ସିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଫାଉଣ୍ଡେସନର ଚତୁର୍ଥ ପରିଚାଳନା ପରିଷଦ ବୈଠକ

ଭୁବନେଶ୍ବର: ସିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଫାଉଣ୍ଡେସନର ଚତୁର୍ଥ ପରିଚାଳନା ପରିଷଦ ବୈଠକ ଭୁବନେଶ୍ୱରର ଖାରବେଳ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଅଧ୍ୟକ୍ଷତା କରି କହିଲେ ଯେ ବ୍ୟାଘ୍ର ସଂରକ୍ଷଣରେ ପରିବେଶଗତ, ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ବିକାଶକୁ ସହଜ କରିବା, ସ୍ଥାନୀୟ ହିତାଧିକାରୀ ସମ୍ପ୍ରଦାୟଙ୍କ ସମ୍ପୃକ୍ତି ସହିତ ପରିବେଶ ପର୍ୟ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ ବ୍ୟାଘ୍ର ସଂରକ୍ଷଣରେ ପ୍ରାକୃତିକ ପରିବେଶକୁ ସୁରକ୍ଷା ଦେବା ପାଇଁ…

ମୌଳିକ ଶିକ୍ଷାସ୍ତର ବୃଦ୍ଧି ନିମନ୍ତେ ପ୍ରୟାସ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ, ୨୦୧୦ ରେ ସଂଶୋଧନ କରାଯାଇ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର (ସଂଶୋଧନ) ଅଧିନିୟମ, ୨୦୨୫ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ନୂତନ ସଂଶୋଧନ ଅନୁଯାୟୀ ପ୍ରତ୍ୟେକ ଶିକ୍ଷାବର୍ଷ ଶେଷରେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶୃଙ୍ଖଳିତ ପରୀକ୍ଷା ବ୍ୟବସ୍ଥା ପ୍ରଚଳନ କରାଯିବ। ଏହି ପଦକ୍ଷେପ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ସକ୍ଷମ କରିବାକୁ ଚେଷ୍ଟା କରାଯିବ। ପରବର୍ତ୍ତୀ ଶ୍ରେଣୀକୁ ଯିବା…

ଜୁଲାଇ ୧୪ ଓ ୧୫ରେ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କର ୧୪ ଓ ୧୫ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛିl ଏହି ପରିପ୍ରେକ୍ଷୀରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଯାଇଛିl ବୈଠକରେ ଆଲୋଚିତ ସୂଚନା ଅନୁସାରେ ଜୁଲାଇ ୧୪ ତାରିଖ ସଂଧ୍ୟାରେ ରାଷ୍ଟ୍ରପତି ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ(ଏମ୍ସ),  ଭୁବନେଶ୍ୱରର  ୫ମ ସମାବର୍ତ୍ତନ ସମାରୋହରେ ଯୋଗଦେବେ ଏବଂ  ଜୁଲାଇ ୧୫ ତାରିଖ ପୂର୍ବାହ୍ନରେ ରେଭେନ୍ସା…

ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ଯୁକ୍ତ ଦୁଇ କଟଅଫ୍ ମାର୍କ ତାଲିକା

ଭୁବନେଶ୍ୱର: ଯୁକ୍ତ ଦୁଇ ଆଡମିଶନ ପାଇଁ ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ତାଲିକା। ବିଜ୍ଞାନ ଓ ବାଣିଜ୍ୟ ଓ କଳା କଟଅଫ୍ ମାର୍କରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟକ ଶୀର୍ଷରେ ରହିଛି। ବିଜ୍ଞାନରେ ସାଧାରଣ ବର୍ଗଙ୍କ ପାଇଁ ୯୧.୮୩% ସହ ରେଭେନ୍ସା ଶୀର୍ଷରେ ରହିଛି। ସେହିପରି ୮୯.୪୦% ମାର୍କ ସହ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭୁବନେଶ୍ବର ଦ୍ବିତୀୟ ସ୍ଥାନରେ ରହିଛି। ୮୭.୫୦ % କଟଅଫରେ  ବାଲେଶ୍ବର ଫକୀର ମୋହନ…

ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ଦକ୍ଷତା ବିକାଶ କର୍ମଶାଳା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ରାଜ୍ୟରେ ଥିବା ସମସ୍ତ ୧୯୯ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷ-ଅଧ୍ୟକ୍ଷାମାନଙ୍କ କାର୍ଯ୍ୟ ସମୀକ୍ଷା ଓ ଦକ୍ଷତା ବିକାଶ କର୍ମଶାଳା କୃଷି ଭବନଠାରେ ଆୟୋଜିତ ହୋଇଯାଇଛି। ଏହି ଏକ ଦିବସୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶୁଭଶ୍ରୀ ନନ୍ଦ ଯୋଗ ଦେଇଥିବା ବେଳେ ଉଚ୍ଚ…

ଜାତୀୟ ଶିକ୍ଷା ନୀତି ୨୦୨୦ର କାର୍ଯ୍ୟାନ୍ୱୟନ ନିମନ୍ତେ ଦ୍ୱିତୀୟ ରାଜ୍ୟ  ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ

ଭୁବନେଶ୍ବର : ଜାତୀୟ ଶିକ୍ଷା ନୀତି (NEP) ୨୦୨୦ର କାର୍ଯ୍ୟାନ୍ୱୟନ ପାଇଁ ଦ୍ୱିତୀୟ ରାଜ୍ୟ  ଟାସ୍କ ଫୋର୍ସ ବୈଠକ ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଭାଗର ସମନ୍ୱୟରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ଶିକ୍ଷା ନୀତି ୨୦୨୦ ର ବିଭିନ୍ନ ଦିଗ ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଥିଲା। ବୈଠକରେ ସଞ୍ଜୀବ କୁମାର ମିଶ୍ର, ପ୍ରମୁଖ…

ଭିନ୍ନକ୍ଷମମାନଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷା ଉପରେ ଆଲୋଚନା

ଭୁବନେଶ୍ବର : ଭିନ୍ନକ୍ଷମ ଆୟୁକ୍ତଙ୍କ ଦ୍ୱାରା ଆୟୋଜିତ “ସକ୍ଷମା”ର ଦ୍ୱିତୀୟ ବୈଠକ  ଆୟୁକ୍ତଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟତଃ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଭିନ୍ନକ୍ଷମ ବ୍ୟକ୍ତିମାନେ ଯୋଗ ଦେଇଥିଲେ ଓ ସେମାନଙ୍କ ସହ ଭିନ୍ନକ୍ଷମମାନଙ୍କ ହିତପାଇଁ କାର୍ଯ୍ୟରତ ସ୍ୱେଚ୍ଛାସେବୀ  ଅନୁଷ୍ଠାନ, ସରକାରୀ ଓ ବେସରକାରୀ ସଂସ୍ଥା, ଯାଆଁଳା ସ୍ଥିତ କେନ୍ଦ୍ର ସରକାରଙ୍କ ବାକ୍ ଶକ୍ତି ଓ ଭାଷା ଜନିତ ଦୁର୍ବଳତା ପାଇଁ ଥିବା ଅନୁଷ୍ଠାନର ପ୍ରତିନିଧି, ଟାଟା ଷ୍ଟିଲର…

କଳିଙ୍ଗ ଷ୍ଟାଡିୟମ୍‌ରୁ ବେଆଇନ ମାଦକ କାରବାର ବିରୋଧରେ ୱାକାଥନ

ଭୁବନେଶ୍ୱର: ଅବକାରୀ ବିଭାଗ ପକ୍ଷରୁ ବେଆଇନ ମାଦକ କାରବାର ବିରୋଧରେ ପ୍ରଥମ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମର ଶେଷଦିନରେ ଏକ ଗ୍ରାଣ୍ଡ ୱାକାଥନ ଅନୁଷ୍ଠିତ ହୋଇଯାଇଛି । ଏହି ୱାକାଥନ ବେଆଇନ ମାଦକ ଦ୍ରବ୍ୟର ବ୍ୟବହାର ଓ ଅବୈଧ ଚାଲାଣ ବିରୋଧରେ ସଚେତନତା ସୃଷ୍ଟି କରିବା ନେଇ ଆୟୋଜିତ ଏହି ୱାକାଥନ ଆଜି ସକାଳ ୬.୩୦ରୁ କଳିଙ୍ଗ ଷ୍ଟାଡିଅମର ଗେଟ୍‌ ନମ୍ବର ୪ରୁ ଆରମ୍ଭ ହୋଇ ଜନତା ମୈଦାନ ପର୍ଯ୍ୟନ୍ତ ଯାଇଥିଲା । ଏହି ୱାକାଥନକୁ ଆଇନ, ପୂର୍ତ୍ତ…

ପିଏମ୍-ପୋଷଣ ଯୋଜନାରେ ଖର୍ଚ୍ଚ ବୃଦ୍ଧି

ଭୁବନେଶ୍ବର:  କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଭାଗିଦାରୀରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ପିଏମ୍-ପୋଷଣ ଯୋଜନା ବର୍ତ୍ତମାନ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି । ବର୍ତ୍ତମାନ ଭାରତ ସରକାରଙ୍କ ଦ୍ବାରା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ମୁଣ୍ଡ ପିଛା ଦୈନିକ ଯଥାକ୍ରମେ ୬ ଟଙ୍କା ୭୮ପଇସା ଓ  ୧୦ ଟଙ୍କା ୧୭ ପଇସା ୦୧.୦୫.୨୦୨୫  ଠାରୁ ରନ୍ଧନ ସାମଗ୍ରୀ ଖର୍ଚ୍ଚ ବାବଦକୁ ପ୍ରଦାନ କରାଯାଉଛି। ବର୍ତ୍ତମାନ ରାଜ୍ୟ ସରକାର ଅତିରିକ୍ତ ରନ୍ଧନ ସାମଗ୍ରୀ ଖର୍ଚ୍ଚ ପାଇଁ…

କଳିଙ୍ଗ ଷ୍ଟାଡିୟମରେ  ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର : ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବେତ ଯୋଗାଭ୍ୟାସ କରିବା ସହିତ ଯୋଗ ହେଉଛି ବିଶ୍ୱ ମାନବ ସମାଜକୁ ଭାରତର ଏକ ମହାର୍ଘ୍ୟ ଉପହାର ବୋଲି କହିଛନ୍ତି। ଏହି ଅବସରରେ ଭିଡିଓ କନଫରେନସିଂ…