ଓଡ଼ିଶାର ସମୃଦ୍ଧ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହ ଓଡ଼ିଶାର ଆତିଥେୟତାରେ ଅଭିଭୂତ ଦଶଟି ଦେଶର ସୋସିଆଲ୍‌ ମିଡ଼ିଆ ଇନ୍‌ଫ୍ଲୁଏନ୍ସର୍‌

ଭୁବନେଶ୍ୱର: ଭୂଟାନ, କାମ୍ବୋଡ଼ିଆ, ଲାଓସ୍‌, ମାଲେସିଆ, ମଙ୍ଗୋଲିଆ, ମ୍ୟାନ୍‌ମାର, ନେପାଳ, ସିଙ୍ଗାପୁର, ଥାଇଲାଣ୍ଡ ଓ ଭିଏତନାମ୍‌ରୁ ଏକ ସୋସିଆଲ୍‌ ମିଡ଼ିଆ ଇନ୍‌ଫ୍ଲୁଏସର ଏବଂ କଣ୍ଟେଣ୍ଟ କି୍ରଏଟରମାନଙ୍କର ଏକ ପ୍ରତିନିଧି ଦଳ ୧୬ରୁ ୧୯ ଅପ୍ରେଲ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଭାରତ ସରକାରଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଉତ୍ତମ ସମନ୍ୱୟରେ ଏହି ଗସ୍ତ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଛି।

ଏହି ଦଳରେ ଟ୍ରାଭେଲ ବ୍ଲଗର୍‌, ଖାଦ୍ୟ ଓ ଲାଇଫ୍‌ ଷ୍ଟାଇଲ୍‌ ଇନ୍‌ଫ୍ଲୁଏନ୍ସର, େୱଲ୍‌ନେସ୍‌ ବ୍ଲଗର, ଐତିହ୍ୟ ଅନୁସନ୍ଧାନକାରୀ ଏବଂ ଡକୁ୍ୟମେଣ୍ଟାରୀ ନିର୍ମାତାମାନେ ସାମିଲ ଥିଲେ। ସେମାନେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପରମ୍ପରା ସହିତ ରାଜ୍ୟର ଉନ୍ନତି ଓ ପ୍ରଗତିମୂଳକ ପ୍ରୟାସଗୁଡ଼ିକୁ ଅତି ନିକଟରୁ ପରଖିବା ସହ ଅନୁଭବ କରିବାର ସୁଯୋଗ ଲାଭ କରିଥିଲେ। ଦଳର ସଦସ୍ୟମାନେ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରିଦର୍ଶନ କରି ପ୍ରାଚୀନ କଳିଙ୍ଗ ଇତିହାସ, ଜୈନ ଧର୍ମର ମହାନ ପରମ୍ପରା ଓ ଏହାର ନିର୍ମାଣ ଶୈଳୀ ସମ୍ପର୍କରେ ଅବଗତ ହୋଇଥିଲେ। ସେମାନେ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ସେଠାରେ ନିର୍ମାଣ ଓ ପ୍ରଯୁକ୍ତି ବିଦ୍ୟା, ମେକାଟ୍ରୋନିକ୍ସ ପରି କ୍ଷେତ୍ରରେ ଅନ୍ତର୍ଜାତୀୟ ମାନ ଅନୁସାରେ ଦିଆଯାଉଥିବା ଆଧୁନିକ ଦକ୍ଷତାମୂଳକ ପ୍ରଶିକ୍ଷଣ ବ୍ୟବସ୍ଥାକୁ ନିରୀକ୍ଷଣ କରିଥିଲେ। ଭର୍ଚୁଆଲ୍‌ ରିଅଲିଟି ଆଧାରିତ ପ୍ରଶିକ୍ଷଣ, ବୁ୍ୟଟି ଓ େୱଲ୍‌ନେସ୍‌ ଶିକ୍ଷା, ମେକାଟ୍ରୋନିକ୍ସ କାର୍ଯ୍ୟକଳାପଗୁଡ଼ିକୁ ପ୍ରାୟୋଗିକ ଭାବେ ଦେଖିବା ଓ ଅନୁଭବ କରିବାର ସୁଯୋଗ ପାଇଥିଲେ।

ପରେ ସେମାନେ ରଘୁରାଜପୁରର ହେରିଟେଜ୍‌ କ୍ରାଫଫ ଭିଲେଜ୍‌ ଗସ୍ତ କରି  ପଟ୍ଟଚିତ୍ର ଚିତ୍ରକଳା ଓ ତାଳପତ୍ର ଖୋଦେଇ ପରି ପାରମ୍ପରିକ କଳାର ପ୍ରତ୍ୟକ୍ଷ ପ୍ରଦର୍ଶନ କରିବା ସହ କଳାକାରମାନଙ୍କ ସହ ଆଲୋଚନା କରିଥିଲେ। ଏହା ସହିତ ସେମାନେ ବିଶ୍ୱବିଖ୍ୟାତ କୋଣାର୍କ ସୂର୍ଯ୍ୟମନ୍ଦିରର ଅତୁଳନୀୟ କାରୁକାର୍ଯ୍ୟ ପରିଦର୍ଶନ କରି ଏହାର ରଥାକାର ନିର୍ମାଣ ଶୈଳୀ, ସୂକ୍ଷ୍ମ ଶିଳ୍ପକଳା ଓ ସୂର୍ଯ୍ୟ ଉପାସନାର ମହିମାକୁ ଅନୁଭବ କରିଥିଲେ 

ଏହି ଅବସରରେ ଡିଜିଟାଲ୍‌ ଇନ୍‌ଫ୍ଲୁଏନ୍ସରମାନେ ସେମାନଙ୍କର ଅନୁଭବ ବ୍ୟକ୍ତ କରି କହିଲେ ଯେ ଓଡ଼ିଶାରେ ସେମାନଙ୍କର ଗସ୍ତର ଅଭିଜ୍ଞତା ଅତ୍ୟନ୍ତ ପ୍ରେରଣାଦାୟୀ ଓ ସ୍ମରଣୀୟ ହୋଇ ରହିବ। ଏଠିକାର ଆତିଥ୍ୟ, ସଂସ୍କୃତି, ପରମ୍ପରିକ ଖାଦ୍ୟ ଓ ଲୋକମାନଙ୍କର ଆତିଥ୍ୟତା ଓ ଅତ୍ମୀୟତା ସେମାନଙ୍କୁ ବହୁଳ ଭାବେ ପ୍ରଭାବିତ କରିଛି। ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମରେ ପୁନର୍ବାର ଯୋଗଦେବା ପାଇଁ ଆଶା ପ୍ରକଟ କରିବା ସହ ଓଡ଼ିଶାର ଏହି ମହାନ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସେମାନେ ଯଥା ସମ୍ଭବ ଚେଷ୍ଟାରତ ରହିବେ ବୋଲି ପ୍ରକାଶ କରିଥିଲେ।

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସପଟ୍ଟନାୟକଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ବିଭାଗୀୟ ଅଧିକାରୀମାନେ ସମନ୍ୱୟ ରକ୍ଷାପୂର୍ବକ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *