ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ବର: ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଏବଂ IT-ITeS ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ହାର୍ଡୱେୟାର (E & H) ଟ୍ରେଡ୍ ର ଅଧ୍ୟାପକମାନଙ୍କ ପାଇଁ ପାଞ୍ଚ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। CTTC ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର (WSC) ଠାରେ  ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।  ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ…

କଟକ ଜିଲ୍ଲାର ଆଠଗଡ଼ ବ୍ଲକରେ ପ୍ରାମାଣିକ ଆଳୁ ବିହନ ବିତରଣ

ଭୁବନେଶ୍ୱର: କଟକ ଜିଲ୍ଲା  ଆଠଗଡ଼ ବ୍ଲକର ଧୁରୁଷିଆ ପଞ୍ଚାୟତ ଅନ୍ତର୍ଗତ ଜଗମୋହନପୁର ଗ୍ରାମ ଠାରେ ଏକ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଚଳିତ ରବିଋତୁ ୨୦୨୫ ରେ ରାଜ୍ୟ ସରକାରଙ୍କ  “ଆଳୁ, ପନିପରିବା ଏବଂ ମସଲା ଉନ୍ନୟନ୍ନ ” ଯୋଜନା ଅଧୀନରେ ପ୍ରାମାଣିକ ଆଳୁ ବିହନ ବିତରଣ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ଵାରା ହୋଇଛି l ଚଳିତ ରବି ଋତୁରେ ଗୁଣାତ୍ମକ ଅଧିକ ଉତ୍ପାଦକ୍ଷମ ବିହନ ଆଳୁ…

ସର୍ବଶ୍ରେଷ୍ଠ ପାଭିଲିୟନ୍ ସମ୍ମାନରେ ବିଭୂଷିତ ହେଲା ଓଡ଼ିଶା : ଲଗାତାର ଭାବେ ଚତୁର୍ଥ ଥର ପାଇଁ ହାସଲ କଲା ଐତିହାସିକ ଗୌରବ

ନୂଆଦିଲ୍ଲୀ / ଭୁବନେଶ୍ଵର : ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ପରିସରରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ର ଅନ୍ତିମ ଦିବସରେ ଓଡ଼ିଶା ପାଭିଲିୟନ୍ସର୍ବଶ୍ରେଷ୍ଠ ପାଭିଲିୟନ ଗୌରବରେ ଗୋରବାନ୍ଵିତ ହୋଇଛି। ୧ ନମ୍ବର ପ୍ରଦର୍ଶନୀ ପ୍ରକୋଷ୍ଠ ସନ୍ନିକଟ ସଂଗୀତ ଜଳଫୁଆରା ନିକଟରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ସହକାରୀ ଆବାସିକ ଆୟୁକ୍ତ ସୁଚରିତା ଷଡଙ୍ଗୀ ଏବଂ ଓଡ଼ିଶା ପାଭିଲିୟନର ନିର୍ଦ୍ଦେଶକ ଅଶ୍ଵିନୀ କୁମାର ଭୋଇ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନର ପରିଚାଳନା…

‘ଦକ୍ଷତା ହିଁ କ୍ଷମତା’କୁ ପ୍ରେରିତ କରି ରୋଜଗାର ଓ ବିପଣନ ବ୍ୟବସ୍ଥାର ଉଦାହରଣ ପ୍ରସ୍ତୁତ କଲା ଓର୍‌ମାସ୍‌

ଭୁବନେଶ୍ୱର : ଓର୍‌ମାସ୍‌ (ଓଡିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି) ଦ୍ୱାରା ଆଜି ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା (ଡିଡିୟୁ-ଜିକେୱାଇ) ଅନ୍ତର୍ଗତ ତାଲିପ୍ରାପ୍ତ ପୂର୍ବତନ ପ୍ରଶିକ୍ଷାର୍ଥୀମାନଙ୍କ ସମାବେଶ(ଆଲୁମନି ମିଟ୍‌) ମିଟ୍‌ ଆୟୋଜିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟିର କଲେଜ୍‌ ଅଫ୍‌ ଏଗ୍ରିକଲcରର ଆସେମ୍ବ୍ଲି ହଲ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓର୍‌ମାସ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ମୋନିକା ପ୍ରିୟଦର୍ଶିନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ନିର୍ଦ୍ଦେଶକ (ସ୍କିଲସ୍‌) ସନ୍ତୋଷ କୁମାର ତିୱାରୀ, ଅତିରିକ୍ତ…

୩୪ଜଣଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଏବଂ ଆକାଡ଼େମିକ ଅଡ଼ିଟ ପାଇଁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦକୁ କପି ରାଇଟ୍ ପ୍ରଦାନ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ବିଦେଶ ଶିକ୍ଷାବୃତ୍ତି ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ବିଦେଶ ଶିକ୍ଷାବୃତ୍ତି ଚଳିତ ଶିକ୍ଷାବର୍ଷ ୨୦୨୫-୨୬ରୁ ଲାଗୁ କରାଯିବ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନେ (SC &ST Students) ବିଦେଶରେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ଏହି ଛାତ୍ରବୃତ୍ତି ନିମନ୍ତେ ଆବେଦନ କରିପାରିବେ। ଯେଉଁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପରିବାରର ବାର୍ଷିକ ଆୟ ୧୨ଲକ୍ଷ କିମ୍ବା ୧୨ଲକ୍ଷ…

ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ବିକଶିତ ଓଡ଼ିଶାର ସ୍ବପ୍ନକୁ ଦୃଢ଼ ଭିତ୍ତି ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ଭିଜନ ୨୦୩୬ ଏବଂ ୨୦୪୭’ ଭଳି ଏକ ବିଶେଷ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି। ଏହା କେବଳ ଏକ ଯୋଜନା ନୁହେଁ ସମଗ୍ର ଓଡ଼ିଶାବାସୀଙ୍କ ସ୍ଵପ୍ନ, ଆଶା ଓ ଆକାଂକ୍ଷାକୁ ଏକତ୍ରିତ କରି ତିଆରି ହୋଇଥିବା ଗୋଟିଏ ବଳିଷ୍ଠ ପ୍ରତିଫଳନ। ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଗଢ଼ିବା ହେଉଛି ଏହି ଭିଜନର ମୂଳ ଉଦ୍ଦେଶ୍ୟ। ମିଶନ ଶକ୍ତି ଭବନ ଭୁବନଶ୍ବରଠାରେ ଆୟୋଜିତ…

ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ ସହରାଞ୍ଚଳର ପ୍ରମୁଖ  ପଦକ୍ଷେପ ପରିଦର୍ଶନ କଲେ

ଭୁବନେଶ୍ବର : ବିଶ୍ୱବ୍ୟାଙ୍କର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଅଧୀନରେ ଓଡ଼ିଶାର ପ୍ରମୁଖ ସହରାଞ୍ଚଳ ବିକାଶ ପଦକ୍ଷେପକୁ ଅନୁଧ୍ୟାନ କରିଛନ୍ତି। କ୍ଷେତ୍ରକୁ ଯାଇ ପରିଦର୍ଶନ ପୂର୍ବରୁ ଖାରବେଳ ଭାବନରେ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ପକ୍ଷରୁ ପ୍ରତିନିଧି ଦଳଙ୍କୁ ସ୍ୱାଗତ କରାଯାଇଥିଲା। ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଓଡ଼ିଶାର ସହରୀକରଣ ଓ ବିକାଶ ରୋଡମ୍ୟାପ୍ ଉପରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ, ଯେଉଁଥିରେ…

କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପାଇଁ ଦୁଇ ଦିନିଆ ଦକ୍ଷତା ବିକାଶ ତାଲିମ

ଭୁବନେଶ୍ୱର: ଓଡିଶାରେ ମହିଳା ସଶକ୍ତିକରଣ, ମହିଳା ମାନଙ୍କ ବିକାଶ ଓ ଜୀବନ ଜୀବିକା ସୁଦୃଢ଼ିକରଣର ଲକ୍ଷ୍ୟ ନେଇ ମିଶନ ଶକ୍ତି ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ୬୨,୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପାଇଁ ଦୁଇ ଦିନିଆ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହି ତାଲିମ କାର୍ଯ୍ୟକ୍ରମର ପ୍ରଥମ ବ୍ୟାଚରେ ପୁରୀ, ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲାର ୧୫୦ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫ ଏଥିରେ ସକ୍ରିୟ…

ସିଏସଆର ନେତୃତ୍ୱାଧୀନ ନବସୃଜନ ସୁଲଭ, ଅନୁକୂଳନୀୟ ଏବଂ ଭାରତୀୟ ବାସ୍ତବତା ପାଇଁ ଡିଜାଇନ୍ ପ୍ରଦାନ କରିବ- ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଷ୍ଟେଟ କନଭେନସନ ହଲରେ ଉପମୁଖ୍ୟମନ୍ତ୍ରୀ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ୱାରା ଦୁଇ ଦିନିଆ ସିଏସଆର ଏବଂ ସଷ୍ଟେନେବିଲିଟି କନକ୍ଲେଭ ୨୦୨୫ ଉଦ୍ଘାଟିତ ହୋଇଯାଇଛି। ଏହି ସମ୍ମିଳନୀ ସିଏସଆର-ନିଧିକୃତ ନବସୃଜନ ପ୍ରଦର୍ଶନ କରିବ, ବିଭିନ୍ନ କ୍ଷେତ୍ରୀୟ ସହଯୋଗକୁ ପ୍ରୋତ୍ସାହିତ କରିବ ଏବଂ ବୁଝାମଣାପତ୍ର ସ୍ୱାକ୍ଷରିତକୁ ସହଜ କରିବ। ଏହା ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ସହିତ ମିଳିତ ଭାବରେ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍…

ଅନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଖୋଲିଲା ଉତ୍କଳିକାର ନୂଆ ଷ୍ଟୋର

ଭୁବନେଶ୍ଵର: ଓଡ଼ିଶା ହସ୍ତଶିଳ୍ପ କାରିଗରମାନଙ୍କର ଆର୍ଥିକ ଉନ୍ନତି ତଥା ଓଡ଼ିଆ ହସ୍ତଶିଳ୍ପ ସାମଗ୍ରୀର ପ୍ରଚାର ପ୍ରସାର ଲକ୍ଷ୍ୟରେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଉତ୍କଳିକାର ନୂତନ ବିକ୍ରୟ କେନ୍ଦ୍ର “ଉତ୍କଳିକା ଆତିଥ୍ୟ”ଉଦଘାଟିତ ହୋଇଯାଇଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଏହାର ଉଦଘାଟନ କରି କହିଛନ୍ତି, ଏହା ଦ୍ଵାରା ରାଜ୍ୟ ବାହାର ତଥା ଅନ୍ୟ ଦେଶର ପର୍ଯ୍ୟଟକମାନେ ଓଡ଼ିଶାର ପାରମ୍ପରିକ ଉତ୍କୃଷ୍ଟ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ସ୍ମାରକ ସେମାନଙ୍କ…