‘ଶ୍ରୀ ଅନ୍ନ ଅଭିଯାନ ଯୋଗୁଁ ଗରିବଙ୍କ ଖାଦ୍ୟ ଆଜି ପଞ୍ଚତାରକା ରେସ୍ତେlରାଁରେ ପହଞ୍ଚି ପାରିଛି’
ଭୁବନେଶ୍ଵର : କୃଷି ଭବନସ୍ଥିତ ସମ୍ମିଳନୀ କକ୍ଷରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ଏହି ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ଖରିଫ ଚାଷ ପାଇଁ ଶ୍ରୀ ଅନ୍ନ ଅଭିଯାନର ବାର୍ଷିକ କାର୍ଯ୍ୟ ଯୋଜନାର ସମୀକ୍ଷା କରାଯାଇଛିl ଶ୍ରୀ ଅନ୍ନ ଅଭିଯାନ କୃଷି ବିଭାଗର ଏକ ଯୁଗାନ୍ତକାରୀ ଯୋଜନାl ଏହା ଆମ ରାଜ୍ୟର ପାରମ୍ପରିକ ଖାଦ୍ୟ ଯଥା ମାଣ୍ଡିଆ, ସୁଆଁ, ବାଜରା, କାଙ୍ଗୁ ଇତ୍ୟାଦିର…
