ସୁରକ୍ଷିତ ବିଦ୍ୟୁତ ଭିତ୍ତିଭୂମି ଆମର ପ୍ରାଥମିକତା- ସିଂହଦେଓ

ଭୁବନେଶ୍ୱର: ଲୋକସେବା ଭବନରେ ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି)ର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।  ରାଜ୍ୟର ୩୦ ପ୍ରତିଶତରୁ ଅଧିକ ଲୋଡ଼ର ଚାହିଦା ପୂରଣ କରୁଛି ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ। ଏହାସହ, ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ସ୍ଥାପନ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ମଧ୍ୟ କରିଥାଏ। ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମର ତଥ୍ୟ ପରିଚାଳନା, କାର୍ଯ୍ୟାବଳୀର ସୁରକ୍ଷା ଭିତ୍ତିଭୂମି ସୁଦୃଢ଼ ଓ…

ସଙ୍ଗାରେଡ୍ଡୀ ଦୁର୍ଘଟଣା: ଘଟଣାସ୍ଥଳରେ ୨ଜଣ ଓଡ଼ିଆ ଅଧିକାରୀ

ଭୁବନେଶ୍ୱର: ଜୁଲାଇ ୧ ତାରିଖରେ ତେଲେଙ୍ଗାନା ରାଜ୍ୟର ସଙ୍ଗାରେଡ୍ଡୀ ଜିଲ୍ଲା ସ୍ଥିତ ସିଗାଚୀ ଫାର୍ମା କମ୍ପାନୀରେ ଘଟିଥିବା ଦୁର୍ଘଟଣାରେ ଏଯାବତ୍‌ ଓଡ଼ିଶାର ୪ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିବାବେଳେ ୫ଜଣ ବ୍ୟକ୍ତି ନିଖୋଜ ରହିଥିବାର ସୂଚନା ମିଳିଛି। ଏଥିସହ ୪ଜଣ ଓଡ଼ିଆ ବ୍ୟକ୍ତି ଆହତ ହୋଇ ନିକଟତମ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏହି ସମସ୍ତ ଓଡ଼ିଆ ବ୍ୟକ୍ତି ସିଗାଚୀ ଫାର୍ମା କମ୍ପାନୀର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ ଓଡ଼ିଆ ବ୍ୟକ୍ତିମାନଙ୍କର ଉଦ୍ଧାର କାର୍ଯ୍ୟ ସମେତ ପରିବାରବର୍ଗଙ୍କୁ…

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦିନକରେ ମିଳିଲା ଦିବ୍ୟଙ୍ଗ ପ୍ରମାଣପତ୍ର

ଭୁବନେଶ୍ଵର: ରାଜ୍ୟ ସରକାର ଦିବ୍ୟଙ୍ଗଙ୍କ ହିତପ୍ରତି ପ୍ରାଧାନ୍ୟ ଦେଇ ସଦା ସର୍ବଦା ସମର୍ପିତ ରହି କାର୍ଯ୍ୟ କରୁଛନ୍ତି l ସେହି କ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ନିର୍ଦ୍ଦେଶରେ ଜଣେ ଦିବ୍ୟଙ୍ଗ ହିତାଧିକାରୀଙ୍କୁ ତାଙ୍କ ଦିବ୍ୟଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯାଇ ପାରିଛି l   ସୂଚନାଯୋଗ୍ୟ ଯେ ଯାଜପୁର ଜିଲ୍ଲାର ପ୍ରଫୁଲ୍ଲ ଦାସ ଯିଏକି ଦୃଷ୍ଟିବାଧିତ ଅଟନ୍ତି ତାଙ୍କର ଦିବ୍ୟଙ୍ଗ ପ୍ରମାଣପତ୍ର ନଥିଲା l ସେଥିପାଇଁ ସେ ପ୍ରମାଣପତ୍ର ପାଇବା ନେଇ…

ମୟୂରଭଞ୍ଜ ଏବଂ ବାଲେଶ୍ୱରରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଓଡ୍ରାଫ ଟିମ ନିୟୋଜିତ

ବାଲେଶ୍ୱର : ଉତ୍ତର ଓଡିଶାର ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ଜଳକା ଭଳି ପ୍ରମୁଖ ନଦୀର ଜଳସ୍ତର ବୃଦ୍ଧି ପରେ  ବନ୍ୟା ପରିସ୍ଥିତି ଦେଖା ଯାଇଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସ (ODRAF) ବନ୍ୟା ପ୍ରଭାବିତ ଉଭୟ ଜିଲ୍ଲାରେ ବ୍ୟାପକ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିରନ୍ତର ନିୟୋଜିତ ହୋଇଛି। ଓଡ୍ରାଫ ଟିମ ଲୋକଙ୍କ ଧନ ଜୀବନ ସୁରକ୍ଷିତ କରିବାରେ  ପ୍ରମୁଖ ଭୁମିକା ଗ୍ରହଣ…

ବାଷ୍ପୀତ୍ର ପ୍ରଚାଳନ ଯନ୍ତ୍ରୀମାନଙ୍କ ପାଇଁ କର୍ମଶାଳା

ଭୁବନେଶ୍ବର: ରାଜ୍ୟର ଶିଳ୍ପ ପ୍ରତିଷ୍ଠାନ ମାନଙ୍କରେ ଅବସ୍ଥାପିତ ବାଷ୍ପୀତ୍ର ପ୍ଳାଣ୍ଟ ଗୁଡ଼ିକର ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ଚାଳନ ପଦ୍ଧତିକୁ ଅଧିକ ପ୍ରଭାବୀ ଏବଂ ପାରଦର୍ଶୀ କରିବା ଲକ୍ଷ୍ୟରେ କାରଖାନା ମାନଙ୍କରେ କାର୍ୟ୍ୟରତ ବାଷ୍ପୀତ୍ର ପ୍ରଚାଳନ ଯନ୍ତ୍ରୀମାନଙ୍କ ପାଇଁ ଏକ କର୍ମଶାଳା ଭୁବନେଶ୍ବରର ରାଜ୍ୟ ଶ୍ରମ ସଂସ୍ଥାନ ରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ କର୍ମଶାଳାକୁ ମୁଖ୍ୟ ଅତିଥି ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅତିରିକ୍ତ ଶାସନ ସଚିବ ତଥା କାରଖାନା ଏବଂବାଷ୍ପୀତ୍ର ନିର୍ଦ୍ଦେଶକ ଏବଂ …

ବନ୍ୟଜନ୍ତୁଙ୍କ ଦ୍ଵାରା ମଣିଷ ମୃତ୍ୟୁବରଣ କଲେ ଏଣିକି ୧୦ ଲକ୍ଷ ଟଙ୍କା ଅନୁକମ୍ପାମୁଳକ ସହାୟତା

ଭୁବନେଶ୍ଵର: ବନ୍ୟପ୍ରାଣୀ (ସୁରକ୍ଷା) (ଓଡିଶା) ନିୟମ, ୧୯୭୪ ର ନିୟମ ୪୫-କକ ଦ୍ୱାରା ପ୍ରଦତ୍ତ କ୍ଷମତା ପ୍ରୟୋଗ କରି,ରାଜ୍ୟ ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବନ୍ୟଜନ୍ତୁଙ୍କ ଦ୍ଵାରା କ୍ଷୟକ୍ଷତି କ୍ଷେତ୍ରରେ ଅନୁକମ୍ପାମୁଳକ ଦେୟର ସଂଶୋଧିତ ବିଜ୍ଞପ୍ତି ଜାରି କରିଛନ୍ତି। ବନ୍ୟପ୍ରାଣୀ (ସୁରକ୍ଷା) (ଓଡିଶା) ନିୟମ, ୧୯୭୪ ର ନିୟମ ୪୫-ଇଇ ଅନୁଯାୟୀ ବନ୍ୟଜନ୍ତୁଙ୍କ ଦ୍ୱାରା ମଣିଷ ମୃତ୍ୟୁବରଣ କଲେ ଏଣିକି ଅନୁକମ୍ପାମୁଳକ ସହାୟତା…

ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆର ବାର୍ଷିକ ମଧ୍ୟବର୍ତ୍ତୀକାଳୀନ ସମ୍ମିଳନୀ

ଭୁବନେଶ୍ୱର: ବୟସ୍କମାନଙ୍କୁ ବୋଝ ନ ଭାବି ସମ୍ପତ୍ତି ଭାବେ ସମ୍ମାନ ପ୍ରଦର୍ଶନ କରିବା ଉପରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି। ଚଳିତ ଜୁନ ୨୧ ତାରିଖ ଦିନ ହାଇଟେକ୍ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ୍ ଠାରେ ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆର ଜାତୀୟ ବାର୍ଷିକ ମଧ୍ୟବର୍ତ୍ତୀକାଳୀନ ସମ୍ମିଳନୀକୁ ରାଜ୍ୟପାଳ ଉଦଘାଟନ କରି ଏହା କହିଛନ୍ତି । ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଆମ ପରିବାର, ସମାଜ ଓ ରାଷ୍ଟ୍ର ପ୍ରତି…

ସୁରକ୍ଷିତ ବାଷ୍ପୀତ୍ର ଚାଳନ ତାଲିମ କର୍ମଶାଳା

ଭୁବନେଶ୍ବର: ବାଷ୍ପୀତ୍ର ଚାଳନରେ ସୁରକ୍ଷା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅବସ୍ଥିତ କଳ କାରଖାନା ମାନଙ୍କ ରେ ନିୟୋଜିତ ବାଷ୍ପୀତ୍ର  ପରିଚାରକ ( Boiler Operator ) ମାନଙ୍କର ଦକ୍ଷତା ବୃଦ୍ଧି ସହିତ ସେମାନଂକୁ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟ ଶ୍ରମ ପ୍ରତିଷ୍ଠାନ ଆନୁକୁଲ୍ୟରେ ଭୁବନେଶ୍ବର ଲୋକସେବା ଭବନା ସ୍ଥିତ କନଭେନସନ ସେଣ୍ଟରରେ ଏକ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l   ମୁଖ୍ଯଅତିଥି ଶ୍ରମ ବିଭାଗ ଅତିରିକ୍ତ ଶାସନ…

ଚାଂଚଲ୍ୟ: ରାତି ଅଧରେ ନାବାଳିକା ଅପହରଣ ଉଦ୍ୟମ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରବିବାର ରାତିରେ ଏକ ଚିନ୍ତାଜନକ ଘଟଣା ଘଟିଛି । ଜଣେ ନାବାଳିକାଙ୍କୁ ନିଶାଦେଇ ତାଙ୍କୁ ଅପହରଣ କରିବା ଉଦ୍ୟମ କରାଯାଇଛି । ତେବେ ସ୍ଥାନୀୟ ଜନସାଧାରଣ ଦୁଇ ଅପହର୍ତାଙ୍କର ଏଭଳି ଉଦ୍ୟମ ଦେଖିବା ପରେ ସେମାନଙ୍କୁ ଧରି ପୋଲିସ ଜିମା ଦେବାସହିତ ନାବାଳିକାଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି ଦୁଇ ଅପହରଣକାରୀ ପଶ୍ଚିମବଙ୍ଗ ଅଂଚଳର । ବିଳମ୍ବିତ ରାତିରେ ଡୁମୁଡୁମା ଅଂଚଳରେ ଏଭଳି…

ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ

ଭୁବନେଶ୍ୱର:ମାଓବାଦୀ ଅଭିଯାନ କ୍ଷେତ୍ରରେ ମାଲକାନଗିରି ପୋଲିସକୁ ଏକ ବଡ ସଫଳତା ମିଳିଛି। ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଦୁଇ ମାଓବାଦୀ ହେଉଛନ୍ତି କେସା କୱାସି  ଓ ରାକେଶ ଓରଫ ସାନୁ କୁଞ୍ଜମ।  ମାଓବାଦୀ କେସା କୱାସିର ଘର ଛତିଶଗଡ଼ର ବସ୍ତର  ଜିଲ୍ଲା ଦରବା  ଥାନା ଅଞ୍ଚଳରେ  ଏବଂ  ସାନୁ କୁଞ୍ଜମ ଓରଫ ରାକେଶ ଛତିଶଗଡ଼ର ବିଜାପୁର ଜିଲ୍ଲା ଗାଙ୍ଗଲୁର ଥାନା ଅଞ୍ଚଳରେ। ଉଭୟଙ୍କ ନିକଟରୁ ଗୋଟିଏ ପିସ୍ତଲ, ୬  ରାଉଣ୍ଡ ଗୁଳି, …