Aama Khabar

ଦୁର୍ଦ୍ଦାନ୍ତ ମାଓବାଦୀ ହିଡମା ଗିରଫ

ଭୁବନେଶ୍ୱର: ମାଓବାଦୀ ଅଭିଯାନ କ୍ଷେତ୍ରରେ କୋରାପୁଟ ପୋଲିସକୁ ଏକ ବଡ ସଫଳତା ମିଳିଛି ।  ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜାମ ହିଡମା ଓରଫ ମୋହନକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ମାଓବାଦୀ ହିଡମା ଓରଫ ମୋହନ ଛତିଶଗଡ଼ର ବିଜାପୁର ଜିଲ୍ଲା ଉସୁର ଥାନା ଅଞ୍ଚଳର ନିବାସୀ ବୋଲି କୋରାପୁଟ ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସପି ରୋହିତ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।  ସେ କହିଛନ୍ତି ଯେ, ପୋଲିସ ତା ନିକଟରୁ ଗୋଟିଏ…

ଇ-ଗଭର୍ଣ୍ଣାନ୍ସ ପ୍ରଣୟନରେ ଉତ୍କର୍ଷ ଲାଗି

ଶୁଆକାଟୀ ପଞ୍ଚାୟତକୁ ଜାତୀୟ ଜୁରି ପୁରସ୍କାର ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଶୁଆକାଟୀ ଗ୍ରାମ ପଞ୍ଚାୟତ ୨୨ତମ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ୨୦୨୫ରେ ଏକ ମର୍ଯ୍ୟାଦାଜନକ ଜୁରି ପୁରସ୍କାର ଜିତି ଓଡ଼ିଶା ଏବଂ କେନ୍ଦୁଝର ପାଇଁ ସୁନାମ ଆଣି ଦେଇଛି । ଚଳିତ ବର୍ଷ ପ୍ରଥମଥର ପାଇଁ ଗ୍ରାମ ପଞ୍ଚାୟତ ଲାଗି ଉଦ୍ଦିଷ୍ଟ ବର୍ଗରେ ଏହା ଦେଶର ଅନ୍ୟ ତିନୋଟି ସ୍ଥାନୀୟ ସଂସ୍ଥା ମଧ୍ୟରେ ସ୍ଥାନ ପାଇ ଏକ ବିରଳ ସଫଳତା ହାସଲ କରିପାରିଛି…

ଦୁର୍ବଳ ବର୍ଗର ଲୋକଙ୍କୁ ସହାୟତା ପାଇଁ ଅଧିକାରୀମାନେ ସମସ୍ତ କଲ୍ୟାଣକାରୀ ଯୋଜନା ସଂର୍ପକରେ ଭଲ ଭାବେ ଜାଣନ୍ତୁ – ରାଜ୍ୟପାଳ

ଭୁବନେଶ୍ୱର : ସମାଜର ଗରିବ ଓ ଦୁର୍ବଳ ବର୍ଗର ଲୋକମାନଙ୍କୁ ସହାୟତା କରିବା ପାଇଁ ଅଧିକାରୀମାନେ ସମସ୍ତ ଉନ୍ନୟନ ଓ କଲ୍ୟାଣକାରୀ ଯୋଜନା ସଂପର୍କରେ ଭଲଭାବରେ ଜାଣନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ମଇ ୨୮ ତାରିଖ ଦିନ ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡ୍ମିନିଷ୍ଟ୍ରେସନରେ ତାଲିମ ନେଉଥିବା ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ଓ ସହକାରୀ ଶ୍ରମ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେଇ ରାଜ୍ୟପାଳ…

ସହର ବିକାଶ ପାଇଁ ଓଡ଼ିଶା ଆରମ୍ଭ କଲା “ଅଙ୍କୁର”

