କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ଓଡ଼ିଶାର ଚାଷୀ ଭାଇଭଉଣୀଙ୍କ କଠିନ ପରିଶ୍ରମ ଓ ନବସୃଜନର ନିଦର୍ଶନ- ଶ୍ରୀ ସିଂହଦେଓ

ଭୁବନେଶ୍ୱର: ଓଡ଼ିଶାକୁ କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ଭାବରେ ମାନ୍ୟତା ଦେଇ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ପ୍ରତିଷ୍ଠିତ ଏଗ୍ରିକଲଚର ଲିଡ଼ରସିପ ପୁରସ୍କାର ପ୍ରଦାନ କରାଯାଇଛି। କୃଷି କ୍ଷେତ୍ରରେ ଭାରତର ଅଗ୍ରଣୀ ଗଣମାଧ୍ୟମ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ଆୟୋଜିତ ୧୬ତମ ଏଗ୍ରିକଲଚର ଲିଡ଼ରସିପ କନକ୍ଲେଭରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାରକୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀରେ…

ଡିଏମଏଫ ପାଣ୍ଠି ସଂଗ୍ରହ କ୍ଷେତ୍ରରେ ଓଡ଼ିଶା ପ୍ରଥମ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ତରଫରୁ ନୂଆଦିଲ୍ଲୀଠାରେ ଏକ ଜାତୀୟ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାର୍ଗଦର୍ଶିକା ଅନୁସାରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର ଯୋଜନା (ପିଏମକେକେଓ୍ୱାଇ) କାର୍ଯ୍ୟକାରୀ କରି ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ୍ )ର ଉଲ୍ଲେଖନୀୟ ଉପଯୋଗିତା ପାଇଁ ଓଡ଼ିଶାକୁ ପ୍ରଶଂସା କରାଯାଇଥିଲା। ୨୫ ଏପ୍ରିଲ୍ ୨୦୨୫ ସୁଦ୍ଧା ସମଗ୍ର ଦେଶରେ ଡିଏମ୍ ଏଫ୍ ପାଣ୍ଠି ସଂଗ୍ରହ ସାମଗ୍ରିକ ଭାବେ ୧,୦୮,୨୧୨.୪୨ କୋଟି ହୋଇଥିବା ବେଳେ ଓଡ଼ିଶା ୩୧ ,୩୨୪ କୋଟି…

ଛାତ ଉପରେ ଉଦ୍ୟାନ ଏବଂ ସହରାଞ୍ଚଳ ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ପାଇଁ ଅଭିଯାନ ରଥର ଶୁଭାରମ୍ଭ

ଭୁବନେଶ୍ଵର: କୃଷି ଭବନଠାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଛାତ ଉପରେ ଉଦ୍ୟାନ ଓ ସହରାଞ୍ଚଳ ଉଦ୍ୟାନକୃଷି ରଥର ଶୁଭାରମ୍ଭ କରିଛନ୍ତି l ଛାତ ଉପରେ ଉଦ୍ୟାନ ସଚେତନତା ରଥର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଆଜିର ସମୟରେ ରାଜ୍ୟର ସହରଗୁଡ଼ିକରେ ସବୁଜ ସ୍ଥାନ ହ୍ରାସ, କଂକ୍ରିଟ୍ କୋଠା ନିର୍ମାଣ, ରାଜ୍ୟବ୍ୟାପୀ ସହରାଞ୍ଚଳ ବୃଦ୍ଧି ପାଉଛି। ସରକାର ପାର୍କ ଏବଂ ବୃକ୍ଷରୋପଣକୁ ପ୍ରୋତ୍ସାହିତ…

ସଡ଼କ ଓ ସେତୁ ନିର୍ମାଣରେ ଗୁଣାତ୍ମକ ମାନ ବଜାୟ ରଖିବା ଓ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା(ପିଏମଜିଏସ୍ଓ୍ୱାଇ) କାର୍ଯ୍ୟକାରିତା ସଂପର୍କିତ ୩୭ତମ ରାଜ୍ୟସ୍ତରୀୟ ଷ୍ଟାଣ୍ଡିଂ କମିଟି ବୈଠକମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ କମିଶନର ତଥା ଶାସନ ସଚିବ ଯାମିନୀ ଷଡ଼ଙ୍ଗୀ ଓଡ଼ିଶାରେ ବିଗତ ବିଭିନ୍ନ ବର୍ଷରେ କରାଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର କାର୍ଯ୍ୟକାରିତା ଓ କାର୍ଯ୍ୟ ସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ। ବୈଠକରେ କମିଟିର ସଦସ୍ୟ ଥିବା ପୂର୍ତ୍ତ,…

ଚଳିତ ବର୍ଷ ଏକ ପେଡ୍ ମା’ କେ ନାମ୍ ୨.୦ ଅଭିଯାନର୍ ୭.୫ କୋଟି ଚାରା ରୋପଣ କରାଯିବ

ଭୁବନେଶ୍ୱର: ରାଜ୍ୟରେ ଜଙ୍ଗଲ ସମ୍ପଦର ବିକାଶ, ବନ୍ୟପ୍ରାଣୀ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଆଦି କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି କାର୍ଯ୍ୟରେ କ୍ଷେତ୍ର କର୍ମଚାରୀ ଓ ଜନସାଧାରଣଙ୍କୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଏହି ପୁରସ୍କାର ଗୁଡିକର ପୁନର୍ବିନ୍ୟାସ (Restructuring) କରାଯାଇଛି । ଆଜି ପୁରୁଣା ଭୁବନେଶ୍ୱର ସ୍ଥିତ ବିଏମ୍ ହାଇସ୍କୁଲରେ ଆୟୋଜିତ ବନମହୋତ୍ସବ ସପ୍ତାହ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି…

ପ୍ରଶାସନରେ କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ.)ର ଉପଯୋଗ (ଏ.ଆଇ. ଚମ୍ପିଆନ/ କାଟାଲିଷ୍ଟ) ତାଲିମ କର୍ମଶାଳା ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ସରକାରୀ ଅଧିକାରୀମାନଙ୍କୁ ‘କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ.)’ ର ପ୍ରୟୋଗ ଉପରେ ବ୍ୟବହାରିକ ତାଲିମ ଦେବା ନିମନ୍ତେ ରାଜ୍ୟ କନଭେନ୍‍ସନ ସେଣ୍ଟରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓ୍ୱାଧ୍‍ଓ୍ୱାନି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ଚାରିଦିନିଆ କର୍ମଶାଳା ଆରମ୍ଭ ହୋଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସରକାରୀ ଅଧିକାରୀମାନଙ୍କୁ ‘କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ.)’ର ପ୍ରୟୋଗ ଉପରେ ତାଲିମ ସମ୍ବନ୍ଧିତ ଏହା ହେଉଛି…

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରକଳ୍ପର ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି

ଭୁବନେଶ୍ୱର୍ : ପ୍ରସ୍ତାବିତ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର-ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ-ଅନେକ  ମଞ୍ଜୁରୀ ଏବଂ ନିୟାମକ ମାଇଲଖୁଣ୍ଟ ସହିତ  ଅଗ୍ରଗତି ରେକର୍ଡ କରିଛି ଏବଂ ଏହାର ଉପଲବ୍ଧି ଦିଗରେ ଏହାର ଗତିକୁ ପୁନଃ ନିଶ୍ଚିତ କରିଛି। ସେପ୍ଟେମ୍ବର ୨୨,୨୦୨୩ରେ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଏମ. ଓ. ସି. ଏ) ଗ୍ରୀନଫିଲ୍ଡ ବିମାନବନ୍ଦର ପାଇଁ ସାଇଟ୍ କ୍ଲିୟରାନ୍ସ ପ୍ରଦାନ କରିବା ପରେ ଉପକୂଳୀୟ ସହର ପୁରୀକୁ ଏକ ଅନ୍ତର୍ଜାତୀୟ ପ୍ରବେଶ ପଥରେ…

ଆନ୍ତର୍ଜାତିକ ସମବାୟ ଦିବସ ପାଳିତ

ଭୁବନେଶ୍ଵର : ଓଡିଶା ରାଜ୍ୟ ସମବାୟ ୟୁନିୟନ ଆନୁକୂଲ୍ୟରେ ୧୦୩ତମ ଆନ୍ତର୍ଜାତିକ ସମବାୟ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ହାଉସିଂ ବୋର୍ଡ ଛକ, ବୁଦ୍ଧ ମନ୍ଦିରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଯୋଗ ଦେଇ କହିଥିଲେ, ସେବା ହିଁ ସମବାୟର ମୂଳ ଧର୍ମ। ସମବାୟ ଅନୁଷ୍ଠାନକୁ “ୱାନ୍ ଷ୍ଟପ୍ ସପ୍ରେ ପରିଣତ କରି ଗ୍ରାମୀଣ ଜୀବନରେ ଆବଶ୍ୟକ ହେଉଥିବା ସମସ୍ତ…

ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଉପଲକ୍ଷେ “ସମବାୟ ପଦଯାତ୍ରା”

ଭୁବନେଶ୍ୱର : ଲାଭ ନୁହେଁ, ସେବା ପାଇଁ ସମର୍ପିତ ସମବାୟ ଅନୁଷ୍ଠାନ। ବ୍ୟକ୍ତି ଅପେକ୍ଷା ଗୋଷ୍ଠୀର ବିକାଶ ପାଇଁ ପ୍ରତିବଦ୍ଧ ଥିବା ସମବାୟ ଅନୁଷ୍ଠାନ ଗ୍ରାମୀଣ ଓଡ଼ିଶାର ଗ୍ରୋଥ୍ ଇଂଜିନ୍ ସାଜିବ ବୋଲି ମାନ୍ୟବର ସମବାୟ ତଥା ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି। “ଆନ୍ତର୍ଜାତିକ ସମବାୟ ବର୍ଷ-୨୦୨୫” ପାଳନ ଉପଲକ୍ଷେ ଆୟୋଜିତ “ସମବାୟ ପଦଯାତ୍ରା”ର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି।  ସ୍ଥାନୀୟ ମଧୁସୂଦନ ସମବାୟ ପରିଚାଳନା ପ୍ରତିଷ୍ଠାନ…

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସ୍କାଇମେଟ୍ ୱେଦର୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ପାଣିପାଗ ସୂଚନା ନେଟୱାର୍କ ଡାଟା ସିଷ୍ଟମ (WINDS) ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସ୍କାଇମେଟ୍ ୱେଦର୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ର କାର୍ଯ୍ୟାନ୍ୱୟନକୁ ସୁଦୃଢ଼ ​​କରିବା ଉଦ୍ଦେଶ୍ୟରେ ଭାରତ ସରକାର ପାଣିପାଗ ସୂଚନା ନେଟୱାର୍କ ଡାଟା ସିଷ୍ଟମ…