ଦୀର୍ଘସ୍ଥାୟୀ ପ୍ରାଣିପାଳନର ମୂଳ ଆଧାର ହେଉଛି ପ୍ରାଣୀ ଖାଦ୍ୟ ବ୍ୟବସ୍ଥାର ସୁପରିଚାଳନା: ମନ୍ତ୍ରୀ

ଭୁବନେଶ୍ୱର: “ଭାରତରେ ପ୍ରାଣି ଖାଦ୍ୟ ପରିଚାଳନାର ଅଗ୍ରଗତି”ଶୀର୍ଷକ ୫ ଦିନିଆ ପ୍ରଶିକ୍ଷଣ ଓ କର୍ମଶାଳା ଆରମ୍ଭ ହୋଇଛି।  ସ୍ଥାନୀୟ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରି ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ, ଦୀର୍ଘସ୍ଥାୟୀ ପ୍ରାଣିପାଳନର ମୂଳ ଆଧାର ହେଉଛି ପ୍ରାଣୀ ଖାଦ୍ୟ ବ୍ୟବସ୍ଥାର ସୁପରିଚାଳନା। ଜଳବାୟୁ-ଅନୁକୂଳ ପ୍ରାଣି ଖାଦ୍ୟର ଉତ୍ପାଦନ ଏବଂ ବର୍ଷ ସାରା ଉପଲବ୍ଧ ହେଉଥିବା ଉଚ୍ଚ-ଗୁଣମାନ ଖାଦ୍ୟକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି।…

ଓଡ଼ିଶାରେ ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କର ଅଧିକ ଶାଖା ଏବଂ ନୂଆ କ୍ଷେତ୍ରୀୟ କାର୍ଯ୍ୟାଳୟ ସ୍ଥାପନ ପ୍ରସ୍ତାବ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରବି ମେହେରା ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ସମୟରେ ଶ୍ରୀ ମେହରା ଓଡିଶାରେ ଏହି ବ୍ୟାଙ୍କର ରହିଥିବା ସଂପ୍ରସାରଣ ଯୋଜନା ବିଷୟରେ ଅବଗତ କରାଇଥିଲେ। ଶ୍ରୀ ମେହେରା ମୁଖ୍ୟ ଶାସନ ସଚିବଙ୍କୁ ଓଡ଼ିଶାରେ ପଞ୍ଜାବ ଓ ସିନ୍ଧ ବ୍ୟାଙ୍କ, ବ୍ୟାଙ୍କିଂ ସେବା ବୃଦ୍ଧି କରିବା ଲକ୍ଷ୍ୟ ରହିଥିବା ପ୍ରକାଶ କରି ଜଣାଇଥିଲେ ଯେ, ଓଡ଼ିଶାରେ ଏବେ ଏହି…

ଉଚ୍ଚ ଗୁଣବତ୍ତାସମ୍ପନ୍ନ ପନ୍ଦରଟି ଉଦ୍ୟାନ କୃଷି ଫସଲ କିସମ ଅନୁମୋଦନ ପ୍ରାପ୍ତ

ଭୁବନେଶ୍ୱର: କୃଷି ବିଭାଗ ପ୍ରମୁଖ ଶାସନ ସଚିବ, ଡ଼ ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ  ରାଜ୍ୟ ବିହନ ଉପ-କମିଟି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଲୋଚନା ଓ ସର୍ବସମ୍ମତି କ୍ରମେ ୧୫ଟି ଉଚ୍ଚଗୁଣବତ୍ତା ସମ୍ପନ୍ନ ଉଦ୍ୟାନ କୃଷି ଫସଲ କିସମକୁ ଅନୁମୋଦନ କରାଯାଇଛି। ସ୍କ୍ରିନିଂ କମିଟି ଦ୍ୱାରା ସୁପାରିଶ କରାଯାଇଥିବା ଫସଲର କିସମ ମଧ୍ୟରେ ଓୟୁଏଟି କଳିଙ୍ଗ ଦ୍ୱାରା ବିକଶିତ ଆଠଟି କିସମ (ଲଙ୍କା, ବାଇଗଣ, ଶାଗ, ଟମାଟ, କାଜୁ, ଆମ୍ବ…

ରାଜ୍ୟରେ ନଭେମ୍ବର ୨୦୨୫ରୁ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ କୃଷି ଯାନ୍ତ୍ରୀକିକରଣ ମେଳା