ଭୁବନେଶ୍ୱର : ଓଡ଼ିଶାରେ ସହର ବିକାଶର ଭବିଷ୍ୟତକୁ ପୁନଃପରିଭାଷିତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଗୃହ ଏବଂ ନଗର ଉନ୍ନୟନ ବିଭାଗ ଆଜି ଅଙ୍କୁର – ଅଟଳ ନେଟୱାର୍କ ଫର ନଲେଜ୍, ସହରୀକରଣ ଏବଂ ସଂସ୍କାର ଆରମ୍ଭ କରିଛି l  ଏହା ରାଜ୍ୟ ସାରା ଅନ୍ତର୍ଭୁକ୍ତ, ସ୍ଥାୟୀ ଏବଂ ଅଭିନବ ସହର ବିକାଶକୁ ଗଢି ତୋଳିବା ପାଇଁ ଏକ ରଣନୈତିକ ପଦକ୍ଷେପ। ଗୃହ ଓ ନଗର ଉନ୍ନୟନ ବିଭାଗ ବିଭାଗ ଏବଂ ସହର ବିକାଶ…

ଅନଲାଇନ କ୍ରିକେଟ୍ ବେଟିଂରେ ଠକାମି: ଦୁଇ ଗିରଫ

କଟକ : ଅନଲାଇନ ଗେମରେ କ୍ରିକେଟ ବେଟିଂ  ମାଧ୍ୟମରେ  ୧ କୋଟି ୮ ଲକ୍ଷ ଟଙ୍କା ଠକାମି କରିଥିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ  ଦୁଇଜଣଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଉଛନ୍ତି, ପଶ୍ଚିମବଙ୍ଗର ବାସିନ୍ଦା ଏସ୍.କେ. ୱାସିଉଲ୍ ଇସଲାମ୍ ଓରଫ ରୋହନ୍ ଏବଂ ଭୁବନେଶ୍ୱର ଖାରବେଳନଗର ଅଞ୍ଚଳର ଜ୍ୟୋତି ପ୍ରକାଶ ପଲ୍ଲାଇ। ପୋଲିସ ଅଭିଯୁକ୍ତଙ୍କ ଠାରୁ ପାସବୁକ୍, ଚେକ୍, ମୋବାଇଲ୍ ଫୋନ୍, ସିମ୍ କାର୍ଡ, GST ସାର୍ଟିଫିକେଟ୍, ଆଧାର ଏବଂ ପାନ କାର୍ଡ ଜବତ…

ପିଜିଟି ଶିକ୍ଷକଙ୍କ ପାଞ୍ଚ ଦିନିଆ ଦକ୍ଷତା ନିର୍ମାଣ ପ୍ରଶିକ୍ଷଣ

ଭୁବନେଶ୍ବର: ଶିକ୍ଷକ ବିକାଶ ଓ ଡିଜିଟାଲ୍ ଶିକ୍ଷାକୁ ପ୍ରାଧାନ୍ୟ ଦେଇ କେନ୍ଦ୍ରୀୟ ଶିକ୍ଷା ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ସିଆଇଇଟି) ସହ ମିଳିତ ଭାବରେ  ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନୂଆଦିଲ୍ଲୀର ଏନସିଇଆରଟିଠାରେ ଏକ ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍ ଆୟରଙ୍କ ନେତୃତ୍ବରେ ପିଏମ-ଇ ବିଦ୍ୟା ଅଧିନରେ ବିଷୟବସ୍ତୁ ବିକାଶ କରିବା ନେଇ ଏକ…

ପ୍ରତିମାସରେ ବିଭାଗ ସ୍ତରରେ କାର୍ଯ୍ୟ ଅଗ୍ରଗତି ଓ ଖର୍ଚ୍ଚ ସମୀକ୍ଷା କରିବାକୁ ପରାମର୍ଶ

ଭୁବନେଶ୍ୱର : ସଚିବସ୍ତରୀୟ ବୈଠକ ମୁଖ୍ୟ ଶାସନସଚିବ  ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌ ପ୍ରାବଧାନ ଅନୁସାରେ ଅପ୍ରେଲ ମାସ ସୁଦ୍ଧା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଅର୍ଥ ବିଭାଗ ତରଫରୁ ସ୍ଥିତି ଉପସ୍ଥାପନ କରାଯାଇଥିଲା । ଦେଖାଯାଇଛି ଯେ, ଗତବର୍ଷ ତୁଳନାରେ ଚଳିତ ବର୍ଷ ଅପ୍ରେଲ ସୁଦ୍ଧା ସାମଗ୍ରିକ ଖର୍ଚ୍ଚ ୩୫ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ…

ବରଗଡ଼ ଜିଲ୍ଲାର ୬ଟି ବିଦ୍ୟାଳୟର ସିବିଏସଇ ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର : ନିକଟରେ କେନ୍ଦ୍ରୀୟ ଶିକ୍ଷା ବୋର୍ଡ଼ ଦଶମ ଓ ଦ୍ବାଦଶ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶ ପାଇଥିଲା । ବରଗଡ଼ ଜିଲ୍ଲାର ବାନ୍ଦୁପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ପଦ୍ମପୁର ପବ୍ଲିକ ସ୍କୁଲରେ ପରୀକ୍ଷା ପରିଚାଳନା ସମୟରେ ଅନୈତିକ ନୀତି ଅବଲମ୍ବନ କରିଥିବା ରିପୋର୍ଟ ସାମ୍ନାକୁ ଆସିଥିଲା । ଏହି ଦୁଇଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୬ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୪ ଗୋଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରହିଛି ।…

ଓଡ଼ିଶା ବିଧାନସଭାର ସଂକ୍ଷିପ୍ତ ଇତିହାସ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଗବେଷଣା ଶାଖା ପକ୍ଷରୁ ପ୍ରକାଶିତ “A Brief History of Odisha Legislative Assembly”ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟିକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ କହିଲେ ଯେ ଆମ ସମସ୍ତଙ୍କ ପାଇଁ ଏହି ପୁସ୍ତକ ପ୍ରକାଶନର ଯଥାର୍ଥତା ରହିଛି । ଏହି ପୁସ୍ତକ ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି ଗବେଷକ, ବୁଦ୍ଧିଜୀବୀ, ବିଦ୍ୟାର୍ଥୀ ତଥା ସାଧାରଣ ଜନତାଙ୍କ ପାଇଁ ନିଶ୍ଚିତ ଭାବେ ଉପାଦେୟ ହୋଇପାରିବ ବୋଲି ବାଚସ୍ପତି…

ଏଡବ୍ଲୁୟୁଏଫ୍‍ ରେ ଗୃହ ଓ ନଗର ଉନ୍ନୟନ ବିଭାଗର ଦୁଇ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର : ଓଡିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗର ଦୁଇଜଣ ବରିଷ୍ଠ ଅଧିକାରୀ ୩୦ ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସର ମାନିଲାରେ ଏଡ଼ିବି ମୁଖ୍ୟାଳୟରେ ଅନୁଷ୍ଠିତ ହେଉଥିବା ଥିବା ଏସୀୟ ବିକାଶ ବ୍ୟାଙ୍କର ଜଳ ଏବଂ ନଗର ଉନ୍ନୟନ ଫୋରମ୍ (AWUF) ୨୦୨୫ ରେ ଅଂଶଗ୍ରହଣ କରିଛନ୍ତି। “ଜଳର ମୂଲ୍ୟାଙ୍କନ ଏବଂ ଏସିଆ ଏବଂ ପ୍ରଶାନ୍ତ ମହାସାଗରରେ ଜୀବନଧାରଣ ବୃଦ୍ଧି” ଶୀର୍ଷକ ଏହି ଚାରି ଦିନିଆ ଫୋରମ୍ ବିଶ୍ୱସ୍ତରୀୟ ନେତା, ନୀତି ନିର୍ଦ୍ଧାରକ ଏବଂ ବିଶେଷଜ୍ଞମାନଙ୍କୁ…