ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍ କାର୍ଯ୍ୟକାରୀ କରାଯିବ

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ସୁଭଦ୍ରାରୁ ବଞ୍ଚିତ ହୋଇଥିବା ହିତାଧିକାରୀମାନଙ୍କ କାରଣ ବିଷୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ବାଣିଜ୍ୟ ଓ ପରିବହନ ବିଭାଗ ଅଧିକାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀ,  ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ…

ଘରୋଇ ହିଂସାରୁ ମହିଳାମାନଙ୍କ ସୁରକ୍ଷା ଅଧିନିୟମ ୨୦୦୫ ଏବଂ ଯୌତୁକ ନିଷେଧ ଅଧିନିୟମ ୧୯୬୧ ବିଷୟରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: ଯୌତୁକ ନିଷେଧ ଆଇନ ୧୯୬୧ ଓ ଘରୋଇ ହିଂସା ଆଇନ ୨୦୦୫ ଦେଶର ମହିଳାମାନଙ୍କୁ ସୁରକ୍ଷା ଦେବା ସହ ସଶକ୍ତ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତପ୍ରକାଶ କରିଛନ୍ତି। ଲୋକସେବା ଭବନ ସମ୍ମେଳନ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଘରୋଇ ହିଂସାରୁ ମହିଳାମାନଙ୍କ ସୁରକ୍ଷା ଅଧିନିୟମ ୨୦୦୫ ଏବଂ ଯୌତୁକ ନିଷେଧ ଅଧିନିୟମ ୧୯୬୧ ବିଷୟରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମୁଖ୍ୟ…

ଦେଶର ପ୍ରକୃତ ସମୃଦ୍ଧି ଅବହେଳିତ ସମ୍ପ୍ରଦାୟକୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦା ଏବଂ ସୁଯୋଗ ଦ୍ଵାରା ମପାଯାଏ- ରାଜ୍ୟପାଳ

ଭୁବନେଶ୍ଵର: ଦେଶର ପ୍ରକୃତ ସମୃଦ୍ଧି ସଂଖ୍ୟା କିମ୍ବା ଭିତ୍ତିଭୂମିରେ ମପାଯାଏ ନାହିଁ ବରଂ ଏହାର ସବୁଠାରୁ ଅବହେଳିତ ସମ୍ପ୍ରଦାୟକୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦା ଏବଂ ସୁଯୋଗ ଦ୍ଵାରା ମପାଯାଏ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। ଚଳିତ ଅଗଷ୍ଟ 30 ତାରିଖ  ଦିନ ଲୋକସେବା ଭବନର କନଭେନସନ ହଲ ଠାରେ ଆୟୋଜିତ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ…

ସଂସଦୀୟ କମିଟି ଲୋକତନ୍ତ୍ରର ଅନ୍ୟତମ ସ୍ତମ୍ଭ:  ଓମ ବିର୍ଲା

ଭୁବନେଶ୍ୱର: ସଂସଦ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷମାନଙ୍କ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଲୋକସଭାର ବାଚସ୍ପତି ଓମ ବିର୍ଲା ଭୁବନେଶର ଗସ୍ତରେ ଆସିଥିବା ବେଳେ ସମ୍ମିଳନୀର ଉଦଯାପନୀ ଉତ୍ସବ ଶେଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି କହିଲେ ଯେ ଭୁବନେଶ୍ୱରରୁ ଅନୁସୂଚିତ ଜାତି ଅନୁସୂଚିତ ଜନଜାତିଙ୍କ ବିକାଶର ରୋଡ଼ମ୍ୟାପ ଆରମ୍ଭ ହେବ। ୨୫ ବର୍ଷ ପରେ ଏବଂ…

ଦାଦନ ଶ୍ରମିକ ହ୍ରାସ ନେଇ ଉଚ୍ଚସ୍ତରୀୟ ଟାସ୍କଫୋର୍ସର ତୃତୀୟ ବୈଠକ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଦାଦନ ଶ୍ରମିକ ହ୍ରାସ ନେଇ ଗଠିତ ଉଚ୍ଚସ୍ତରୀୟ ଟାସ୍କଫୋର୍ସର ତୃତୀୟ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବ ବୈଠକରେ ଦାଦନ ପାଇଁ ପ୍ରବାସ ଯାଉଥିବା ପଛର କାରଣ ଏବଂ ସମାଧାନ ଅଧ୍ୟୟନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ସର୍ଭେ କରିବା ପାଇଁ ଦି ନଜ୍ ଫାଉଣ୍ଡେସନ୍ କୁ ଦାୟିତ୍ୱ ଦିଆଯାଇଥିଲା। ସର୍ଭେ ଏବଂ ସରକାରଙ୍କ ପାଖରେ ଉପଲବ୍ଧ…

