ସାରା ରାଜ୍ୟରେ “ଆସ ସ୍କୁଲ ଯିବା”ଅଭିଯାନ ଅବସରରେ ସ୍ୱତନ୍ତ୍ର ଅଭିଭାବକ ଶିକ୍ଷକ ବୈଠକ
ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ରେ ସାରା ରାଜ୍ୟରେ “ଆସ ସ୍କୁଲ ଯିବା”ଅଭିଯାନ ଅବସରରେ ଏକ ‘ସ୍ୱତନ୍ତ୍ର ଅଭିଭାବକ, ଶିକ୍ଷକ/ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ’ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା, ବିଦ୍ୟାଳୟ ଯାଇ ନଥିବା ପିଲାଙ୍କୁ ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା ଓ ପିଲାମାନଙ୍କର ପାଠପଢ଼ାକୁ ବିଦ୍ୟାଳୟରେ ଜାରି ରଖିବା…


