ଶିଳ୍ପ ଭିତ୍ତିଭୂମି ସୁଦୃଢ଼ ଓ ଉଦ୍ୟୋଗ ବିକାଶ ପାଇଁ ୫୫ଟି ଜମି ଆବଣ୍ଟନ ଓ ୮ଟି ଏମ୍‌ଏସ୍‌ଏମ୍‌ଇ ପ୍ରସ୍ତାବ ଅନୁମୋଦିତ

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ପରିବେଶକୁ ଅଧିକ ସୁଦୃଢ଼ କରିବା ଏବଂ ପୁଞ୍ଜିନିବେଶଭିତ୍ତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ, ଇଡ୍‌କୋର ଅଧ୍ୟକ୍ଷା ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜମି ଆବଣ୍ଟନ କମିଟି ବୈଠକରେ ୬୩ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଅନୁମୋଦିତ ପ୍ରସ୍ତାବ ମଧ୍ୟରେ ୫୫ଟି ଜମି ଆବଣ୍ଟନ ପ୍ରସ୍ତାବ ଏବଂ ୮ଟି କ୍ଷୁଦ୍ର, ଲଘୁ ଓ ମଧ୍ୟମ…

ଇକୋ ରିଟ୍ରିଟ୍ ପ୍ରସ୍ତୁତିର ସମୀକ୍ଷା: ସ୍ଥାନୀୟ ରୋଜଗାର ଓ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ୱର,: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନଠାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜିତ ହେବାକୁ ଥିବା “ଇକୋ ରିଟ୍ରିଟ୍”ର ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଗୁଣାତ୍ମକ ପର୍ଯ୍ୟଟନ ଭିତ୍ତିଭୂମି, ସୁଗମ ପରିଚାଳନା, ଭ୍ରମଣକାରୀଙ୍କ ଉନ୍ନତ ଅନୁଭୂତି ଏବଂ ରାଜ୍ୟର ବୃଦ୍ଧିପାଉଥିବା ପର୍ଯ୍ୟଟନ ବ୍ୟବସ୍ଥାରେ ସ୍ଥାନୀୟ ସମୁଦାୟର ସକ୍ରିୟ ଭାଗିଦାରୀ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସମୀକ୍ଷା ସମୟରେ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଯେ ଇକୋ ରିଟ୍ରିଟ୍‌ର ଯୋଜନା ଓ…

୧୨୦୦ରୁ ଅଧିକ ପିଜିଟି ୧୦ଟି ପର୍ଯ୍ୟାୟରେ ତାଲିମ୍ ନେଲେଣି

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ତାଲିମ୍ କର୍ମଶାଳାର ଆୟୋଜନ କରାଯାଇଛି। ଶିରିପୁରସ୍ଥିତି ଇମେଜ୍ ଠାରେ ପ୍ରାୟ ୧୦୪ ଜଣ ବିଭିନ୍ନ ବିଷୟର ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ତାଲିମ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହା ୧୦ ତମ ପ୍ରଶିକ୍ଷଣ କର୍ମଶାଳା। ଉଦଘାଟନୀ ଅଧିବେଶନରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ…

ଟେରାକୋଟା ଓ କୁମ୍ଭାର ଶିଳ୍ପର ସମୃଦ୍ଧି ପାଇଁ ଆମେ ପ୍ରତିବଦ୍ଧ : ମନ୍ତ୍ରୀ 

ଭୁବନେଶ୍ୱର: ଟେରାକୋଟା ଏବଂ କୁମ୍ଭାର ଶିଳ୍ପରେ କାର୍ଯ୍ୟରତ ହସ୍ତଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ରାଜ୍ୟସ୍ତରୀୟ “ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା’-୨୦୨୬” ଆରମ୍ଭ ହୋଇଛି। ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଏହି ପ୍ରଦର୍ଶନୀର ଶୁଭାରମ୍ଭ କରି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି; ଓଡ଼ିଶାର ପ୍ରାଚୀନ ହସ୍ତଶିଳ୍ପର ଜୀବନ୍ତ ନିଦର୍ଶନ ହେଉଛି “ଟେରାକୋଟା ଓ କୁମ୍ଭାର ଶିଳ୍ପ।”ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ସମସ୍ତ ହସ୍ତଶିଳ୍ପୀଙ୍କୁ ନିଃଶୁଳ୍କ ଷ୍ଟଲ ପ୍ରଦାନ କରାଯାଇଛି।…

ଗୃହ ଓ ନଗର ଉନ୍ନୟନ ବିଭାଗ ଏସିଏସ୍‌ଙ୍କ ଆଲୁମିନିୟମ୍ ପାର୍କ, ପରିମଳ ବ୍ୟବସ୍ଥା, ଗୃହ ପ୍ରକଳ୍ପ ଓ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ

ଅନୁଗୁଳ: ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ୍‌କୋର ଅଧ୍ୟକ୍ଷା ଉଷା ପାଢ଼ୀ ଅନୁଗୁଳ ଗସ୍ତ କରି ବିଭିନ୍ନ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି, ନାଗରିକ ସେବାର ସ୍ଥିତି ଏବଂ କାର୍ଯ୍ୟାନ୍ୱୟନ ସ୍ତରରେ ରହିଥିବା ସମସ୍ୟାଗୁଡ଼ିକର ସମୀକ୍ଷା କରିଥିଲେ। ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ନାଲ୍‌କୋ ନିକଟସ୍ଥ ଆଲୁମିନିୟମ୍ ପାର୍କ ପରିଦର୍ଶନ କରିଥିଲେ। ଏହି ଅବସରରେ ନାଲ୍‌କୋ ଓ ଇଡ୍‌କୋର ବରିଷ୍ଠ ଅଧିକାରୀମାନଙ୍କ ସହ ବିଦ୍ୟୁତ୍‌ ଓ…

ଓଡ଼ିଶାର ଜନ ପରିବହନ କ୍ଷେତ୍ରରେ ଇ-ବସ୍ ରୂପାନ୍ତରଣକୁ ସ୍ୱୀକୃତି

ଭୁବନେଶ୍ୱର: କଲେଜ ଯାଉଥିବା ଛାତ୍ରଛାତ୍ରୀ, କାର୍ଯ୍ୟସ୍ଥଳକୁ ଯାଉଥିବା କର୍ମଜୀବୀ କିମ୍ବା ହସ୍ପିଟାଲ ଯାଉଥିବା ପରିବାର, ସମସ୍ତଙ୍କ ପାଇଁ ନିର୍ଭରଯୋଗ୍ୟ ଜନ ପରିବହନ ଦୈନନ୍ଦିନ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହି ଯାତ୍ରାକୁ ଅଧିକ ସୁଗମ, ସୁବିଧାଜନକ ଓ ପରିବେଶ ଅନୁକୂଳ କରିବା ଦିଗରେ ଓଡ଼ିଶାର ପ୍ରୟାସକୁ ୧୯ତମ ଅର୍ବାନ ମୋବିଲିଟି ଇଣ୍ଡିଆ (ୟୁଏମ୍‌ଆଇ) କନଫରେନ୍ସ ଓ ଏକ୍ସିବିସନ୍ ୨୦୨୬ରେ ତିନୋଟି ଜାତୀୟ ସମ୍ମାନ ମିଳିଛି। ଭୁବନେଶ୍ୱରଠାରେ ଅକ୍ଟୋବର ୨୩ ଓ ୨୪ ତାରିଖରେ ଏହି ସମ୍ମିଳନୀ…

ବିକଶିତ ଭାରତ-୨୦୪୭ ପାଇଁ ସହରାଞ୍ଚଳ ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର:  ବିକଶିତ ଭାରତ-୨୦୪୭ ଲକ୍ଷ୍ୟ ହାସଲ ଦିଗରେ ସହରାଞ୍ଚଳ ପ୍ରଶାସନ, ନଗର ଯୋଜନା ଓ ଜନସେବା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ବିଭିନ୍ନ କାର୍ଯ୍ୟକାରୀ ପରାମର୍ଶ ସହ ଜାତୀୟ ସହରାଞ୍ଚଳ ସମ୍ମିଳନୀ-୨୦୨୬ ଭୁବନେଶ୍ୱରଠାରେ ଉଦ୍‌ଯାପିତ ହୋଇଯାଇଛି। ଏହି ସମାରୋହରେ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ, ଓଡ଼ିଶାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର, ନୀତି ଆୟୋଗର ସଦସ୍ୟ ରାଜୀବ ଗୌବା, ଭାରତ ସରକାରଙ୍କ…

