“ଡି. ଆର.ଆଇ.ପ୍ଲାଣ୍ଟ” ରେ ସୁରକ୍ଷା ସମ୍ପର୍କିତ ତାଲିମ୍

ଭୁବନେଶ୍ଵର: ରାଜ୍ୟରେ କାରଖାନା ମାନଙ୍କରେ ଉଭୟ ସୁରକ୍ଷିତ କାର୍ୟ୍ୟସ୍ଥଳୀ ଏବଂ ଶ୍ରମିକ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଥିବାରୁ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର ମଞ୍ଜୁରୀ କ୍ରମେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ପକ୍ଷରୁ ଭିନ୍ନ ଭିନ୍ନ୍ ସୁରକ୍ଷା ସମ୍ପର୍କିତ  ପ୍ରସଙ୍ଗ ଉପରେ ତାଲିମ କାର୍ୟ୍ୟକ୍ରମ ମାନ ଅନୁଷ୍ଠିତ ହୋଇଆସୁଅଛି। ସେହି କ୍ରମରେ ରାଜ୍ୟରେ ସ୍ପଞ୍ଜ ଆଇରନ୍ କାରଖାନା ମାନଙ୍କରେ ‘ଡି ଆର ଆଇ ପ୍ଲାଣ୍ଟ’  ଗୁଡିକରେ ସୁରକ୍ଷିତ ଚଳନ ଏବଂ ରକ୍ଷଣାବେକ୍ଷଣକୁ ଦୃଷ୍ଟିରେ…

ଫାଇଲେରିଆ ନିରାକରଣ ପାଇଁ ଛାତ୍ରଛାତ୍ରୀଙ୍କୁ କରାଗଲା ସଚେତନ

ଭୁବନେଶ୍ୱର: ରାଜ୍ୟରେ ଲିମ୍ଫାଟିକ୍ ଫାଇଲେରିଆସିସ୍ ରୋଗର ଦୂରୀକରଣ ନିମନ୍ତେ ମାସ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (ଏମଡିଏ) କାର୍ଯ୍ୟକ୍ରମ ୧୨ ଜିଲ୍ଲାର ନିର୍ଦ୍ଧିଷ୍ଟ ବ୍ଲକରେ ପରିଚାଳିତ ହେବ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହଯୋଗରେ ଅନୁସୂଚିତ ଜନଜାତି ଓ  ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧିନ ୪୭ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଏକ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୫୬୦୦ ଛାତ୍ରଛାତ୍ରୀ, ଅଧ୍ୟକ୍ଷ,…

ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ପ୍ରବାସ ପ୍ରବଣ ବ୍ଲକରେ ସଚେତନତା ସୃଷ୍ଟି କରିବ

ଭୁବନେଶ୍ଵର: କୃଷି ଭବନ ଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କରିଛନ୍ତି l ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ଓ ଅନ୍ତର୍ଜାତୀୟ ପ୍ରବାସ ସଂଗଠନ (International Organization for  Migration)ର ମିଳିତ ସହଯୋଗ ଓ ଜାତିସଂଘ ପ୍ରବାସୀ ମଲ୍ଟି-ପାର୍ଟନର ଟ୍ରଷ୍ଟ ଫଣ୍ଡର ସମର୍ଥନରେ ଓଡ଼ିଶାର ପ୍ରଥମ ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଆରମ୍ଭ…

ପୋର୍ଟାଲ ମାଧ୍ୟମରେ ୫୭,୩୦୮ ଅନ୍ତ୍ୟୋଦୟ ଗୃହ ଯୋଜନା ହିତାଧିକାରୀ ପାଇସାରିଛନ୍ତି ପ୍ରଥମ କିସ୍ତି

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଣୀତ ଅନ୍ତ୍ୟୋଦୟ ଗୃହ ଯୋଜନା (AGJ) ଅଧୀନରେ ବିଭିନ୍ନ ବର୍ଗର ୫୭,୩୦୮ ଜଣ ହିତାଧିକାରୀ ପ୍ରଥମ କିସ୍ତି ଅର୍ଥରାଶି ପାଇସାରିଛନ୍ତିl ଏହା ରାଜ୍ୟ ସରକାରଙ୍କ ପ୍ରମୁଖ ଗ୍ରାମୀଣ ଗୃହ ନିର୍ମାଣ ପଦକ୍ଷେପର କାର୍ଯ୍ୟାନ୍ୱୟନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ପୋର୍ଟାଲର ସୁଗମ କାର୍ଯ୍ୟକ୍ଷମତା ଯୋଗୁ ବଣ୍ଟନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ସହ ଯୋଗ୍ୟ ହିତାଧିକାରୀଙ୍କୁ ସମୟୋଚିତ ଏବଂ ସ୍ୱଚ୍ଛ ଆର୍ଥିକ ସହାୟତା ପ୍ରଦାନ ସୁନିଶ୍ଚିତ ହୋଇଛି। ମୋଟ ୫୭,୩୦୮ ଜଣ…

