ବନାଞ୍ଚଳରେ ଦକ୍ଷତା ବିକାଶ ତାଲିମ୍

ଭୁବନେଶ୍ୱର: ଓଡ଼ିଶାର ଦୁର୍ଗମ ତଥା ବନାଞ୍ଜଳରେ ବସବାସ କରୁଥିବା ପରିବାରର ବେରୋଜଗାର ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ତଥା ରୋଜଗାରକ୍ଷମ କରିବା ପାଇଁ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବନ ବିଭାଗ (କେନ୍ଦୁପତ୍ର)ର ମିଳିତ ପ୍ରୟାସରେ ଚାଲୁଥିବା ଦକ୍ଷତା ବିକାଶ ତାଲିମ୍ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାରେ। ବଲାଙ୍ଗିର ଜିଲ୍ଲାର ବନ୍ଧପଡ଼ା ବନଖଣ୍ଡର ୨୮ ଜଣ ଯୁବକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସଫଳତାର ସହ ପ୍ରଶିକ୍ଷଣ ଶେଷ…

ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସ “ଶିଶୁକଥା ଦିବସ” ଭାବେ ପାଳନ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ଓଡ଼ିଆ ପକ୍ଷ। ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସକୁ “ଶିଶୁକଥା ଦିବସ” ଭାବେ ପାଳନ କରାଯାଇଛି। ଶିଶୁ କଥା ଦିବସ ପାଳନ ହେବା ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହିଥିବା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ “ବର୍ଣ୍ଣବୋଧ” ଏବଂ “ଶିଶୁଲେଖା” ପୁସ୍ତକ ପ୍ରଦାନ କରାଯାଇଥିଲା। ଏଥିସହ ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ବରିଷ୍ଠ ନାଗରିକମାନଙ୍କୁ  “ଭାଗବତ”…

୫୦ଟି ସ୍ନାତକୋତ୍ତର ବିଷୟ ପାଇଁ ହେବ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ଆସନ୍ତା ମେ’ ମାସ ୫ ତାରିଖରୁ ଆରମ୍ଭ ହେବ CPET (Common PG Entrance Test) ପ୍ରବେଶିକା ପରୀକ୍ଷା। ୫ ମେ’ ୨୦୨୬ ରିଖ ଠାରୁ ୧୬ ମେ’ ୨୦୨୬ ରିଖ ପର୍ଯ୍ୟନ୍ତ CPET ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଷ୍ଟେଟ ସିଲେକ୍ସନ ବୋର୍ଡ଼ (ଏସଏସବି) ପକ୍ଷରୁ CPET ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ ହୋଇଛି। ସମୁଦାୟ ୫୦ଟି ସ୍ନାତକୋତ୍ତର ବିଷୟ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ୨ଟି ସିଫ୍ଟରେ…

ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପିଏମ୍‌ଶ୍ରୀ ସ୍କୁଲ ଗୁଡିକରେ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସାକ୍ଷରତା ଉପରେ ଶିକ୍ଷା ଦିଆଯିବ। ସେମାନେ ବିଭିନ୍ନ ଆର୍ଥିକ ଯୋଜନା ଉପରେ ଜ୍ଞାନ ଆହରଣ କରିବେ। ଏଥିପାଇଁ ଜାତୀୟ ଆର୍ଥିକ ଶିକ୍ଷା କେନ୍ଦ୍ର (ଏନ୍‌ସିଏଫ୍‌ଇ) ସହ  ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ( ପିଏସଏସଏସ) ମଧ୍ୟରେ ଏକ ଚୁକ୍ତିନାମା ସୋମବାର ସ୍ୱାକ୍ଷରିତ ହୋଇଛି। ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ପ୍ରମୁଖ ଶାସନ ସଚିବ…

9ମ ବ୍ୟାଚ ଡିଏସପି ପ୍ରୋବେସନରଙ୍କ ଦୀକ୍ଷାନ୍ତ ସମାରୋହ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ 9ମ ବ୍ୟାଚ ଡିଏସପି ପ୍ରୋବେସନରଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (DGP) ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ନବମ ବ୍ୟାଚର 5 ଜଣ ଡିଏସପି ସଫଳତାର ସହ ମୌଳିକ ପ୍ରଶିକ୍ଷଣ ସମାପ୍ତ କରି ଏହି ଦୀକ୍ଷାନ୍ତ ସମାରୋହରେ ଭାଗ ନେଇଥିଲେ। ଏହି ଅବସରରେ DGP ସମସ୍ତ ନବନିଯୁକ୍ତ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇ…

‘ରାଜସ୍ୱ ବିଭାଗ ପାଠାଗାର ବିଭାଗୀୟ ଅଧିକାରୀମାନଙ୍କ ଦକ୍ଷତା ବିକାଶ କରିବ’

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୂତନ ପାଠାଗାରକୁ ମନ୍ତ୍ରୀ ସୁରେଶ ପୂଜାରୀ ଉଦଘାଟନ କରିଛନ୍ତିl ଏହି ଅବସରରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ପାଠାଗାରରେ ଥିବା ସମ୍ବିଧାନ ପୁସ୍ତକର କିଛି ପୃଷ୍ଠା ପଢିବା ସହ ପାଠାଗାରର ପ୍ରଥମ ପାଠକ ଭାବେ ରେଜିଷ୍ଟରରେ ମନ୍ତବ୍ୟ ଲେଖିବା ସହ ଦସ୍ତଖତ କରିଥିଲେl ରାଜସ୍ୱ ବିଭାଗରେ ଏହି ପାଠାଗାର ବିଭାଗୀୟ ଅଧିକାରୀମାନଙ୍କ ଦକ୍ଷତା ବିକାଶ କରିବା ସହ ଉଭୟ ବ୍ୟକ୍ତିଗତ ଏବଂ ପ୍ରଶାସନିକ ସ୍ତରରେ ଖୁବ୍ ଉପଯୋଗୀ…

ପିଲାଙ୍କ ପାଠ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, ହାତଧରି ଲେଖାଇଲେ ମା, ‘ବାପା’

ଭୁବନେଶ୍ୱର : ରାଜ୍ୟର ପ୍ରତି ଗାଁରେ, ପ୍ରତି ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ରାଜ୍ୟ ସ୍ତରୀୟ  ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଭୁବନେଶ୍ୱର ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଖଡି ଓ ସିଲଟରେ ମା’ଓ ବାପା ଶବ୍ଦ ଲେଖାଇ ପାଠପଢା…

‘ଟିମ୍ ଓଡ଼ିଶା’କୁ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ ପଦକ

ଭୁବନେଶ୍ଵର: ‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ‘ଟିମ୍ ଓଡ଼ିଶା’ ଏହି ପ୍ରତିଯୋଗିତାରେ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ଟି ପଦକ ହାସଲ କରି ଚାମ୍ପିୟନ ହୋଇଛି। ଗୁରୁବାର ଦିନ ଗ୍ରେଟର ନୋଏଡାର ‘ଇଣ୍ଡିଆ ଏକ୍ସପୋ ସେଣ୍ଟର’ଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସଫଳ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା। ‘ଇଣ୍ଡିଆ ସ୍କିଲ୍ସ’ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀଙ୍କୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ…

“ସୁନ୍ଦର, ସକ୍ଷମ, ସୁଦୃଢ଼ ଅଙ୍ଗନବାଡ଼ି ଆମର ଲକ୍ଷ୍ୟ”: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର:  ଓଡ଼ିଶାର ୩୦ଟି ଜିଲ୍ଲାରେ ନିର୍ମିତ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର (AWC) ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ଉଦ୍‌ଘାଟିତ ହୋଇଯାଇଛି। ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କେନ୍ଦ୍ରଗୁଡ଼ିକୁ ଉଦ୍‌ଘାଟନ କରିଥିବାବେଳେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଅବସରରେ…

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଆରମ୍ଭ ହୋଇଥିବା ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପାଇଁ ଜାଗା ନିରୁପଣ, ବିଦ୍ୟାଳୟ ବିଲ୍‌ଡିଂର ଢାଞ୍ଚା ଏବଂ ଏଥିନିମନ୍ତେ ଆବଶ୍ୟକୀୟ ବ୍ୟୟ ଅଟକଳ ବିଷୟରେ ବୈଠକର ଆଲୋଚନା ହୋଇଥିଲା। ଶିଳାନ୍ୟାସ ହୋଇଥିବା ସମସ୍ତ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ତ୍ୱରିତ ଗତିରେ ଆଗକୁ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ…