ଟାଟା ସହଭାଗିତାରେ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ’ଭାବେ ଉନ୍ନିତ ହେବ ୨୨ଟି ସରକାରୀ ITI

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର  ବିନିମୟ ହୋଇଛି। ଏହା ରାଜ୍ୟର ଦକ୍ଷତା ଇକୋସିଷ୍ଟମର ରୂପାନ୍ତରଣ କରିବା ସହ ଶିଳ୍ପ ଆବଶ୍ୟକତା ସହ ଯୋଡିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ। ସମାବେଶକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ କହିଛନ୍ତି, ଓଡ଼ିଶାର ଯୁବପିଢ଼ିଙ୍କୁ ଶିଳ୍ପ-ଉପଯୋଗୀ କରିବା ସରକାରଙ୍କର ମୁଖ୍ୟ ପ୍ରାଥମିକତା। ଭିତ୍ତିଭୂମି ଶିଳ୍ପ ଗଢେ, ହେଲେ…

ଗଞ୍ଜାମ ଜିଲ୍ଲାରେ ୧ ଲକ୍ଷ ୨୧ ହଜାରରୁ ଉର୍ଦ୍ଧ୍ୱ ଅନ୍ନଦାତାଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ୧୦୫୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରେରଣ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରାଜ୍ୟର ସବୁଠାରୁ ବଡ଼ କୃଷିପ୍ରଧାନ ଜିଲ୍ଲାମାନଙ୍କ ମଧ୍ୟରୁ ଅନ୍ୟତମ। ଏଠାରୁ ପ୍ରତିବର୍ଷ ଲକ୍ଷାଧିକ ଚାଷୀଙ୍କ ଠାରୁ ବିପୁଳ ପରିମାଣରେ ଧାନ କ୍ରୟ କରାଯାଇଥାଏ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ ଗଞ୍ଜାମ ଜିଲ୍ଲା ପ୍ରଶାସନ, ଉପଖଣ୍ଡ ପ୍ରଶାସନ ଓ ବ୍ଲକ ପ୍ରଶାସନମାନଙ୍କ ପକ୍ଷରୁ ମଣ୍ଡିଗୁଡିକର ସୁପରିଚାଳନା, ସୁବିଧାରେ ପଞ୍ଜିକରଣ, ତାସହ ତ୍ୱରିତ ଓ ସମୟୋଚିତ ଭାବେ ଚାଷୀମାନଙ୍କ ଖାତାକୁ ଆର୍ଥିକ ପ୍ରାବଧାନ ପହଞ୍ଚାଇବାକୁ ବିଭିନ୍ନ ସମୟଉପଯୋଗୀ ବ୍ୟବସ୍ଥା କରାଯାଇଛି। ଫଳ ସ୍ୱରୂପ, ଗଞ୍ଜାମ…

ୱିପ୍ରୋ ଆର୍ଥିୟାନ୍ ପ୍ରତିଯୋଗିତାରେ ଓଡ଼ିଶାର ଲୁଇସ୍ ବ୍ରେଲି ଦୃଷ୍ଟି ବାଧିତ ବିଦ୍ୟାଳୟ ବିଜୟୀ

ଭୁବନେଶ୍ୱର: ପରିବେଶ ସନ୍ତୁଳନ ଏବଂ ଜଳ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶାର ଛାତ୍ରଛାତ୍ରୀ ଉତ୍କୃଷ୍ଟ ପ୍ରଦର୍ଶନ କରି ଏକ ନୂତନ ଇତିହାସ ରଚନା କରିଛନ୍ତି। ବେଙ୍ଗାଲୁରୁ ସ୍ଥିତ ଅଜିମ୍ ପ୍ରେମଜୀ ବିଶ୍ୱବିଦ୍ୟାଳୟରେ ଏହି ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରତିଷ୍ଠିତ ‘ୱିପ୍ରୋ ଆର୍ଥିୟାନ୍’ (Wipro Earthian) ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ଲୁଇସ୍ ବ୍ରେଲି ସ୍କୁଲ୍ ଫର୍ ଦି ବ୍ଲାଇଣ୍ଡ୍ ଶ୍ରେଷ୍ଠ ୨୦ଟି ବିଜେତା ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ଏଥିସହ ଲୁଇସ୍ ବ୍ରେଲି…

‘ପ୍ରଯୁକ୍ତିବିଦ୍ୟା ଯୁଗରେ ଶିକ୍ଷକମାନଙ୍କୁ ନୂତନ ଜ୍ଞାନକୌଶଳର ଶିଖିବାର ଆବଶ୍ୟକତା ରହିଛି’

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦିଗଦର୍ଶନ କର୍ମଶାଳା ଉଦଯାପିତ ହୋଇଯାଇଛି। ଶିରିପୁରସ୍ଥିତି ଇମେଜ୍ ଠାରେ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୨୪୦ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉଦଯାପନୀ ଅଧିବେଶନରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ…

ଡ଼. କେ. ଲକ୍ଷ୍ମୀବାଇଙ୍କ ଜୀବନ ଏକ ଜୀବନ୍ତ ଇତିହାସ

ବ୍ରହ୍ମପୁର : ଆଜିର ସମ୍ପତ୍ତି, ଖ୍ୟାତି ପ୍ରେରିତ ବ୍ୟକ୍ତିକେନ୍ଦ୍ରୀକ ସମାଜରେ ଡ଼. କେ. ଲକ୍ଷ୍ମୀବାଇଙ୍କ ମହାନ ମାନବୀୟ ଜୀବନ କାହାଣୀ ଓଡିଶାବାସୀଙ୍କ ମଧ୍ୟରେ ସୀମାବଦ୍ଧ ହେବା ଅନୁଚିତ। ଏହି କାହାଣୀ ଓଡ଼ିଶାର ସୀମା ଲଂଘି ତମାମ ଦେଶ ଓ ତମାମ ବିଶ୍ୱକୁ ସମ୍ପ୍ରସାରିତ ହେବା ଦରକାର।  ୯୭ ବର୍ଷ ବୟସରେ ଉପନୀତ ଡ଼. କେ. ଲକ୍ଷ୍ମୀବାଇ ତାଙ୍କ ଜୀବନର ସମ୍ପୂର୍ଣ୍ଣ ସଞ୍ଚୟରୁ ପାଞ୍ଚ ଲକ୍ଷ କି ଦଶ ଲକ୍ଷ ନୁହଁ ଅବିଶ୍ୱସନୀୟ ୩.୪୦  କୋଟି ଟଙ୍କା ଏମ୍ସ…

ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’ ଦେଖିଲେ ରାଜ୍ୟପାଳ

ଭୁବନେଶ୍ୱର: ଲୋକଭବନର ସମ୍ମିଳନୀ କକ୍ଷରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ସହିତ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଦେଖିଥିଲେ I ୪୫ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ I ଏହି କାର୍ଯ୍ୟକ୍ରମରେ ପରୀକ୍ଷା ଚାପ ପରିଚାଳନା, ପ୍ରସ୍ତୁତିରେ ଧ୍ୟାନ ବଜାୟ ରଖିବା ଏବଂ ଆତ୍ମବିଶ୍ୱାସ ରଖିବା ଇତ୍ୟାଦି ପ୍ରସଙ୍ଗ ଉପରେ ମାନ୍ୟବର ପ୍ରଧାନମନ୍ତ୍ରୀ ମୂଲ୍ୟବାନ ପରାମର୍ଶ ଦେଇଥିଲେ I

ଦୁଇଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ନେବେ ୨୪୦ ଜଣ ପିଜିଟି

ଭୁବନେଶ୍ୱର :  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦିଗଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି। ଶିରିପୁରସ୍ଥିତି ଇମେଜ୍ ଠାରେ ପ୍ରାୟ ୨୪୦ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉଦଘାଟନୀ ଅଧିବେଶନରେ ବ୍ରହ୍ମପୁର ଉଚ୍ଚ ମାଧ୍ୟମିକ ଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସେଠୀ,…

ଜାତୀୟ କନ୍ୟା ଶିଶୁ ଦିବସ ପାଳିତ

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ଆଇ.ଆର.ସି ଭିଲେଜଠାରେ ଥିବା ପି.ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ବିଷୟବସ୍ତୁ “ଉଜ୍ଜ୍ବଳ ଭବିଷ୍ୟତ ପାଇଁ କନ୍ୟା ସଶକ୍ତିକରଣ” କୁ ନେଇ ଏହି ଦିବସ ପାଳିତ ହୋଇଯାଇଛି। ସମାରୋହରେ ଓସେପାର ଯୁଗ୍ମ ନିର୍ଦ୍ଦେଶକ ଡ଼ ସନ୍ତୋଷ କୁମାର ରାଉତ, ବେକଥ୍ରୁ ସଂସ୍ଥାର ରାଜ୍ୟ ମୁଖ୍ୟ ଡ଼ ରୁକ୍ମଣୀ ପଣ୍ଡା, ଓସେପା ଷ୍ଟେଟ୍ ଜେଣ୍ଡର କୋର୍ଡିନେଟର୍ ଲହରି ମହାନ୍ତି, ଜିଲ୍ଲା ଜେଣ୍ଡର କୋର୍ଡିନେଟର୍…

‘ଯୁବବର୍ଗଙ୍କ ସେବା, କରୁଣା ଏବଂ ସାମାଜିକ ଦାୟିତ୍ୱବୋଧ ଦେଶର ଭବିଷ୍ୟତ ନିର୍ମାଣ କରିବ’

ଭୁବନେଶ୍ୱର: ଯୁବବର୍ଗଙ୍କ ସେବା, କରୁଣା ଏବଂ ସାମାଜିକ ଦାୟିତ୍ୱବୋଧ ଦେଶର ଭବିଷ୍ୟତ ନିର୍ମାଣ କରିବ ବୋଲି ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି l ମଙ୍ଗଳବାର ଦିନ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ରାଜ୍ୟସ୍ତରୀୟ ଯୁବ ରେଡକ୍ରସ୍  ଶିକ୍ଷା-ତଥା-ପ୍ରଶିକ୍ଷଣ ଶିବିରକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିବା ଅବସରରେ ରାଜ୍ୟପାଳ ଏହା କହିଛନ୍ତିl ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ କହିଛନ୍ତି ଯେ ଯୁବପିଢ଼ି ଗୋଷ୍ଠୀର ମଙ୍ଗଳ କରିବା, ଦୁର୍ବଳ ଲୋକଙ୍କୁ ସୁରକ୍ଷା ଦେବା…

ପ୍ରାଥମିକ ଶିଶୁ ସେବା, ଶିକ୍ଷା ଓ ବିକାଶ (ECCED)କୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ଏବଂ ମେଘାଳୟ ସରକାରଙ୍କ ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ପ୍ରାଥମିକ ଶିଶୁ ସେବା, ଶିକ୍ଷା ଓ ବିକାଶ (ECCED) କ୍ଷେତ୍ରକୁ ଅନ୍ତଃ-ରାଜ୍ୟ ସହଯୋଗ ମାଧ୍ୟମରେ ସୁଦୃଢ଼ କରିବା ପାଇଁ ଓଡ଼ିଶା ଏବଂ ମେଘାଳୟ ସରକାରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପାରସ୍ପରିକ ଶିକ୍ଷା, ଦକ୍ଷତା ବୃଦ୍ଧି ଏବଂ ପ୍ରାଥମିକ ଶିଶୁ ବିକାଶ (ECD) କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ଆଦାନପ୍ରଦାନ କରିବା। ଏହି ବୁଝାମଣା ପତ୍ର ଓଡ଼ିଶାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ…