ରାଜ୍ୟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ ସମ୍ପୂର୍ଣ୍ଣ ନିଷେଧ

ଭୁବନେଶ୍ୱର: ରାଜ୍ୟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କୌଣସି ପେଟ୍ରୋଲ ପମ୍ପରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ କ୍ରୟକୁ ପ୍ରୋତ୍ସାହିତ ନ କରିବାକୁ ବିଭିନ୍ନ ସଂଘ ସହ ଆଲୋଚନା କରାଯାଇଛି। ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଲୋକସେବା ଭବନସ୍ଥିତ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଭିନ୍ନ ପେଟ୍ରୋଲିୟମ୍‌ ସଂଘର କାର୍ଯ୍ୟକର୍ତ୍ତା ଓ ବିଭାଗୀୟ ଅଧିକାରୀମାନଙ୍କ ସହ ବିସ୍ତୃତ ଭାବେ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଧନଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି…

ଜାତୀୟ ମାନବାଧିକାର ଆୟୋଗଙ୍କ ଓଡ଼ିଶା ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜାତୀୟ ମାନବାଧିକାର ଆୟୋଗ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନ ଠାରେ ଓଡି଼ଶା ସଂପର୍କିତ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ପ୍ରସଙ୍ଗରେ ରହିଥିବା ବିଭିନ୍ନ  ମାମଲାଗୁଡ଼ିକର ଶୁଣାଣି କରିଛନ୍ତି। ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ, ନ୍ୟାୟମୂର୍ତ୍ତି ଭି.ରାମସୁବ୍ରମଣ୍ୟନ୍; ସଦସ୍ୟ, ନ୍ୟାୟମୂର୍ତ୍ତି (ଡ.) ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ, ବିଜୟା ଭାରତୀ ସାୟାନି ଏବଂ ପ୍ରିୟଙ୍କା କାନୁନଗୋ ପ୍ରମୁଖ ରାଜ୍ୟ ଅତିଥି ଭବନରେ ମାମଲାଗୁଡ଼ିକର ଶୁଣାଣି କରିଥିଲେ। ଜାତୀୟ ମାନବାଧିକାର ଆୟୋଗର ମହାସଚିବ ଭରତ…

‘ରାଷ୍ଟ୍ରୀୟ ପ୍ରତୀକ’ ଅଶୋକ ସ୍ତମ୍ଭ ସହ ଦେବନାଗରୀ ଲିପିରେ ‘ସତ୍ୟମେବ ଜୟତେ’ ମୂଳମନ୍ତ୍ର ଉଲ୍ଲେଖ ବାଧ୍ୟତାମୂଳକ  

ଭୁବନେଶ୍ବର: ଭାରତର ରାଷ୍ଟ୍ରୀୟ ପ୍ରତୀକ ହେଉଛି ଭାରତ ସରକାରଙ୍କ ସରକାରୀ ମୋହର। ଅଶୋକଙ୍କ ପ୍ରବର୍ତ୍ତିତ ସାରନାଥ ରାଜଧାନୀର ସିଂହ ଚିହ୍ନରୁ ଆମର ରାଷ୍ଟ୍ରୀୟ ପ୍ରତୀକ ଆନୀତ। ଏହି ପ୍ରତୀକରେ ସିଂହ ରାଜଧାନୀର ରୂପରେଖ ଅଛି ଯେଉଁଥିରେ ଶୀର୍ଷ ଫଳକ ଉପରେ ତିନିଟି ସିଂହ ଆରୋହଣ କରିଛନ୍ତି, କେନ୍ଦ୍ରରେ ଏକ ଧର୍ମଚକ୍ର, ଡାହାଣରେ ଏକ ଷଣ୍ଢ, ବାମରେ ଏକ ଦ୍ରୁତଗାମୀ ଘୋଡା ଏବଂ ଡାହାଣ ଏବଂ ବାମରେ ଧର୍ମଚକ୍ର ରହିଛି ଯାହା ସିଂହ ରାଜଧାନୀର ରୂପରେଖ ତଳେ ଦେବନାଗରୀ…

ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ ଏବଂ POSH Act, 2013 ସମ୍ବନ୍ଧରେ ସଚେତନତା କର୍ମଶାଳା ଆୟୋଜନ ନିର୍ଦ୍ଦେଶ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ରହିଥିବା ପ୍ରମୁଖ ସ୍ଥାନମାନଙ୍କରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ସମସ୍ତ ରେଜିଷ୍ଟାର ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି। ଏଥିସହ କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର ) ଅଧିନିୟମ, ୨୦୧୩ (POSH Act, 2013) ଏବଂ ଏହି ସମ୍ବନ୍ଧରେ ବିଶ୍ୱବିଦ୍ୟାଳୟ ଅନୁଦାନ…

ଓଡ଼ିଶାରେ ଆସାମ ବିଧାନସଭାର ପବ୍ଲିକ୍‌ ଅଣ୍ଡରଟେକିଙ୍ଗ୍‌ କମିଟି

ଭୁବନେଶ୍ୱର: ଆସାମ ବିଧାନସଭା ପବ୍ଲିକ୍‌ ଅଣ୍ଡରଟେକିଙ୍ଗ୍‌ କମିଟିର ସଦସ୍ୟମାନେ ଓଡ଼ିଶା ଗସ୍ତରେ ଆସି ବାଚସ୍ପତି ସୁରମା ପାଢ଼ୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ରାମେନ୍ଦ୍ର ନାରାୟଣ କାଲିଟାଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ପ୍ରତିନିଧି ମଣ୍ଡଳୀ ଓଡ଼ିଶା ବିଧାନସଭାର ବିଭିନ୍ନ କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହେବା ସହ ରାଜ୍ୟ ବିଧାନସଭାର ପବ୍ଲିକ୍‌ ଅଣ୍ଡରଟେକିଙ୍ଗ୍‌ କମିଟିର ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା ଏବଂ ସଦସ୍ୟ ବିଧାୟକ ଅଶ୍ୱିନୀ କୁମାର ପାତ୍ର, ପଦ୍ମଚରଣ ହାଇବୁରୁ, ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଅଖିଳ ଚନ୍ଦ୍ର ନାଏକ,…

ଦୁର୍ଘଟଣା ତଦନ୍ତକାରୀଙ୍କ ପାଇଁ ଏକ ଦିବସୀୟ ଦକ୍ଷତା ବିକାଶ ତାଲିମ

ଭୁବନେଶ୍ବର: ସଡ଼କ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଆଉ ଏକ ପାଦ ଆଗକୁ ବଢ଼ାଇଛନ୍ତି ଓଡ଼ିଶା ସରକାର। ବାଣିଜ୍ୟ ଓ ପରିବହନ ବିଭାଗ, ଓଡ଼ିଶା ସରକାର ଆଇଆଇଟି ମାଡ୍ରାସର ଆରବିଜି ଲ୍ୟାବ୍ସର ମିଳିତ ଆନୁକୂଲ୍ୟରେ ଦୁର୍ଘଟଣା ତଦନ୍ତକାରୀଙ୍କ ପାଇଁ ଏକଦିବସୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ବିଏମସି ଅଫିସର ଦ୍ବିତୀୟ ମହଲାରେ ଆୟୋଜିତ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମ ରୁଟ୍ କଜ୍ ଆନାଲିସିସ୍ ମ୍ୟାଟ୍ରିକ୍ସ (ଆରସିଏଏମ୍) ଉପରେ କେନ୍ଦ୍ରିତ ଥିଲା। ଅର୍ଥାତ ଏହା ବୈଜ୍ଞାନିକ ପଦ୍ଧତିରେ ପ୍ରମାଣ…

ବିଧାନସଭାରେ କମିଟି ବ୍ୟବସ୍ଥା ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେଲେ ଓଡ଼ିଶା ବାଚସ୍ପତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଦୁଇଦିନିଆ ଭୋପାଳ ଗସ୍ତରେ ଯାଇ ସେଠାରେ ‘ବିଧାନସଭାରେ କମିଟି ବ୍ୟବସ୍ଥାର କାର୍ଯ୍ୟକାରିତା ଓ ଏହାକୁ କିପରି ଅଧିକ ପ୍ରଭାବୀ କରାଯାଇପାରିବ’ ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି। ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ନରେନ୍ଦ୍ର ସିଂ ତୋମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବାଚସ୍ପତି ସମ୍ମିଳନୀରେ ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତରପ୍ରଦେଶ, ସିକିମ୍‌, ହିମାଚଳ ପ୍ରଦେଶ ସମେତ ଓଡ଼ିଶା ଭଳି ସାତଟି ରାଜ୍ୟର ବାଚସ୍ପତି ଯୋଗଦେଇଛନ୍ତି । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ବିଧାନସଭାଠାରେ ଆୟୋଜିତ…

ରାଜ୍ୟ ଲ’ କମିଶନ ଲୋଗୋ ଓ ଇ-ମେଲ ଆଇଡି ଉନ୍ମୋଚିତ

ଭୁବନେଶ୍ୱର: ଓଡିଶା ରାଜ୍ୟ ଲ’ କମିଶନଙ୍କ ପ୍ରଥମ ବୈଠକ ତୋଷାଳୀ ଭବନ ସ୍ଥିତ କମିଶନଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ପଦାଧିକାରୀ ସଦସ୍ୟ ମାନସ ରଞ୍ଜନ ବାରିକ, ପ୍ରଫେସର ଲଳିତ କୁମାର ଦେବ, ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରସାଦ ମିଶ୍ର ଏବଂ ସୌର ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥଲେ। ଏହି ପ୍ରଥମ ବୈଠକରେ ପାଞ୍ଚଟି କାର୍ଯ୍ୟସୂଚୀ…

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଜୁନ୍ ୨୯ ତାରିଖରେ ତିନିଜଣ ଭକ୍ତଙ୍କ ମୃତ୍ୟୁ ଘଟଣାରେ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର

ଭୁବନେଶ୍ୱର: ଓଡିଶା ସରକାରଙ୍କ ଗୃହ (ସ୍ୱତନ୍ତ୍ର ଶାଖା) ବିଭାଗ, ବିଜ୍ଞପ୍ତି ସଂଖ୍ୟା ୧୩୮୯/ସି, ଭୁବନେଶ୍ୱର ତାରିଖ ୨୯.୦୬ .୨୦୨୫ ଅନୁଯାୟୀ, ତା.୨୯.୦୬ .୨୦୨୫ରେ ପୁରୀର ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଦଳାଚକଟା ଯୋଗୁଁ ତିନିଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ଭଳି ଦୁଃଖଦ ଘଟଣାର ତଦନ୍ତ ପାଇଁ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସ ନସଚିବ, ଓଡ଼ିଶାଙ୍କୁ ଦାୟିତ୍ୱ ଦିଆଯାଇଛି। ଏ ସଂପର୍କରେ ରାଜ୍ୟ ଯୋଜନା ଓ ସଂଯାଜନ ବିଭାଗ ତରଫରୁ ଗତ ଜୁଲାଇ ୩ ତାରିଖରେ…

ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ରାଜ୍ୟ କ୍ରାଇମ୍ ବ୍ରାଞ୍ଚ, ଓଡିଶାର ସୋସିଆଲ ମିଡିଆ ଟିମ୍ ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଦ୍ୟାବଧି କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ୍ ୟୁନିଟ୍ 23ଟି ନକଲି ହୋଟେଲ ୱେବସାଇଟ୍ ଚିହ୍ନଟ କରିବା ସହ ସେଗୁଡ଼ିକୁ ବ୍ଲକ କରିବା ପାଇଁ  ପ୍ରକ୍ରିୟା ଆରମ୍ଭ କରିଛି। ସେଥିମଧ୍ୟରୁ 15ଟି ୱେବସାଇଟ୍ କୁ ପୂର୍ବରୁ ବ୍ଲକ କରାଯାଇଥିବା ବେଳେ ଅନ୍ୟ ୱେବସାଇଟ୍ ଗୁଡିକୁ ବନ୍ଦ କରାଯିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମହାପ୍ରଭୁଙ୍କ ପୁରୀ ରଥଯାତ୍ରା…