ମାଟ୍ରିକ ଟପରଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

ଭୁବନେଶ୍ୱର : କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ବରଂ ଭବିଷ୍ୟତରେ ଦାୟିତ୍ୱବାନ ନାଗରିକ ଭାବେ ମାଟ୍ରିକ ଟପରମାନେ ଉତ୍କର୍ଷ ହାସଲ କରିବାକୁ ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ମଇ ୨୬ ତାରିଖ ଦିନ ରାଜଭବନର ଅଭିଷେକ ହଲ ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ୨୦୨୫ ମସିହା ବୋର୍ଡ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବି.ଏସ୍.ଇ.), ସେଣ୍ଟ୍ରାଲ୍ ବୋର୍ଡ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସି.ବି.ଏସ୍.ଇ.) ଏବଂ କାଉନସିଲ ଫର୍ ଦ ଇଣ୍ଡିଆନ୍…