପଦକ୍ଷେପ ଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ 2024 ଫସଲ ବର୍ଷ ଏବଂ 2025-26 ଅର୍ଥବର୍ଷ ପାଇଁ ମୋଟ 41.17 କୋଟି ଟଙ୍କା ବିତରଣ କରାଯାଇଛି। କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବୃହତ୍ ସହାୟତା ଭାବେ 8,59,727 ଜଣ କେନ୍ଦୁପତ୍ର ତୋଳାଳିଙ୍କୁ ନିମ୍ନଲିଖିତ ସୁବିଧା ପାଇଁ ଚପଲ – ଏକକ ପିଛା ₹160,…

ଶିଶୁ ଅଧିକାରକୁ ନେଇ ଏକ ଜାତୀୟ ସମ୍ମିଳନୀ ଆୟୋଜିତ

ଭୁବନେଶ୍ବର: ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (NCPCR) ଏବଂ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ରାଜସ୍ୱ ଅଧିକାରୀ ତାଲିମ ପ୍ରତିଷ୍ଠାନ (ROTI) ଠାରେ ଶିଶୁ ଅଧିକାର ସମସ୍ୟା ଉପରେ ଏକ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯଦୁମଣି ମାହାଲ, ଅତିରିକ୍ତ ଶାସନ ସଚିବ, ବବିତା ପାତ୍ର, ଅଧ୍ୟକ୍ଷ OSCPCR, ସଙ୍ଗୀତା ବେହେରା, ଏଡିଜି, ଓସେପା, ଡକ୍ଟର ମଧୁଲିକା ଶର୍ମା, ପ୍ରମୁଖ ଗବେଷଣା ଏବଂ ବୈଷୟିକ ବିଶେଷଜ୍ଞ, NCPCR,…

ଆପଦ ସମୟରେ ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ସରକାର ପ୍ରୟାସରତ- ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଲିଙ୍ଗଗତ ସମାନତାର ଅଭିବୃଦ୍ଧି ଓ ବିପର୍ଯ୍ୟୟଜନିତ ଆପଦ ହ୍ରାସ ସୁନିଶ୍ଚିତ କରୁଥିବା ପ୍ରଶାସନ ନିମନ୍ତେ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। ଏହି ଦୁଇଦିନିଆ କର୍ମଶାଳା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌ଡମା), ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍‌ଏଫ୍‌ପିଏ) ସହଯୋଗରେ ସାରା ଭାରତରେ ବିପର୍ଯ୍ୟୟଜନିତ ଆପଦ ହ୍ରାସ କ୍ଷେତ୍ରରେ ଦାୟତ୍ୱସଂପନ୍ନ ପ୍ରଶାସନ ନିଶ୍ଚିତ ଭାବେ ମାର୍ଗଦର୍ଶନ ଦେବ। ଏହି କାର୍ଯ୍ୟକ୍ରମରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା, ଓଡ଼ିଶା ସରକାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ…

ରାଜ୍ୟରେ ଏଲ୍‌ପିଜି ଯୋଗାଣକୁ ସୁବ୍ୟବସ୍ଥିତ କରିବା ନେଇ ବୈଠକ

ଭୁବନେଶ୍ୱର : ରାଜ୍ୟରେ ଏଲ୍‌ପିଜି ସିଲିଣ୍ଡର ଖାଉଟିମାନଙ୍କୁ ସୁବିଧାରେ ଓ ଠିକଣା ସମୟରେ ଗ୍ୟାସ ପହଞ୍ଚାଇବା ଉପରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଗୁରୁତ୍ୱାରୋପ କରିଛି। ଏହି ମର୍ମରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଗ୍ୟାସ କମ୍ପାନୀର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଯୋଗାଣ ଶୃଙ୍ଖଳକୁ ସ୍ଥିର ରଖିବା ସହ ଖାଉଟିମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପାଇଁ ସେ ପ୍ରତିନିଧିମାନଙ୍କୁ…