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା

ଭୁବନେଶ୍ୱର: ବିପଦରେ ପଡ଼ିଥିବା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଦେବା ପାଇଁ ପ୍ରଥମେ ପହଞ୍ଚିଥାନ୍ତି ଆମ ଅଗ୍ନିଯୋଦ୍ଧାମାନେ। ସେମାନେ ହେଉଛନ୍ତି ପ୍ରଥମ ରେସ୍୍ପଣ୍ଡର। ବିପନ୍ନ ଲୋକଙ୍କ ପାଖରେ ସେମାନେ ସରକାରଙ୍କ ଚେହେରା ବୋଲି ଭୁବନେଶ୍ବର ବରମୁଣ୍ଡା ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ୬୧ ତମ  ଅଗ୍ନିଯୋଦ୍ଧା ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ସମୁଦାୟ ୯୧୧ ଜଣ ଅଗ୍ନିଯୋଦ୍ଧା ପାସିଙ୍ଗ ଆଉଟ ପରେଡରେ ଯୋଗ ଦେଇ ଅଗ୍ନିଶମ ବାହିନୀରେ…

ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୧ ତାରିଖରୁ  ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ”ଗରୁଡ଼”  ଅଭିଯାନକୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ଅଭିଯାନର ଦ୍ଵିତୀୟ ସପ୍ତାହ ଅର୍ଥାତ ଚଳିତ ଅଗଷ୍ଟ 16 ତାରିଖ ପର୍ଯ୍ୟନ୍ତ ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।   ଏହି ଅଭିଯାନରେ  ମୁଖ୍ୟତଃ  ଜାମିନ ବିହୀନ ୱାରେଣ୍ଟ (NBW)କୁ କାର୍ଯ୍ୟକାରୀ କରିବା,  ନିଶା ଦ୍ରବ୍ୟ ଚୋରା ଚାଲାଣକୁ…

ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ହେବ ଦିବ୍ୟାଙ୍ଗ ଅନୁକୂଳ

ଭୁବନେଶ୍ୱର: ଦିବ୍ୟାଙ୍ଗ ଭଉଣୀମାନଙ୍କ ସଫଳତା କାହାଣୀ ଆମ ସମସ୍ତଙ୍କ ପାଇଁ ପ୍ରେରଣା। ଦିବ୍ୟାଙ୍ଗ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସୁରକ୍ଷା ଦ୍ବାୟିତ୍ଵ ରାଜ୍ୟ ସରକାରଙ୍କ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି। ମିଶନଶକ୍ତି ଭବନ ଠାରେ ଏକ ଭାବପୂର୍ଣ୍ଣ ପରିବେଶରେ ଦିବ୍ୟାଙ୍ଗ ଭଉଣୀମାନଙ୍କ ସହ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦିବ୍ୟାଙ୍ଗ ମହିଳାମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଖୋଲା ଆଲୋଚନା କରିଥିଲେ। ପର୍ଯ୍ୟଟନ ସ୍ଥାନକୁ ଦିବ୍ୟାଙ୍ଗ ଅନୁକୂଳ କରିବା ନିମନ୍ତେ ସେ ନିର୍ଦ୍ଦେଶ…

ନିର୍ଦ୍ଧାରିତ ସମୟ ମଧ୍ୟରେ ପାନୀୟ ଜଳ ଯୋଗାଇବା କାର୍ୟ୍ୟ ସମାପ୍ତ କରିବାକୁ ମନ୍ତ୍ରୀଙ୍କ ତାଗିଦ

ଭୁବନେଶ୍ୱର: ସମଗ୍ର ଓଡ଼ିଶାବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ସରକାର ସଙ୍କଳ୍ପବଦ୍ଧ ଅଛନ୍ତି। ରାଜ୍ୟରେ ଗ୍ରାମାଞ୍ଚଳରେ ଏହି କାର୍ୟ୍ୟକୁ ଉଚିତ ଭାବରେ କାର୍ୟ୍ୟକାରୀ କରି ସମସ୍ତ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ବୃହତ  ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରି ମନ୍ତ୍ରୀ ରବିନାରାୟଣ ନାଏକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ, ଭୁବନେଶ୍ବରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ପଞ୍ଚାୟତିରାଜ…

“ଡି. ଆର.ଆଇ.ପ୍ଲାଣ୍ଟ” ରେ ସୁରକ୍ଷା ସମ୍ପର୍କିତ ତାଲିମ୍

ଭୁବନେଶ୍ଵର: ରାଜ୍ୟରେ କାରଖାନା ମାନଙ୍କରେ ଉଭୟ ସୁରକ୍ଷିତ କାର୍ୟ୍ୟସ୍ଥଳୀ ଏବଂ ଶ୍ରମିକ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଥିବାରୁ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର ମଞ୍ଜୁରୀ କ୍ରମେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ପକ୍ଷରୁ ଭିନ୍ନ ଭିନ୍ନ୍ ସୁରକ୍ଷା ସମ୍ପର୍କିତ  ପ୍ରସଙ୍ଗ ଉପରେ ତାଲିମ କାର୍ୟ୍ୟକ୍ରମ ମାନ ଅନୁଷ୍ଠିତ ହୋଇଆସୁଅଛି। ସେହି କ୍ରମରେ ରାଜ୍ୟରେ ସ୍ପଞ୍ଜ ଆଇରନ୍ କାରଖାନା ମାନଙ୍କରେ ‘ଡି ଆର ଆଇ ପ୍ଲାଣ୍ଟ’  ଗୁଡିକରେ ସୁରକ୍ଷିତ ଚଳନ ଏବଂ ରକ୍ଷଣାବେକ୍ଷଣକୁ ଦୃଷ୍ଟିରେ…