ଓଡ଼ିଶାରେ ଅରଫାନ ସର୍ଭେ ଆରମ୍ଭ
ଭୁବନେଶ୍ୱର: ଶିଶୁ ଅଧିକାର ଓ କଲ୍ୟାଣକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ଅରଫାନ ସର୍ଭେ – ୨୦୨୫। ଜୁଲାଇ ୧୧ ତାରିଖରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଅଙ୍ଗନବାଡି କର୍ମୀମାନେ ଜୁଲାଇ ମାସ ୨୧ ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ପିତୃମାତୃହୀନ ଶିଶୁଙ୍କର ଚିହ୍ନଟ ସହିତ ନିର୍ଦ୍ଦିଷ୍ଟ ଫର୍ମରେ ସବିଶେଷ ତଥ୍ୟ ସଂଗ୍ରହ କରୁଛନ୍ତି। ଏଥିରେ ଉଭୟ ପିତାମାତାଙ୍କୁ ହରାଇ ଥିବା ଶିଶୁ, ପିତାଙ୍କୁ ହରାଇ ମାତାଙ୍କ ସହିତ କିମ୍ବା ମାତାଙ୍କୁ ହରାଇ…
