ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ 2.0 ର ଶହେ ଦିନିଆ କ୍ୟାମ୍ପେନ୍ର ଶୁଭାରମ୍ଭ
ଭୁବନେଶ୍ୱର: ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ-୨୦୨୬ ପାଳିତ ହୋଇଯାଇଛି ଏବଂ ଏହି ଅବସରରେ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ 2.0 ର ଶହେ ଦିନିଆ କ୍ୟାମ୍ପେନ୍ର ଶୁଭାରମ୍ଭ ମଧ୍ୟ ହୋଇଛି। ସୂଚନାଯୋଗ୍ୟ ଯେ, ରାଷ୍ଟ୍ରୀୟ ସ୍ତରରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଯକ୍ଷ୍ମା ମୁକ୍ତ ଭାରତ: ଶହେ ଦିନିଆ ଅଭିଯାନ- 2.0 ର ଶୁଭାରମ୍ଭ କରିଛନ୍ତି। ଆଭାସୀ ମାଧ୍ୟମରେ…


