ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରର ସଶକ୍ତିକରଣ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ

ଭୁବନେଶ୍ୱର: ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ତଥା ବୁଣାକାର ଓ ହସ୍ତଶିଳ୍ପୀଙ୍କ କଲ୍ୟାଣ ଆମର ପ୍ରାଥମିକତା। ସେମାନଙ୍କୁ ଉନ୍ନତ ଉପକରଣ ପ୍ରଦାନ ଦ୍ଵାରା ସେମାନଙ୍କ ସମୟ, ଶକ୍ତି ଓ ଶ୍ରମ ହ୍ରାସ ହେବା ସହ ଉନ୍ନତମାନର ସାମଗ୍ରୀ ପ୍ରସ୍ତୁତ ହୋଇପାରିବ ବୋଲି ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରାଳୟର ସଚିବ ନୀଲମ ଶମ୍ମି ରାଓ କହିଛନ୍ତି।  ଭୁବନେଶ୍ୱର ତାଜ ଭିଭାନ୍ତା ହୋଟେଲଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀର ଉଦଯାପନୀ କାର୍ଯ୍ୟକ୍ରମରେ  ମୁଖ୍ୟ…

ଭୁବନେଶ୍ୱରର ଇନ୍‌ଫୋଭ୍ୟାଲି ଠାରେ ସିକ୍‌ସେମ୍‌ (SiCSem) ପ୍ରାଇଭେଟ୍ ଲିମିଟେଡର ଭୂମି ପୂଜନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିଛି। ଭୁବନେଶ୍ୱରର ଇନ୍‌ଫୋଭ୍ୟାଲିଠାରେ SiCSem ପ୍ରାଇଭେଟ୍ ଲିମିଟେଡର ଭୂମି ପୂଜନ ସମାରୋହରେ ଯୋଗଦେଇଛନ୍ତି। ସୂଚନାଯୋଗ୍ୟ ଯେ ସମୁଦାୟ ୨୦୦୦ କୋଟି ଟଙ୍କାର ପୁଞ୍ଜିନିବେଶରେ ଏହି ମ୍ୟାନୁଫାକ୍ଚରିଂ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।  ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାଦ୍ୱାରା ପ୍ରାୟ ୧୦୦୦ ପ୍ରଫେସନାଲ ମାନଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି…

ହସ୍ତତନ୍ତ ଓ ହସ୍ତଶିଳ୍ପ ଆମ ସାଂସ୍କୃତିକ ଐତିହ୍ୟର ବାର୍ତ୍ତାବହ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ହସ୍ତତନ୍ତ ଓ ହସ୍ତଶିଳ୍ପ ଆମ ସାଂସ୍କୃତିକ ଐତିହ୍ୟର ବାର୍ତ୍ତାବହ। ଏହାର ସଂରକ୍ଷଣ ସହ ବୁଣାକାର ଓ କାରିଗରଙ୍କ ଆର୍ଥିକ ସମୃଦ୍ଧି ପାଇଁ ବଜାର ସଂଯୋଗ ଓ ସହଯୋଗର ଆବଶ୍ୟକତା ରହିଛି ବୋଲି ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି। ଭାରତ ସରକାରଙ୍କର ବୟନ ମନ୍ତ୍ରାଳୟ ପକ୍ଷରୁ ଭୁବନେଶ୍ଵର ହୋଟେଲ୍ ତାଜ୍ ଭିଭାନ୍ତାଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟ ହସ୍ତତନ୍ତ ଓ ହସ୍ତଶିଳ୍ପ ସମ୍ମିଳନୀର ଶୁଭ ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି।…

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବିଭିନ୍ନ ରାଜ୍ୟର ଉତ୍ପାଦ

ଭୁବନେଶ୍ୱର : ନଭେମ୍ବର ପହିଲାରୁ ୧୨ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା ଇଡ଼କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେଉଛି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସ୍ଥାନୀୟ ମିଶନ ଶକ୍ତି ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ନାରୀମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ନିଜ ସାମର୍ଥ୍ୟ, ସୃଜନଶୀଳତା ଓ ଉଦ୍ୟୋଗୀତାର ପରିଚୟ ଦେଉଛନ୍ତି। ଏହି ଅପ୍ରତିମ ନାରୀ ଶକ୍ତିକୁ…

ଇଣ୍ଡିଆ ମେରିଟାଇମ୍ ସପ୍ତାହ 2025ରେ ‘ଐତିହ୍ୟ ଏବଂ ଆଶାର ଯାତ୍ରା’ ଶ୍ରେଷ୍ଠ ଷ୍ଟଲ୍ ପୁରସ୍କାର

ମୁମ୍ବାଇ : ପୂର୍ବ ଭାରତର ସାମୁଦ୍ରିକ ପ୍ରବେଶ ଦ୍ୱାର, ଓଡ଼ିଶା ପୁଣି ଥରେ ଏକ ଜାତୀୟ ମଞ୍ଚରେ ଏହାର ସାମୁଦ୍ରିକ ଶକ୍ତି, ନବସୃଜନ ଏବଂ ସାଂସ୍କୃତିକ ଗଭୀରତା ପ୍ରଦର୍ଶନ କରିଛି। ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ ମେରିଟାଇମ୍ ସପ୍ତାହ (IMW) 2025ରେ ଓଡ଼ିଶା ରାଜ୍ୟ ଷ୍ଟଲ୍ ଏହାର ସୃଜନଶୀଳ ଡିଜାଇନ୍, ଆକର୍ଷଣୀୟ ବିଷୟବସ୍ତୁ ଏବଂ ରାଜ୍ୟର ସାମୁଦ୍ରିକ ଐତିହ୍ୟ ଏବଂ ଭବିଷ୍ୟତ ଦୃଷ୍ଟିକୋଣର ଦୂରଦୃଷ୍ଟିପୂର୍ଣ୍ଣ ଉପସ୍ଥାପନାକୁ ସ୍ୱୀକୃତି ଦେଇ ଶ୍ରେଷ୍ଠ ଷ୍ଟଲ୍ ମଧ୍ୟରୁ ଗୋଟିଏ ଭାବରେ ବିବେଚିତ ହୋଇଛି।…

