‘ନିର୍ଭରଯୋଗ୍ୟ ଗ୍ରୀଡ୍ ପାଇଁ ସୌର ଏବଂ ପବନ ଶକ୍ତିର ମିଶ୍ରଣ ଜରୁରୀ’
ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନବୀକରଣୀୟ ଶକ୍ତି ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଭାରତର ପବନ ଶକ୍ତି ଉତ୍ପାଦନର ଇତିହାସ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ରହି ଆସିଛି। ଓଡ଼ିଶା ପବନ ଓ ସୌରଶକ୍ତି ଭଳି ନବୀକରଣୀୟ ଶକ୍ତି ଲକ୍ଷ୍ୟ ପଥରେ ଅଗ୍ରଗତି କରୁଛି। ଏହାର ପ୍ରାକୃତିକ ସମ୍ପଦ, ଲମ୍ବା ଉପକୂଳ ଓ ଅବ୍ୟବହୃତ ଶୂନ୍ୟ ପାହାଡ଼…
