ପୁରୀରେ ହେବ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ

ଭୁବନେଶ୍ୱର: ୨୧ ତାରିଖ ଦିନ ପୁରୀଠାରେ ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବାଚସ୍ପତିଙ୍କ ଭୂମିକା ସମ୍ପର୍କିତ କମିଟି ସମ୍ମିଳନୀ ଅନୁଷ୍ଠିତ ହେବ। ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ସୁରେଶ ନରେୱକରଙ୍କ ଅଧ୍ୟକ୍ଷତା ଓ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଓ ଓଡ଼ିଶା ସମେତ କର୍ଣ୍ଣାଟକ, ନାଗାଲାଣ୍ଡ ବିଧାନସଭାର ବାଚସ୍ପତି ଯୋଗଦେଇ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ଦଳବଦଳ ନିରୋଧ ଆଇନର ପ୍ରାସଙ୍ଗିକତା ଓ ପରିଣତି ଏବଂ ଏହାକୁ କିପରି ରୋକାଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବେ।

ଏହି ସମ୍ମିଳନୀରେ ସମ୍ବିଧାନ ବିଶେଷଜ୍ଞମାନଙ୍କ ସହ ଓଡ଼ିଶାର ଆଡ଼୍‌ଭୋକେଟ୍‌ ଜେନେରାଲ ଏବଂ ଲୋକସଭା ବରିଷ୍ଠ ଅଧିକାରୀ ତଥା ବିଭିନ୍ନ ବିଧାନସଭାର ସଚିବମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *