ପର୍ଯ୍ୟଟନ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ବାହକ: ରାଜ୍ୟପାଳ

ଭୁବନେଶ୍ୱର : ଓଡିଶାକୁ ବିଶ୍ୱସ୍ତରରେ ଏକ ପ୍ରଶଂସିତ ପର୍ଯ୍ୟଟନ ସ୍ଥଳରେ  ପରିଣତ କରିବା ପାଇଁ ରାଜ୍ୟପାଳ ଡ଼. ହରିବାବୁ କମ୍ଭମ୍ ପାଟି ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱରଠାରେ ଓଡିଶା ପର୍ଯ୍ୟଟନ କନକ୍ଲେଭର ଷଷ୍ଠ ସଂସ୍କରଣର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇବା ସହ ଏ ଦିଗରେ ପୂର୍ଣ୍ଣ ସହଯୋଗ ଏବଂ ମାର୍ଗଦର୍ଶନ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ପର୍ଯ୍ୟଟନ ହେଉଛି ସବୁଠାରୁ…

ଗୋପାଳପୁର ବନ୍ଦରରେ ପଣ୍ୟ ପରିବହନ କ୍ଷମତା ୫୦ ମିଲିଅନ ଟନକୁ ବୃଦ୍ଧି ପାଇବ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାପନ କରି ଓଡିଶାରେ ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି  ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା (Concession Agreement) ସ୍ୱାକ୍ଷର ଅବସରରେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଜଟାଧାର ମୁହାଣଠାରେ ଏକ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ…

ଓଡ଼ିଶାରେ ଉତ୍ପାଦନକୁ ତ୍ୱରାନ୍ୱିତ କରିବ ମିଟି କମ୍ପୋନେଣ୍ଟ ସ୍କିମ

ଭୁବନେଶ୍ୱର: ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବଂ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ସହିତ ମିଳିତଭାବରେ ସୂଚନା ପ୍ରଯୁକ୍ତିଉତ୍ପାଦକ ସଂଘ (MAIT) ବୁଧବାର ଭୁବନେଶ୍ୱରରେ ଏକ ନିବେଶକ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସରକାରୀ ଅଧିକାରୀ, ଅଗ୍ରଣୀଶିଳ୍ପଓ ଷ୍ଟାର୍ଟଅପ୍ ପ୍ରତିନିଧି ତଥାଶିକ୍ଷାବିତ୍‍ମାନେ ଏକତ୍ରିତ ହୋଇଥିଲେ । ଏହା ଓଡ଼ିଶାର ଏକ ନବସୃଜନଚାଳିତ ଉତ୍ପାଦନ କେନ୍ଦ୍ରଭାବରେ ଉଭାହେବା ସମ୍ବନ୍ଧରେ କାର୍ଯ୍ୟକ୍ରମ ଅବସରରେ ଗୁରୁତ୍ୱାରୋପ କରାଯାଇଥିଲା।…

ସୂଚନା ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ ସି.ଆଇ.ଆଇ.-ଓଡ଼ିଶା ଆଇ.ଟି. ପ୍ୟାନେଲ୍‍ର ମିଳିତ ବୈଠକ

ଭୁବନେଶ୍ୱର: ରାଜ୍ୟରେ ସୂଚନା ପ୍ରଯୁକ୍ତିବିଦ୍ୟା ଶିଳ୍ପର ପ୍ରକୃଷ୍ଟ ବିକାଶ ପାଇଁ  ଦୃଢ଼ ଶିକ୍ଷାନୁଷ୍ଠାନ-ଶିଳ୍ପ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଶିଳ୍ପ ଆବଶ୍ୟକତା ସହିତ ଶୈକ୍ଷିକ ପାଠ୍ୟକ୍ରମକୁ ସମନ୍ୱିତ କରିବା, ଗବେଷଣା କାର୍ଯ୍ୟରେ ସହଭାଗିତାକୁ ପ୍ରୋତ୍ସାହିତ କରିବା ଏବଂ ଛାତ୍ରମାନଙ୍କ ମଧ୍ୟରେ ନବସୃଜନର ବିକାଶ ପାଇଁ ଉପଯୁକ୍ତ ମଞ୍ଚ ସୃଷ୍ଟି କରିବା ଜରୁରୀ ବୋଲି ବୁଧବାର ଭାରତୀୟ ଶିଳ୍ପ ମହାସଙ୍ଘ (ସି.ଆଇ.ଆଇ.)ର ସୂଚନା ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ସବ୍‍କମିଟି ଏବଂ ସି.ଆଇ.ଆଇ. ଓଡ଼ିଶା ରାଜ୍ୟ ଆଇ.ଟି….

ଆର୍ଥିକ ସହାୟତା ଏବଂ ସାଧନଯୋଗ୍ୟ ଅନ୍ତର ପାଣ୍ଠି ପାଇଁ ଓଡ଼ିଶା ସରକାରଙ୍କ ଦାବି

ପାଟନା: କେନ୍ଦ୍ର ଶକ୍ତି ମନ୍ତ୍ରୀ ମନୋହରଲାଲଙ୍କ ଅଧ୍ୟକ୍ଷତାରେ ବିହାରର ପାଟନାରେ ପୂର୍ବାଞ୍ଚଳ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ରାଜ୍ୟ ଶକ୍ତି ମନ୍ତ୍ରୀ ଏବଂ ଶକ୍ତି ସଚିବମାନଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି ଯେ, ଓଡ଼ିଶା ଏକ ସ୍ଥିର, ସବୁଜ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ବିଦ୍ୟୁତ୍…

ଓଡ଼ିଶାର ଟେକ୍ନୋଲୋଜି ଅଭିବୃଦ୍ଧିରେ ଯୋଡ଼ିହେଲା ଲଜାଇଲର ବିଶ୍ୱସ୍ତରୀୟ ନବସୃଜନ କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ଟେକ୍ନୋଲୋଜି ହବରେ ପରିଣତ କରିବାପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ଅତ୍ୟାଧୁନିକ କର୍ମଶକ୍ତି ପରିଚାଳନା, ସାମର୍ଥ୍ୟର ଅପ୍ଟିମାଇଜେସନ୍ ଏବଂ ନବସୃଜନ ତଥା ଉତ୍କର୍ଷ ପ୍ରତି ପ୍ରତିବଦ୍ଧତା ରଖି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଲଜାଇଲ୍ ଏହାର ନୂତନ ସହାୟକ କମ୍ପାନୀ ଏବଂ ବିଶ୍ୱସ୍ତରୀୟ ନବସୃଜନ କେନ୍ଦ୍ର ଓଡ଼ିଶାରେ ଉଦଘାଟନ କରିଛି। କାର୍ଯ୍ୟକ୍ରମ ଆରମ୍ଭରେ ଲଜାଇଲର ପ୍ରତିଷ୍ଠାତା ତଥା ସିଇଓ ପୂର୍ଣ୍ଣ ମିଶ୍ର ଏକ ଉପସ୍ଥାପନାରେ ସେ ଅତ୍ୟାଧୁନିକ କର୍ମଶକ୍ତି…

ବଲାଙ୍ଗୀର ଠାରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗୀର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ରାଜ୍ୟରେ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସମସ୍ତ ପ୍ରକାର ଯାନ୍ତ୍ରିକ ଓ ପ୍ରଯୁକ୍ତିବିଦ୍ୟା ସାହାଯ୍ୟ ଯୋଗାଇଦେବାକୁ ପ୍ରତିବଦ୍ଧ। ନିର୍ବାଚନ ସମୟରେ ଆମର ଏକ ମୁଖ୍ୟ ପ୍ରତିଶୃତି ଥିଲା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀମାନଙ୍କୁ ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ…

ଜନଗଣନା ପାଇଁ ଗେଜେଟ ବିଜ୍ଞପ୍ତି

ନୂଆଦିଲ୍ଲୀ: ଦେଶରେ ଆଗାମୀ ଜନଗଣନା ନିମନ୍ତେ ସୋମବାର ବିଜ୍ଞପ୍ତି ଜାରି କରାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ମର୍ମରେ ଗେଜେଟ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହା ପୂର୍ବରୁ ରବିବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜନଗଣନା କାର୍ଯ୍ୟ ପରିଚାଳନା ନିମନ୍ତେ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ ।ମିଳିଥିବା ସୂଚନା ଅନୁଯାୟୀ ୩୪ ଲକ୍ଷ ଜନଗଣନାକାରୀ ଏବଂ ସୁପରଭାଇଜର ଏବଂ ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତାଙ୍କୁ ଏହି କାର୍ଯ୍ୟରେ…

‘ନାରୀଙ୍କୁ ସମ୍ମାନ ପ୍ରଦାନ ଆମ ରାଜନୈତିକ ପ୍ରଶିକ୍ଷଣର ପ୍ରଥମ ଶିକ୍ଷା’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା କଟକର ବାଲିଯାତ୍ରା ପଡ଼ିଆ ଠାରେ ଆଜି ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶ ଆୟୋଜିତ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତି ଯେ, ନାରୀଙ୍କୁ ସମ୍ମାନ ପ୍ରଦାନ କରିବା ଆମ ରାଜନୈତିକ ପ୍ରଶିକ୍ଷଣର ପ୍ରଥମ ଶିକ୍ଷା। ଏହି ସମାବେଶର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଓଡିଶାର ନାରୀ ଶକ୍ତିକୁ ଆମର ସବୁଠାରୁ…

ମହିଳାଙ୍କ ନେତୃତ୍ୱରେ ଆରମ୍ଭ ହେଲା ଆନୁଷ୍ଠାନିକ ଶାଳ ବିହନ ବାଣିଜ୍ୟ ସହିତ ଜଙ୍ଗଲ ଅର୍ଥନୀତି ମଡେଲ

ଭୁବନେଶ୍ୱର/ମୟୂରଭଞ୍ଜ/କେଉଁଝର/ନବରଙ୍ଗପୁର : ଓଡିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏକ ସ୍ଥିର ଅର୍ଥନୈତିକ ପରିବର୍ତ୍ତନ ଆରମ୍ଭ ହୋଇଛି। ଦେଶରେ ପ୍ରଥମ ଥର ପାଇଁ ଏକ ଐତିହାସିକ ପଦକ୍ଷେପ ନେଇ ଓଡ଼ିଶା ସଫଳତାର ସହିତ ଅଣ-କାଠ ବନ ଉତ୍ପାଦ (NTFP)ର ବାଣିଜ୍ୟ ଏବଂ ପରିଚାଳନା କ୍ଷେତ୍ରରେ ମହିଳାମାନଙ୍କ ନେତୃତ୍ୱରେ ଜଙ୍ଗଲଭିତ୍ତିକ ମୂଲ୍ୟଶୃଙ୍ଖଳାକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଛି । ମନୟା, ଦୁଆରସୁଣୀ, ଗନ୍ଧମାର୍ଦ୍ଧନ, ମେଣ୍ଡାଡୋଙ୍ଗ୍ରି ଏବଂ ସୁନାମଞ୍ଜରୀ ପରି ପାଞ୍ଚଟି ସବୁଜ ଶକ୍ତି ଉତ୍ପାଦକ କମ୍ପାନୀ (GSPCs) ସେମାନଙ୍କର ପ୍ରଥମ…