Aama Khabar

ମହାନଦୀ ଜଳ ବିବାଦର ସମାଧାନ ନିମନ୍ତେ ଗଠିତ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ବଢ଼ାଇବା ପାଇଁ ଆବେଦନ

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ଦ୍ଵିତୀୟ ବୈଠକ ରାଜୀବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଧାୟକ ନିରଞ୍ଜନ ପୂଜାରୀ,…

ରାଜାରାଣୀ ସଙ୍ଗୀତ ଉତ୍ସବ ଆମ ସଂସ୍କୃତି ଓ ପରମ୍ପରାର ଏକ ନିଚ୍ଛକ ନିଦର୍ଶନ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ରାଜାରାଣୀ ସଙ୍ଗୀତ ଉତ୍ସବ-୨୦୨୬ ଆୟୋଜିତ ହେଉଛି। ଜାନୁଆରୀ ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ରହିଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଏହି ସଙ୍ଗୀତ ଉତ୍ସବ ଆୟୋଜିତ ହେବ। ଉଦ୍‌ଘାଟନୀ ସନ୍ଧ୍ୟାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜାରାଣୀ ସଙ୍ଗୀତ ଉତ୍ସବକୁ ଆନୁଷ୍ଠାନିକ ଭାବେ…

ଡିଜାଇନର ଓ କାରିଗରଙ୍କ ସୃଜନଶୀଳତାକୁ ଶିଶିର ମେଳା ଦେଲା ନୂତନ ମଞ୍ଚ

ଭୁବନେଶ୍ୱର : ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ଆଧୁନିକ ଫ୍ୟାଶନ୍‌ ମାଧ୍ୟମରେ  ଉପସ୍ଥାପିତ କରିବା ଉଦ୍ଦେଶ୍ୟକୁ ନେଇ , ଓରମାସ ଓ ସୁଭଦ୍ରା ଶକ୍ତିପକ୍ଷରୁ ‘ଶିଶିର ସରସ-୨୦୨୬’ପରିସରରେ ଶୁକ୍ରବାର ସନ୍ଧ୍ୟାରେ ବିଶେଷ ହସ୍ତତନ୍ତ ଫ୍ୟାଶନ ଶୋ ‘ସ୍ୱ-ତନ୍ତ’ଆୟୋଜିତ ହୋଇଥିଲା। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତକୁ ଫ୍ୟାଶନ ସହ ଯୋଡ଼ି ଦର୍ଶକଙ୍କ ମନ ମୋହିଥିଲା। ‘ସ୍ୱ-ତନ୍ତ’-‘ସ୍ୱ’ (ଆମର) ଓ ‘ତନ୍ତ’ (ହସ୍ତତନ୍ତ) ଶବ୍ଦର ସଂଯୋଗରେ ଓଡ଼ିଶାର ସଂସ୍କୃତିକ ପରିଚୟ ଦେବା ପାଇଁ ଏହି…

ଦଶମ ସବ୍-ଜୁନିୟର ଜାତୀୟ ରଗ୍‌ବୀ ସେଭେନ୍ସ ଚାମ୍ପିଅନସିପ୍‌ର ଶୁଭାରମ୍ଭ, ଓଡ଼ିଶା ବାଳିକା ଦଳର ଦମଦାର ବିଜୟ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ରଗ୍‌ବୀ ଇଣ୍ଡିଆ ଏବଂ ଓଡ଼ିଶା ଷ୍ଟେଟ୍ ରଗ୍‌ବୀ ଆସୋସିଏସନ୍‌ର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ‘ଦଶମ ସବ୍‌-ଜୁନିୟର ରଗ୍‌ବୀ ସେଭେନ୍ସ ଚାମ୍ପିୟନସିପ୍-୨୦୨୫’ ଆରମ୍ଭ ହୋଇଛି। ଉଦଘାଟନ ଉତ୍ସବରେ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଜାତୀୟସ୍ତରୀୟ କ୍ରୀଡ଼ା ମହାକୁମ୍ଭର ଶୁଭାରମ୍ଭ କରିଛନ୍ତି। ଭାରତୀୟ ରଗ୍‌ବୀ ଦଳର ଉପ-ଅଧିନାୟିକା ତଥା ଓଡ଼ିଶାର ତାରକା ଖେଳାଳି ଡୁମୁନି ମାର୍ଣ୍ଡି…

ଗ୍ରାମୀଣ ସଂଯୋଗ ଏବଂ ଡିଜିଟାଲ୍ ସେବା ସୁନିଶ୍ଚିତ କରିବା ପାଇଁ ମିଳିଛି “ଡିଜିଟାଲ୍ ଇନିସିଏଟିଭ୍ ଆୱାର୍ଡ”

ଭୁବନେଶ୍ଵର : ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟର ଅନଲାଇନ୍‌ ସେବା (ଡିଇପିଏମ୍‌ଓଏସ୍‌) ପ୍ରକଳ୍ପ ପାଇଁ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍‌ଆଇସି-ଓଡ଼ିଶା)କୁ “ଡିଜିଟାଲ୍ ଇନିସିଏଟିଭ୍ ଆୱାର୍ଡ”ସମ୍ମାନ ମିଳିଛି। ନୂଆଦିଲ୍ଲୀଠାରେ ଆୟୋଜିତ ଷଷ୍ଠ  ଡିଜିଟାଲ୍‌ ଟ୍ରାନ୍ସଫର୍ମେସନ୍‌ ସମିଟ୍‌ ରେ ‘ଗ୍ରାମୀଣ ସଂଯୋଗ ଏବଂ ଡିଜିଟାଲ୍‌ ସେବା ସୁନିଶ୍ଚିତ ପାଇଁ ଏନ୍‌ଆଇସି-ଓଡ଼ିଶା ପୁରସ୍କୃତ ହୋଇଛି। ଏନଆଇସି-ଓଡ଼ିଶାର ନିର୍ଦ୍ଦେଶକ (ଆଇଟି) ମହମ୍ମଦ ମୁଜିବୁଲ୍ଲା ଖାନ, ଉପ-ନିର୍ଦ୍ଦେଶକ (ଆଇଟି) ସୁଧାଂଶୁ କୁମାର ମହାପାତ୍ର ଏବଂ ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟର…

ନବସୃଜନ ଓ ନୂତନ ଉଦ୍ୟମ ପ୍ରତିଯୋଗିତା : ଭାଗନେଲେ ୧୪ ବିଶ୍ୱବିଦ୍ୟାଳୟର ୭୨ଜଣ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଓଡ଼ିଶାର ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ମିଳିତ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ନବ ସୃଜନ ଏବଂ ନୂଆ ଉଦ୍ୟମ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ୧୪ଟି ବିଶ୍ୱ ବିଦ୍ୟାଳୟର ୭୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଜାନୁଆରୀ ୧୬ ଏବଂ ୧୭ ତାରିଖ ଦୁଇ ଦିନ ଧରି ଏହି ପ୍ରତିଯୋଗିତା ଆୟୋଜିତ ହେବ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ…

ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର: ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ୧୫ ଗୋଟି ମାର୍ଗଦର୍ଶିକା ଅନୁଯାୟୀ ବିଭାଗୀୟ କାର୍ଯ୍ୟର ପ୍ରଗତି ଉପରେ ଗୁରୁତ୍ୱ ଦିଆଯାଇଛି। ଏହାସହ ଭିଜନ ୨୦୩୬ ଓ ୨୦୪୭ ଅଧୀନରେ ନିର୍ଦ୍ଧାରିତ ୧୨ ଓ ୨୪ ମାସର ଲକ୍ଷ୍ୟ ପ୍ରାପ୍ତି ପାଇଁ ରୋଡମ୍ୟାପ ଉପରେ ସମୀକ୍ଷା କରାଯାଇଛି। ବୈଠକରେ ନିୟମିତ ବଜେଟ ଫଳାଫଳ ସମୀକ୍ଷା,…

‘ଛ ମାଣ ଆଠଗୁଣ୍ଠ’ , ‘ରେବତୀ’,  ‘ଲଛମା’ ଆଜି ବି ଯୁଗୋପଯୋଗୀ

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ବ୍ୟାସକବି ଫକୀର ମୋହନ ସେନାପତିଙ୍କ  ରାଜ୍ୟସ୍ତରୀୟ ଜୟନ୍ତୀ  କାର୍ଯ୍ୟକ୍ରମ  ଆୟୋଜିତ ହୋଇଯାଇଛି। ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ଡଃ ଅମିୟ ପଟ୍ଟନାୟକ ଫକୀର ମୋହନଙ୍କୁ ଓଡ଼ିଆ ଭାଷାର ଜଣେ କିମ୍ବଦନ୍ତୀ ପୁରୁଷ ବୋଲି କହିବା ସହ ସାମାଜିକ ବ୍ୟବସ୍ଥାରେ ନାରୀ ଶିକ୍ଷାର…

ଓଡ଼ିଶାର ବୌଦ୍ଧ ଐତିହ୍ୟ ଓ ପର୍ଯ୍ୟଟନ ବିକାଶ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି: ଉପମୁଖ୍ୟମନ୍ତ୍ରୀ

ଯାଜପୁର/ ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ ଏବଂ ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦ୍ଵିତୀୟ ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ସମାରୋହ ତଥା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ବେଶ୍ ଉତ୍ସାହର ସହ ପାଳନ କରାଯାଉଅଛି। ସମ୍ମିଳନୀର ଚତୁର୍ଥ ଦିନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଜିଲ୍ଲାପାଳ ଅମ୍ବର…

ଲୋକଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ପିଲାଙ୍କ ସହ ଖୁସି ବାଣ୍ଟିଲେ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ବୁଧବାର ଅପରାହ୍ନରେ ଲୋକଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ପିଲାମାନଙ୍କ ସହ ଖୁସି ବାଣ୍ଟିଛନ୍ତିl ମକର ସଂକ୍ରାନ୍ତି ଅବସରରେ ରାଜ୍ୟପାଳ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ସହ ଭାବ ବିନିମୟ କରିଥିଲେ ଏବଂ ପିଲାମାନଙ୍କୁ ଚିକି, ଚକୋଲେଟ ଓ କଲମ ବଣ୍ଟନ କରିଥିଲେl ସୁନ୍ଦର ଭୂଦୃଶ୍ୟରେ ସଜ୍ଜିତ ଲୋକଭବନ ଉଦ୍ୟାନ ଏବଂ  ଲୋକଭବନ ପରିସରରେ ନୂତନ ଭାବରେ ବିକଶିତ ଅଟଳ ବନ ପରିଦର୍ଶନ କରିଥିବା ପିଲାମାନଙ୍କୁ ଭେଟି…