ଜାତୀୟ ଜଳପଥ-୫ ଏବଂ ୬୪ର ବିକାଶ ଏବଂ କାର୍ଯ୍ୟକ୍ଷମ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ମୁମ୍ବାଇ : ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ (IWAI), ଓଡ଼ିଶା ସରକାର, ପାରାଦୀପ ବନ୍ଦର ପ୍ରାଧିକରଣ (PPA) ଏବଂ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ମଧ୍ୟରେ ମୁମ୍ବାଇର NESCO ଗ୍ରାଉଣ୍ଡରେ ଅନୁଷ୍ଠିତ ଇଣ୍ଡିଆ ମେରିଟାଇମ୍ ୨୦୨୫ ସମୟରେ ଜାତୀୟ ଜଳପଥ-୫ (NW–୫) ଏବଂ ଜାତୀୟ ଜଳପଥ-୬୪ (NW–୬୪) ର ବିକାଶ ଏବଂ କାର୍ଯ୍ୟକ୍ଷମତା ପାଇଁ ଏକ ଐତିହାସିକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇ ଯାଇଛି। ସ୍ଥାୟୀ ମାଲ ପରିବହନ ଏବଂ ଆଞ୍ଚଳିକ ଆର୍ଥିକ ଅଭିବୃଦ୍ଧି ପାଇଁ ଓଡ଼ିଶାର…

ନିରନ୍ତର ବାଣିଜ୍ୟ ଅଭିବୃଦ୍ଧିର ଚାବିକାଠି ଭାବେ ଜଳପଥର ପ୍ରଦର୍ଶନ କଲା ଓଡ଼ିଶା

ମୁମ୍ବାଇ : ଏଠାରେ ଆୟୋଜିତ ସାମୁଦ୍ରିକ ସପ୍ତାହ ୨୦୨୫ରେ ଓଡ଼ିଶା ସରକାର ସ୍ଥାୟୀ ଏବଂ ସମନ୍ୱିତ ପରିବହନ ବିକାଶ ପାଇଁ ନିଜର ଦୂରଦୃଷ୍ଟିସମ୍ପନ୍ନ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। “ନେଭିଗେଟିଙ୍ଗ ଗ୍ରୋଥ: ଇନଲାଣ୍ଡ ୱାଟରୱେଜ୍ ଇନ୍ ଦ ଫ୍ରଣ୍ଟ ଅଫ୍ ଫ୍ୟୁଚର ଟ୍ରାନ୍ସପୋର୍ଟ ଆଣ୍ଡ ଲଜିଷ୍ଟିକ୍ସ” ଉପରେ ଏକ ଉଚ୍ଚସ୍ତରୀୟ ପ୍ୟାନେଲ ଆଲୋଚନାରେ ଅଂଶଗ୍ରହଣ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଆଭ୍ୟନ୍ତରୀଣ ଏବଂ…

ଧନ୍ଦାମୂଳକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ୫ ଦିବସୀୟ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର : ସେଞ୍ଚୁରିଆନ୍ ୟୁନିଭର୍ସିଟି ଠାରେ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ SPEFL  Trade  କୁ ନେଇ ଏକ ୫ ଦିବସୀୟ ଆବାସିକ ବ୍ୟବହାରିକ ଦକ୍ଷତା ବିକାଶ ( Hands on Skill ) ପ୍ରଶିକ୍ଷଣ ଉଦଘାଟିତ ହୋଇଯାଇଛି। ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ମଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିୟତୀ ପଟ୍ଟନାୟକ ଯୋଗଦେଇଥିଲେ। ଏହି  ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ହାସଲ କରିବା ଦିଗରେ ପ୍ରେରଣା…

ଡାଲି, ତୈଳବୀଜ ଏବଂ ଉଦ୍ୟାନ କୃଷି ଫସଲକୁ ପ୍ରୋତ୍ସାହନ

ଭୁବନେଶ୍ୱର: କୃଷି ଭବନ ଅଡିଟୋରୀୟମରେ ରାଜ୍ୟସ୍ତରୀୟ ବାର୍ଷିକ ରବି ସମ୍ମିଳନୀ- ୨୦୨୫-୨୬ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ଯୋଗଦେଇଥିଲେ। ରବି ଅଭିଯାନ ୨୦୨୫-୨୬କୁ ଓଡିଶାର ମୁଖ୍ୟ ଶାସନ ସଚିବ ୨୨ ଅକ୍ଟୋବର ୨୦୨୫ରେ ଅନୁମୋଦନ କରିଛନ୍ତି। ରବି ଅଭିଯାନର…

୩ ଲକ୍ଷ କୁଇଣ୍ଟାଲ ଉନ୍ନତ ମାନର ପ୍ରାମାଣିକ ଆଳୁ ବିହନ ଯୋଗାଇ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତବର୍ଷ ସରକାର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଏକର ଚାଷଜମିରେ ଆଳୁଚାଷ କରିବା ପାଇଁ ଯୋଜନା କରିଛନ୍ତି। ଆଳୁ ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭର କରିବା ଅଭିଯାନରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକସେବା ଭବନରେ ଏହି ବିଷୟରେ ଏକ ଉଚ୍ଚସ୍ତରୀୟ ବୈଠକ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା, ଉଦ୍ୟାନ କୃଷି…