ପୋଶ୍‌ ଆଇନ, ୨୦୧୩ ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ଷମ

ଭୁବନେଶ୍ୱର: କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ଉତ୍ପୀଡନ (ସୁରକ୍ଷା, ନିଷେଧ ଓ ନିବାରଣ) ଆଇନ୍‌-୨୦୧୩ ସମ୍ବନ୍ଧୀୟ ଏକ କର୍ମଶାଳା ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କାର୍ଯ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଅଧ୍ୟକ୍ଷା ଯୁଗ୍ମ ସ୍ୱତନ୍ତ୍ର ରିଲିଫ୍‌ କମିଶନର ସ୍ନିUା ଚମ୍ପତିରାୟ ଅଧ୍ୟକ୍ଷତା କରିଥିଲେ। କମିଟିର ସଦସ୍ୟମାନେ ସମସ୍ତ ସରକାରୀ କର୍ମକ୍ଷେତ୍ରରେ ମହିଳାଙ୍କୁ ସୁସ୍ଥ ଏବଂ ନିରାପଦ ପରିବେଶ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। କମିଟିର ଲକ୍ଷ୍ୟ, ଆଭିମୁଖ୍ୟ ଓ ପୋଶ୍‌ ଆଇନ୍‌,…

ଶକ୍ତିଶ୍ରୀ ସଂଯୋଜିକା ଓ ଶକ୍ତି ଅପାଙ୍କୁ ମନୋନୀତ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ “ଶକ୍ତିଶ୍ରୀ କାର୍ଯ୍ୟକ୍ରମ” ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିଗତ ଜୁଲାଇ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ବନ୍ଧରେ ଘୋଷଣା କରିଥିଲେ। ଶକ୍ତିଶ୍ରୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଏକ ସ୍ଥାୟୀ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ସ୍ଥାପନ କରାଯିବ ଯାହାକି ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିବା ସହିତ ଛାତ୍ରୀମାନଙ୍କର ସଶକ୍ତିକରଣ…

ଶ୍ରମ ଆଇନ ଉପରେ ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ୩ ଦିନିଆ ତାଲିମ ଉଦଯାପିତ

ଭୁବନେଶ୍ୱର: ଶ୍ରମ ବିଭାଗ, ଓଡ଼ିଶା ଦ୍ୱାରା ବିଭିନ୍ନ ଶ୍ରମ ଆଇନ ଉପରେ ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ଏକ ୩  ଦିନିଆ ତାଲିମ କାର୍ଯକ୍ରମ ର।ଜ୍ୟ ଶ୍ରମ ସଂସ୍ଥାନର ସମ୍ମିଳନୀ କକ୍ଷରେ ଉଦଯାପିତ ହୋଇଯାଇଛି। ଏହି ତାଲିମ କାର୍ଯକ୍ରମକୁ ତ। ୨୯.୦୭.୨୦୨୫ରିଖରେ ଶ୍ରମ ଆୟୁକ୍ତ ଇନ୍ଦ୍ରମଣୀ ତ୍ରିପାଠୀ ଉଦଘାଟନ କରିଥିଲେ। ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ଦେଶକ, ରାଜ୍ୟ ଶ୍ରମ ସଂସ୍ଥାନ ନୀତି ରଞ୍ଜନ ଶେନ ଉଦ୍ଘାଟନୀ କାର୍ଯକ୍ରମକୁ ସଂଚାଳନା କରିଥିଲେ। ବିଘ୍ନଜିତ ମହନ୍ତ…

‘ସୁଭଦ୍ରା’ ହିତାଧିକାରୀମାନଙ୍କ ସାମଗ୍ରିକ ଆର୍ଥିକ ସଶକ୍ତିକରଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ‘ସୁଭଦ୍ରା’ ରାଜ୍ୟସ୍ତରୀୟ ପରିଚାଳନା ଓ ତଦାରଖ କମିଟି ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ସୁଭଦ୍ରା ଯୋଜନାର ପ୍ରଭାବୀ କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା ଓ ତଦାରଖ କରିବା ସହ ଯୋଜନାର ଆଗାମୀ କାର୍ଯ୍ୟାନ୍ଵୟନ ଉପରେ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ। ସୁଭଦ୍ରା ହିତାଧିକାରୀମାନେ ସରକାରଙ୍କ ଅନ୍ୟ ବିଭିନ୍ନ ଯୋଜନାରୁ ଲାଭ ଉଠାଇ କିପରି ସାମଗ୍ରିକ…

ପୋଶ ଆଇନ ୨୦୧୩ ସମ୍ବନ୍ଧରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ଉତ୍ପୀଡନ(ସୁରକ୍ଷା, ନିଷେଧ ଓ ନିବାରଣ) ଆଇନ ୨୦୧୩ ସମ୍ବନ୍ଧରେ ଏକ ସମ୍ବେଦନଶୀଳ ଓ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷିତ କରି ସମସ୍ତ ଜିଲ୍ଲାରେ ଥିବା ଆଭ୍ୟନ୍ତରୀଣ ସମିତି(ଇଣ୍ଟରନାଲ କମିଟି)ସଦସ୍ୟମାନଙ୍କୁ ପ୍ରଭାବଶାଳୀ ଭାବରେ ପୋଶ ଆଇନ ବିଷୟରେ ଶିକ୍ଷା ଦେବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ। ମହିଳା…

ବାଲେଶ୍ୱର, ଭଦ୍ରକ ଓ ଯାଜପୁର ୩ଟି ଜିଲ୍ଲାର ୮ଟି ବ୍ଲକ, ୮୧ଟି ଗାଁ, ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ କୁମାର ସିଂହ ମଧ୍ୟ ଉପସ୍ଥିତ ଥିଲେ। ବନ୍ୟା ପରିସ୍ଥିତି ଅନୁଧ୍ୟାନ ପରେ ଲୋକସେବା ଭବନରେ ଗଣମାଧ୍ୟମ ନିକଟରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ୩ଟି ଜିଲ୍ଲାର ୮ଟି…