ସଂଯୁକ୍ତ ଉପକୂଳ ସୁରକ୍ଷା ଅଭ୍ୟାସ “ସାଗର କବଚ” ଉପରେ ସମୀକ୍ଷା ବୈଠକ

ଭୁବନେଶ୍ବର: ଗତ ସେପ୍ଟେମ୍ବର ୩ ଓ ୪ ତାରିଖରେ ଅନୁଷ୍ଠିତ ହୋଇଥିବା ସଂଯୁକ୍ତ ଉପକୂଳ ସୁରକ୍ଷା ଅଭ୍ୟାସ ସାଗର କବଚ ଉପରେ ଏକ ସମୀକ୍ଷା ବୈଠକ ଗୃହ ବିଭାଗ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପକୂଳ ସୁରକ୍ଷା “ସାଗର କବଚ” ଅଭ୍ୟାସ ସମୟରେ ନିଆ ଯାଇଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରା ଯାଇଥିଲା।  ପ୍ରାରମ୍ଭରେ…

ବିଦ୍ୟୁତ ସୁରକ୍ଷା ସମ୍ବନ୍ଧରେ ବିଶେଷତା ଏବଂ ଗୁଣବତ୍ତା ସମ୍ପର୍କିତ ତାଲିମ୍

ଭୁବନେଶ୍ବର: ରାଜ୍ୟରେ କାରଖାନା ମାନଙ୍କରେ ଉଭୟ ସୁରକ୍ଷିତ କାର୍ଯ୍ଯସ୍ଥଳୀ ଏବଂ ଶ୍ରମିକ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଥିବାରୁ ଶ୍ରମ  ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ର ମଞ୍ଜୁରୀ କ୍ରମେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ  ପକ୍ଷରୁ  ଭିନ୍ନ ଭିନ୍ନ ସୁରକ୍ଷା ସମ୍ପର୍କିତ  ପ୍ରସଙ୍ଗ ଉପରେ ତାଲିମ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ  ହୋଇଆସୁଅଛି। ସେହି କ୍ରମରେ ରାଜ୍ୟର କାରଖାନା ମାନଙ୍କରେ ସୁରକ୍ଷିତ ବିଦ୍ୟୁତ ପ୍ରୟୋଗ ପ୍ରତି ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ତା . ୧୧. ୧୧….

କୌଣସି ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିବାକୁ ସର୍ବଦା ପ୍ରସ୍ତୁତ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ

କଟକ : ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ସୁରକ୍ଷା ଉଦ୍ଦେଶ୍ୟରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା  ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହ ଯେ କୌଣସି ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିବାକୁ ସର୍ବଦା ପ୍ରସ୍ତୁତ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଡିଜିପି ଶ୍ରୀ ଖୁରାନିଆ କଟକ…

ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପୋଲିସ ଭବନଠାରେ ଓଡିଶା ପୋଲିସ ରେଳବାଇ ଓ ଉପକୂଳ ସୁରକ୍ଷା ଆନୁକୂଲ୍ୟରେ ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।  ଅଧିକାରୀମାନଙ୍କ ବୃତ୍ତିଗତ ଦକ୍ଷତା ଓ କାର୍ଯ୍ୟକୁଶଳତା ବୃଦ୍ଧି କରିବା, ରେଳବାଇ ଓ ଉପକୂଳ ସୁରକ୍ଷା ବିଷୟରେ ସଚେତନତା ଓ  ଅପରାଧ ତଦନ୍ତରେ ବୈଷୟିକ ଜ୍ଞାନର ଭୂମିକା, ସାଇବର ଅପରାଧ, ଆଧୁନିକ ପ୍ରଣାଳୀରେ ତଦନ୍ତ,  ଜାତୀୟ ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନ୍ ଭଳି ବିଭିନ୍ନ ଆଇନଗତ ଦିଗ…

ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ରାଜ୍ୟ ଶ୍ରମ ସଂସ୍ଥାନ ସମ୍ମିଳନୀ କକ୍ଷରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ ମାନଙ୍କୁ ନେଇ କର୍ମଚାରୀ କ୍ଷତିପୂରଣ ଆଇନ, ୧୯୨୩: ଗ୍ରାଚୁଇଟି ପ୍ରଦାନ ଆଇନ, ୧୯୭୨ ଓ ସର୍ବନିମ୍ନ ମଜୁରୀ ଆଇନ, ୧୯୪୮ରେ ମାମଲା ଶୁଣାଣି ସମ୍ବନ୍ଧୀୟ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଦୂଇକିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା…