ଓଡିଶା ମହାକାଶ ଉପଯୋଗ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ପାଳିତ

ଭୁବନେଶ୍ୱର: ଓଡିଶା ମହାକାଶ ଉପଯୋଗ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ମହାସମାରୋହରେ ପାଳିତ ହୋଇଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡିଶା ମହାକାଶ ଉପଯୋଗ କେନ୍ଦ୍ରର (ଓରସାକ) ବିଭିନ୍ନ ଭୂମିକା ଉପରେ ଆଲୋକପାତ କରିଥିଲେ। ଆଜିର ଦିବସ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ପ୍ରେରଣାଦାୟୀ ହେବାନେଇ ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ରହିଲେ ଦେଶରେ ପ୍ରଗତିର ନୂତନ…

“ୟୁଜର୍ ଏକ୍ସପିରିଏନ୍ସ ଓ ଡିଜାଇନ୍ ସିଷ୍ଟମ୍” ରାଜ୍ୟସ୍ତରୀୟ ସଚେତନତା ଓ କର୍ମଶାଳା ଆୟୋଜିତ

ଭୁବନେଶ୍ୱର:  ଲୋକସେବା ଭବନ କନଭେନସନ ସମ୍ମିଳନୀ କେନ୍ଦ୍ରରେ ଉପଭୋକ୍ତା ଅଭିଜ୍ଞତା ଏବଂ ଡିଜାଇନ୍ ସିଷ୍ଟମ ଉପରେ ରାଜ୍ୟସ୍ତରୀୟ ସଚେତନତା ଏବଂ ସମ୍ବେଦନଶୀଳତା କର୍ମଶାଳା ଆୟୋଜିତ ହୋଇଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ  ବିଶାଳ କୁମାର ଦେବ ଏହି  କର୍ମଶାଳାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଡିଜିଟାଲ୍ ସେବାର ମୂଳକେନ୍ଦ୍ରରେ ନାଗରିକଙ୍କ ଆବଶ୍ୟକତାକୁ ରଖି, ସୁଗମ ଓ ସମାବେଶୀୟ ପ୍ଲାଟଫର୍ମ ସୃଷ୍ଟି କରିବା ଆମର ପ୍ରାଥମିକତା ହେବା ଦରକାର …

ଆଇଟିଆଇ ଉନ୍ନତିକରଣ ପାଇଁ ଜାତୀୟ ଯୋଜନା ଉପରେ ପରାମର୍ଶଦାତା କର୍ମଶାଳା

ଭୁବନେଶ୍ୱର: ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ରାଜ୍ୟରେ ବୈଷୟିକ ଶିକ୍ଷାର ଭବିଷ୍ୟତ ଗଠନ ପାଇଁ ନୀତି ନିର୍ଦ୍ଧାରକ, ଶିଳଳ୍ପୋଦ୍ୟୋଗୀ ଏବଂ ତାଲିମ ବିଶେଷଜ୍ଞଙ୍କୁ ଏକତ୍ରିତ କରି ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ଉପରେ ଏକ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା (ଏମ୍‌ଏସଡିଇ)ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା ମିଳିତ ଭାବରେ ଆୟୋଜିତ ଏହି କର୍ମଶାଳାରେ ହବ୍‌-ଏଣ୍ଡ-ସ୍ପୋକ୍‌ ମଡେଲ୍‌ ମାଧ୍ୟମରେ…

ଆଇଆଇଏମ୍‌, ସମ୍ବଲପୁର ସହ ଚୁକ୍ତି କଲା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଜୈବ-ପ୍ରଯୁକ୍ତି ଓ ଜୈବ-ସମ୍ବଳକୁ ଆଧାର କରି ଜୈବ-ଅର୍ଥନୀତି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଜୈବ-ପ୍ରଯୁକ୍ତି ବିଦ୍ୟା ଏକ ଉଦୀୟମାନ କ୍ଷେତ୍ର ହୋଇଥିବାରୁ ଜୈବ-ଅର୍ଥନୀତି ରାଜ୍ୟର ବିକାଶ ଧାରାରେ ପ୍ରମୁକ ଯୋଗଦାନ କରିବାର ବ୍ୟାପକ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଆଇଆଇଏମ୍‌, ସମ୍ବଲପୁର ମଧ୍ୟରେ ଏକ ବୁଝାମଣାପତ୍ର ଖାରବେଳ ଭବନରେ ସ୍ୱାକ୍ଷରିତ ହୋଇଛି। ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି…

ସବୁଜ ସଡକ ନିର୍ମାଣରେ ପ୍ଲାଷ୍ଟିକ ବର୍ଜ୍ୟ ବ୍ୟବହାର ହେବ

ଭୁବନେଶ୍ୱର: ସହରାଞ୍ଚଳ ମାନଙ୍କରେ ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ୍ ଅଳିଆ ବ୍ୟବହାର ଉପରେ ବିଚାର ବିମର୍ଶ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।  ଶ୍ରୀମତୀ ପାଢୀ ସହରାଞ୍ଚଳ ଭିତ୍ତିଭୂମି ବିକାଶରେ ସ୍ଥାୟୀ ଏବଂ ପରିବେଶ-ଅନୁକୂଳ ଅଭ୍ୟାସ ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆଲୋକପାତ କରିଥିଲେ ଯେ ପ୍ଲାଷ୍ଟିକ୍ ଅଳିଆ, ବିଶେଷକରି ବୋତଲ ଏବଂ କ୍ୟାରୀ ବ୍ୟାଗ…

ବିଶ୍ୱସ୍ତରରେ ଡିଜିଟାଲ୍ ପ୍ରତିଭା କେନ୍ଦ୍ର ଭାବରେ ଓଡ଼ିଶାର ଭୂମିକାକୁ ସୁଦୃଢ଼ ହେବ: ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ସିଙ୍ଗାପୁରସ୍ଥିତ ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟୱାର୍କ (GFTN) ସହଭାଗିତାରେ ସମନ୍ୱିତ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ଟେକ୍ନୋଲୋଜି କ୍ଷମତା ହବ୍ (I-GFTCH) ର ଆନୁଷ୍ଠାନିକ ଶୁଭାରମ୍ଭ ୨୧ ଅଗଷ୍ଟ ୨୦୨୫ରେ ଅନୁଷ୍ଠିତ ହେବ। ଏ ସଂପର୍କରେ କୃଷି ଭବନସ୍ଥିତ  ଅଡ଼ିଟୋରିଅମରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଓଡ଼ିଶାର ଯୁବକଯୁବତୀମାନଙ୍କ ଦକ୍ଷତା ଯେତେ ବୃଦ୍ଧି ହେବ ଓଡ଼ିଶାର ଅର୍ଥନୀତି ସେତେ ସୁଦୃଢ ହେବ। ସେକଥାକୁ…

କୃଷି-ପ୍ରଯୁକ୍ତି ବିଦ୍ୟା ଗ୍ରହଣକୁ ତ୍ୱରାନ୍ୱିତ କରିବା ପାଇଁ ସୋସିଆଲ ଆଲଫା ଏବଂ ଓଡ଼ିଶା ସରକାରଙ୍କ ବହୁଭାଗୀ କର୍ମଶାଳା

ଭୁବନେଶ୍ୱର: ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହିତ ସହଭାଗୀତାରେ ସୋସିଆଲ ଆଲଫା ଭୁବନେଶ୍ୱରର ହୋଟେଲ ପ୍ରେସିଡେନ୍ସୀରେ “ଓଡ଼ିଶାରେ କୃଷି-ପ୍ରଯୁକ୍ତିକୁ ପ୍ରୋତ୍ସାହିତ କରିବା” ଉପରେ ଏକ ରାଜ୍ୟସ୍ତରୀୟ ବହୁଭାଗୀ କର୍ମଶାଳା ଆୟୋଜିତ ହୋଇଯାଇଛି। କର୍ମଶାଳାରେ ପ୍ରଦର୍ଶିତ ପ୍ରଯୁକ୍ତିବିଦ୍ୟା ସହିତ ଚାଷୀମାନେ ଉଦ୍ଭାବନକୁ ପ୍ରତ୍ୟକ୍ଷ ଭାବରେ ବ୍ୟବହାର କରିଥିଲେ। ଉତ୍ପାଦ ପ୍ରଦର୍ଶନ, ଦର୍ଶକଙ୍କ ସହିତ ଏକ ଖୋଲା ପ୍ରଶ୍ନୋତ୍ତର ଏବଂ ନୀତି ନିର୍ଦ୍ଧାରକ, ପ୍ରଯୁକ୍ତିବିଦ୍ୟା ବୈଧତା ସଂସ୍ଥା ଏବଂ ଷ୍ଟାର୍ଟଅପ୍ ଆଦି ଉଚ୍ଚସ୍ତରୀୟ ପ୍ୟାନେଲ୍ ଆଲୋଚନା…

ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ କରିବାରେ ସହାୟକ ହେଉଛି ବିଶ୍ୱ ଦକ୍ଷତା କେନ୍ଦ୍ର

ଭୁବନେଶ୍ୱର: ‘‘ବିଦେଶରେ ଚାକିରି କରିବି ବୋଲି ମୁଁ କେବେ ଭାବି ନଥିଲି । ବିଶ୍ୱ ଦକ୍ଷତା କେନ୍ଦ୍ର ଯୋଗୁଁ ଆଜି ତାହା ସମ୍ଭବ ହୋଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅତ୍ୟାଧୁନିକ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍ ପାଠ୍ୟକ୍ରମରେ ତାଲିମ ଶେଷକରି ଏବେ ଦୁବାଇରେ ଏକ ପ୍ରମୁଖ କମ୍ପାନିରେ ନିଯୁକ୍ତି ପାଇଛି। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ମୋ’ ଘର ଚଳିବା ସହ ଦୁଇ ଭାଇ ଓ ଭଉଣୀଙ୍କ କ୍ୟାରିୟର ଗଢ଼ିବା ପାଇଁ ଉଦ୍ୟମ କରୁଛି,’’ ଏହା…

ଧନ୍ଦାମୂଳକ କନିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ୫୪ ଗୋଟି ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କନିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ପାଇଁ ୪ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେଞ୍ଚୁରୀୟନ ୟୁନିଭେର୍ସିଟି (CUTM) ଜଟଣୀ ଓ ପାରଳାଖେମୁଣ୍ଡି ଠାରେ ଆୟୋଜିତ ହୋଇଥିଲାl ଏହି ପ୍ରଶିକ୍ଷଣରେ ଜଟଣୀ ଠାରେ ୬ଗୋଟି କର୍ମଵିଦ୍ୟା ଯଥା Tourism & Hospitality, SPEFL, CRM,Insurance, OM,BFSIର ଅଧ୍ୟାପକ ଓ ଅଧ୍ୟାପିକାମାନେ ପ୍ରଶିକ୍ଷଣ ଗ୍ରହଣ କରିଥିବା ବେଳେ ପାରଳାଖେମୁଣ୍ଡି…

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନୂଆ ଢାଞ୍ଚା ଉପରେ ଆଲୋଚନା

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରୋଜେକ୍ଟ ନିମନ୍ତେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ ବୈଠକ ଲୋକସେବା ଭବନ କନଫରେନ୍ସ ହଲରେ  ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏକ ସବ୍ କମିଟି ଗଠନ କରାଯାଇଥିଲା ଯାହାର ଚେୟାରମ୍ୟାନ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଛନ୍ତି । ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟର ମୋବିଲିଟି ଓ ପରବର୍ତ୍ତୀ ପଦକ୍ଷେପ କଣ ରହିବ…