ଭୁବନେଶ୍ୱର : ରାଜ୍ୟରେ କୃଷି ପଦ୍ଧତିକୁ ଉନ୍ନତ କରିବା, ଉତ୍ପାଦକତା ବୃଦ୍ଧି କରିବା ଏବଂ ଚାଷୀଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶା ସରକାର କୃଷି ଯାନ୍ତ୍ରୀକିକରଣକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୦୨୪-୨୫ ମସିହାରେ ଓଡ଼ିଶାରେ କୃଷି ବିଦ୍ୟୁତ୍ ଉପଲବ୍ଧତା ପ୍ରତି ହେକ୍ଟର ୨.୬୧ କିଲୋୱାଟକୁ ବୃଦ୍ଧି ପାଇଛି, ୨୦୩୬ ସୁଦ୍ଧା ଏହା ୩.୫୦ କିଲୋୱାଟ/ହେକ୍ଟର ଏବଂ ୨୦୪୭ ସୁଦ୍ଧା ୪.୫୦ କିଲୋୱାଟ/ହେକ୍ଟର ହେବ ବୋଲି ଆକଳନ କରାଯାଇଛି ଏବଂ ତଦନୁଯାୟୀ ରୋଡ଼ମ୍ୟାପ ପ୍ରସ୍ତୁତ…

ବିଶ୍ଵବ୍ୟାଙ୍କ ପ୍ରତିନିଧିଙ୍କ ମା କାଳିଜାଇ ଏପିସି କୃଷକ ଉତ୍ପାଦକ କ୍ଲଷ୍ଟରକୁ ପ୍ରଶଂସା

ଭୁବନେଶ୍ୱର : ବିଶ୍ୱ ବ୍ୟାଙ୍କ ଦଳ ଓ ଆଇଆଇପିସିଏର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହିତ ହରିଚନ୍ଦନପୁର ବ୍ଲକର ମା କାଳିଜାଈ ପିଜିରେ ଥିବା ଏଗ୍ରିକଲଚରାଲ ପ୍ରଡକ୍ସନ କ୍ଲଷ୍ଟର(ଏପିସି) ପରିଦର୍ଶନ କରିଥିଲେ। ବିଶ୍ୱ ବ୍ୟାଙ୍କ ଦଳ ଏପିସି ପ୍ରକଳ୍ପ ପୂର୍ବରୁ ମହିଳା ଚାଷୀଙ୍କ ଚାଷ ପଦ୍ଧତି, ମାର୍କେଟିଂ ଓ ଆର୍ଥିକ ସ୍ଥିତି ଏବଂ ବର୍ତ୍ତମାନର ସ୍ଥିତି ବିଷୟରେ ପଚାରି ବୁଝିଥିଲେ। ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନେ ବ୍ୟାଖ୍ୟା କରିଥିଲେ ଯେ ଏପିସି କ୍ଲଷ୍ଟର ପଦ୍ଧତିରେ ୭୦ ଏକରରୁ…

ବିଶ୍ୱ ବ୍ୟାଙ୍କ ମିଶନ ଟିମର ଓଡ଼ିଶା ଗସ୍ତ

ଭୁବନେଶ୍ୱର: ରାଜ୍ୟ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସଂପର୍କରେ ଓଡ଼ିଶା ରାଜ୍ୟ କ୍ଷମତା ଏବଂ ସ୍ଥିର ଅଭିବୃଦ୍ଧି କାର୍ଯ୍ୟକ୍ରମ  ଅଧୀନରେ  ବିଶ୍ୱ ବ୍ୟାଙ୍କ ସହାୟତା ପ୍ରକଳ୍ପ କାର୍ଯ୍ୟକାରିତା ନେଇ  ବିଶ୍ୱ ବ୍ୟାଙ୍କ ମିଶନ ଟିମ୍ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯୋଜନା ଓ ସଂଯୋଜନ ବିଭାଗ ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ  ରାଜ୍ୟ  ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାନନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିଥିଲେ।  ଅନୁଷ୍ଠିତ ଏହି ବୈଠକରେ  ବିଭାଗର…

ସ୍ଵାବଲମ୍ବନ, ସ୍ୱାଧୀନତା, ସ୍ୱାଭିମାନ ଓ ସମୃଦ୍ଧିର ପ୍ରତୀକ  ‘ଖଦି’

ଭୁବନେଶ୍ୱର: ଖଦି କେବଳ ବସ୍ତ୍ର ନୁହେଁ, ଏହା ସ୍ଵାବଲମ୍ବନ, ସ୍ୱାଧୀନତା, ସ୍ୱାଭିମାନ ଓ ସମୃଦ୍ଧିର ପ୍ରତୀକ। ଏହା ପରିବେଶ ଅନୁକୂଳ। ଗ୍ରାମୀଣ ରୋଜଗାରର ବଳିଷ୍ଠ ମାଧ୍ୟମ ଖଦି ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣିସମ୍ପଦ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। କଟକ ଜିଲ୍ଲା ମାଣିଆବନ୍ଧ ବୁଦ୍ଧ ମଣ୍ଡପଠାରେ ୪୨ ଗୋଟି ଖଦି ସଂସ୍ଥାକୁ ଖଦି ସହାୟକ ଉପକରଣ ବଣ୍ଟନ ଅବସରରେ ସେ ଏହା କହିଛନ୍ତି। ପ୍ରତ୍ୟେକ ଖଦି ଅନୁଷ୍ଠାନକୁ ୪…

୨୫,୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗରେ କାର୍ଯ୍ୟକାରୀ ହେଲା ନୂତନ ଶିଳ୍ପ ପ୍ରକଳ୍ପ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓୟୁଏଟି ସ୍ଥିତ କନ୍ଭେନସନ ସେଣ୍ଟର ଠାରେ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ୧୨ଟି ଜିଲ୍ଲାରେ ସମୁଦାୟ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ଓଡ଼ିଶାର ଶିଳ୍ପ ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡିଛନ୍ତି। ସୂଚନାଯୋଗ୍ୟ ଯେ ୨୭ ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାପାଇଁ ସମୁଦାୟ ୨୫ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗ କରାଯାଉଛି ଏବଂ ଏହାଦ୍ୱାରା ୫୨ ହଜାରରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ…

ବ୍ୟାପକ ଇଭି ବ୍ୟବହାର ଏବଂ ସବୁଜ ପଦକ୍ଷେପକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: ସାମ୍ପ୍ରତିକ ସମୟରେ ରାଜ୍ୟର ଦ୍ରୁତ ଗତିରେ ବଢୁଥିବା ସହରଗୁଡ଼ିକରେ ନାଗରିକମାନଙ୍କୁ ବିଦ୍ୟୁତ୍ ଯାନ (EV) ର ବ୍ୟାପକ ବ୍ୟବହାର ଏବଂ ଏହା ଦ୍ୱାରା ପ୍ରଦୂଷଣ ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସେମାନଙ୍କର ଭୂମିକା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତିI ସୋମବାର ଭୁବନେଶ୍ୱରଠାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ୪୨ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତିI ଏହି ସମାରୋହରେ ରାଜ୍ୟପାଳ ଉଦବୋଧନ ଦେଇ…

‘ପରିବେଶ ଅନୁକୂଳ ଭିତ୍ତିଭୂମିକୁ ଦିଆଯିବ ବାସ୍ତବ ରୂପ’

ଭୁବନେଶ୍ୱର: ବିଭିନ୍ନ ପ୍ରକାର ବିକାଶ ମୂଳକ ନିର୍ମାଣ କାର୍ଯ୍ୟ ସମୟରେ ପରିବେଶ ଉପରେ ଏହାର  କ’ଣ କୁପ୍ରଭାବ ପଡୁଛି ସେ ବିଷୟରେ ଅନେକ ସମୟରେ ଚିନ୍ତା କରାଯାଉ ନାହଁ I ଯାହା ଫଳରେ ପରବର୍ତ୍ତୀ ସମୟରେ ଏହାର କୁପରିଣାମ ସମଗ୍ର ଜୀବଜଗକୁ ଭୋଗିବାକୁ ପଡୁଛିI ତେଣୁ  ପରିବେଶ ଅନୁକୂଳ ନିର୍ମାଣ ଉପରେ ଗୁରୁତ୍ୱ ଦେବାକୁ ପଡିବI  ଏହି କ୍ରମରେ ଅଭିନବ ଜୈବ-ଏନଜାଇମାଟିକ୍ ମାଟି ସ୍ଥିରକାରୀ ଟେରାଜାଇମ୍ (Terrazyme) କୁ ବ୍ୟବହାର କରି କିଭଳି ଦୀର୍ଘସ୍ଥାୟୀ ତଥା ପରିବେଶ…