ଗ୍ରାମୀଣ ଉଦ୍ୟୋଗ ଓ ବଜାର ସଂଯୋଗ କ୍ଷେତ୍ରରେ ଦୂରଦର୍ଶୀ ନେତୃତ୍ୱ ଏବଂ ବିଶ୍ୱ ଚାଉଳ ଶିଳ୍ପ ପ୍ରତି ଅବଦାନ ପାଇଁ ଓରମାସ୍‌ ସମ୍ମାନିତ

ନୂଆଦିଲ୍ଲୀ / ଭୁବନେଶ୍ୱର: ଓଡ଼ିଶାର ଗ୍ରାମୀଣ ଉଦ୍ୟୋଗକୁ ସୁଦୃଢ଼ କରିବା, ଉତ୍ପାଦକଙ୍କୁ ବଜାର ସହ ଯୋଡ଼ିବା ଏବଂ ରାଜ୍ୟର ପାରମ୍ପରିକ କୃଷିଜାତ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ଓରମାସ୍‌)କୁ BIRC ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୬ ପ୍ରଦାନ କରାଯାଇଛି। ଗ୍ରାମୀଣ ଉଦ୍ୟୋଗ ଓ ବଜାର ସଂଯୋଗ କ୍ଷେତ୍ରରେ ଦୂରଦର୍ଶୀ ନେତୃତ୍ୱ ଏବଂ ବିଶ୍ୱ ଚାଉଳ ଶିଳ୍ପ ପ୍ରତି ଉତ୍କୃଷ୍ଟ ଅବଦାନ ପାଇଁ ଓରମାସ୍‌କୁ ଏହି…

ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ୨୦୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ୧୦୦ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ, ୫୦୦ ବିଲିଅନ୍ ଡଲାର୍ ଅର୍ଥନୀତି ସହ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ଆମର ମୁଖ୍ୟ ଲକ୍ଷ୍ୟ। ବର୍ତ୍ତମାନ ଓଡ଼ିଶାର ସହରୀକରଣ ୧୭ ପ୍ରତିଶତ ଥିବା ବେଳେ ୨୦୩୬ ସୁଦ୍ଧା ଏହାକୁ ୪୦ ପ୍ରତିଶତକୁ ବୃଦ୍ଧି ହେବ। ଏଥିପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ଓ ଆଧୁନିକ ସଂସ୍ଥାର ନିର୍ମାଣ  ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି ବୋଲି ଭୁବନେଶ୍ୱରଠାରେ ଆୟୋଜିତ…

‘ପର୍ଯ୍ୟଟନ ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି ଓ ଉଦ୍ୟମିତାର ଏକ ପ୍ରମୁଖ ମାଧ୍ୟମ’

ଭୁବନେଶ୍ୱର: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ସହ ରାଜ୍ୟର ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଧିକ ପରିଚିତ କରାଇବାକୁ ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମ ଆହ୍ୱାନ ଜଣାଇଛନ୍ତି। ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ, ନୂଆ ନିବେଶର ସୁଯୋଗ ସୃଷ୍ଟି ଏବଂ ଦୂରଦୂରାନ୍ତ ଅଞ୍ଚଳର ଲୋକଙ୍କୁ ଏହାର ସୁଫଳ ପହଞ୍ଚାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଶୁକ୍ରବାର ଦିନ ଭୁବନେଶ୍ୱରଠାରେ ଆୟୋଜିତ ସପ୍ତମ ଓଡ଼ିଶା ପର୍ଯ୍ୟଟନ ସମ୍ମିଳନୀର ଉଦ୍‌ଯାପନୀ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଥିଲେ ଯେ, ଓଡ଼ିଶାର…